ETV Bharat / entertainment

Dharmendra@88: ୫୧ ଟଙ୍କାରେ କ୍ୟାରିଅର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର, ଆଜି ଏତେ କୋଟିର ମାଲିକ

author img

By ETV Bharat Odisha Team

Published : Dec 8, 2023, 1:37 PM IST

Dharmendra Birthday: ୮୮ବର୍ଷରେ ପାଦ ଥାପିଲେ ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ତାଙ୍କ ଜନ୍ମଦିନରେ ପୁଅ ସନ୍ନି ଦେଓଲ ଏବଂ ଝିଅ ଇଶା ଦେଓଲ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ମଧ୍ୟ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଜନ୍ମଦିନରେ ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବିଷୟରେ କିଛି ରୋଚକ କଥା....

Dharmendra@88: ୫୧ ଟଙ୍କାରେ କ୍ୟାରିଅର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର, ଆଜି ଏତେ କୋଟିର ମାଲିକ
Dharmendra@88: ୫୧ ଟଙ୍କାରେ କ୍ୟାରିଅର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର, ଆଜି ଏତେ କୋଟିର ମାଲିକ

ହାଇଦ୍ରାବାଦ: ଦୀର୍ଘ ୬ ଦଶନ୍ଧି ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଥିବା ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ବି ଫିଲ୍ମ ଜଗତରେ ସକ୍ରିୟ ରହିଛନ୍ତି । ଅଭିନେତା ମାତ୍ର ୫୧ ଟଙ୍କା ରେ କ୍ୟାରିଅର ଆରମ୍ଭ କରିଥିବା ବେଳେ କିନ୍ତୁ ସେ ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି । ତେବେ ଆଜି ଅଭିନେତା ତାଙ୍କ ୮୮ତମ ଜନ୍ମଦନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଧର୍ମେନ୍ଦ୍ରଙ୍କ ବିଷୟରେ ଜାଣିବା ଏପରି କିଛି ରୋଚକ କଥା,

ଏମିତି ଆରମ୍ଭ କରିଥିଲେ ଅଭିନୟ କ୍ୟାରିଅର

ସେ ତାଙ୍କ ମା’ଙ୍କ ସହ ଅତି ନିକଟତର ଥିଲେ ଏବଂ ତାଙ୍କୁ ଅଭିନୟ କରିବାର ଇଚ୍ଛା ବିଷୟରେ ସର୍ବଦା କହିଥିଲେ । ଥରେ, ତାଙ୍କ ମା'ଙ୍କ ପରାମର୍ଶରେ ଅଭିନେତା ଫିଲ୍ମଫେୟାରର ନୂଆ ଟ୍ୟାଲେଣ୍ଟ ହଣ୍ଟରେ ଆବେଦନ କରିଥିଲେ ଏବଂ ସେ ଫିଲ୍ମଫେୟାର ମାଗାଜିନର ନ୍ୟାସନାଲ ନ୍ୟୁ ଟ୍ୟାଲେଣ୍ଟ ଆୱାର୍ଡ ଜିତିଥିଲେ । ଏହି ଇଭେଣ୍ଟରେ ଧର୍ମେନ୍ଦ୍ର ନିର୍ଦ୍ଦେଶକ ଅର୍ଜୁନ ହିଙ୍ଗୋରାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ସେ ତାଙ୍କ ଚଳଚ୍ଚିତ୍ରରେ ଅଭିନେତାଙ୍କୁ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଅର୍ଜୁନ ହିଙ୍ଗୋରାନି ଧର୍ମେନ୍ଦ୍ରଙ୍କୁ ତାଙ୍କ ଚଳଚ୍ଚିତ୍ର 'ଦିଲ୍ ଭି ତେରା ହମ୍ ଭି ତେରେ'ରେ ଅଭିନୟ କାଷ୍ଟ କରିଥିଲେ ।

ଧର୍ମେନ୍ଦ୍ର ତାଙ୍କର ପ୍ରଥମ ଦରମା ମାତ୍ର ୫୧ ଟଙ୍କା ପାଇଥିଲେ

ଧର୍ମେନ୍ଦ୍ର ତାଙ୍କର ପ୍ରଥମ ଫିଲ୍ମ 'ଦିଲ୍ ଭି ତେରା ହମ୍ ଭି ତେରେ' ପାଇଁ ମାତ୍ର ୫୧ଟଙ୍କା ଦରମା ପାଇଥିଲେ । ଧର୍ମେନ୍ଦ୍ର ଏକ ଶୋ'ରେଏହି ଦରମା ଫଛର ରୋଚକ କାହାଣୀ କହିଥିଲେ । ସେ କହିଥିଲେ ଯେ, 'ମୋତେ ନିର୍ମାତା କ୍ୟାବିନକୁ ଡକାଗଲା । ତିନୋଟି କ୍ୟାବିନ ଥିଲା ଏବଂ ମୁଁ ମଝିରେ ବସିଥିଲି । ମୁଁ ଭାବୁଥିଲି ଫିଲ୍ମ ପାଇଁ ସେମାନେ ମୋତେ କେତେ ଦେବେ? ସେଠାରେ ତିନି ଜଣ ଲୋକ ଥିଲେ ଏବଂ ସମସ୍ତେ ନିଜ ପକେଟରୁ ୧୭ ଟଙ୍କା ବାହାର କରିଥିଲେ । ସେ ମୋତେ ୫୧ ଟଙ୍କା ପ୍ରଦାନ କରିଥିଲେ । ଆଜି ବି ମୁଁ ସେହି ଟଙ୍କାକୁ ଭାଗ୍ୟ ମନେ କରେ ।'

ଏହି ଫିଲ୍ମ ଧମେନ୍ଦ୍ରଙ୍କ ଭାଗ୍ୟ ଚମକାଇଲା

ଧର୍ମେନ୍ଦ୍ର 'ଦିଲ ଭି ତେରା ଓର ହମ ଭି ତେରେ' ସହ ବଲିଉଡରେ ପାଦ ଦେଇଥିଲେ । ଏଥିରେ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ତା'ପରେ ତାଙ୍କୁ 'ବୟଫ୍ରେଣ୍ଡ'ରେ ଦେଖିବାକୁ ମିଳିଥିଲା । ସାତ ବର୍ଷ ଧରି ଏକ ହିଟ୍ ଫିଲ୍ମ ପାଇଁ ଇଚ୍ଛା କରୁଥିବା ଧର୍ମେନ୍ଦ୍ର ଯେତେବେଳେ ଓପି ରଲହମଙ୍କ 'ଫୁଲ ଅର ପଥର୍' ଫିଲ୍ମରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ସେହି ସମୟର ଲୋକପ୍ରିୟ ଅଭିନେତ୍ରୀ ମୀନା କୁମାରୀଙ୍କ ବିପକ୍ଷରେ କାଷ୍ଟ କରାଯାଇଥିଲା । ଚଳଚ୍ଚିତ୍ରଟି ଏକ ହିଟ୍ ବୋଲି ପ୍ରମାଣିତ ହୋଇଥିଲା ଏବଂ ଧର୍ମେନ୍ଦ୍ରଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା । ତାପରେ ସେ ଆଉ ପଛକୁ ଚାହିଁନଥିଲେ । ଏହା ପରେ ଗୋଟିଏ ଗୋଟିଏ ହିଟ ଫିଲ୍ମ ଦେଇଚାଲିଥିଲେ ।

ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତି

ଧର୍ମେନ୍ଦ୍ର ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । 1960 କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଏପର୍ଯ୍ୟନ୍ତ 300 ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ଦର୍ଶକଙ୍କୁ ଦିୱାନା କରିଛନ୍ତି । ତେବେ ମାତ୍ର ୫୧ ଟଙ୍କାରେ ବଲିଉଡରେ ପାଦ ଦେଇଥିବା ବେଳେ ଆଜି କିନ୍ତୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି । ଲୋନେବଲାରେ ୧୦୦ ଏକର ଜମିରେ ଧର୍ମେନ୍ଦ୍ରଙ୍କ ଫାର୍ମହାଉସ୍ ରହିଛି । ଯେଉଁଠାରେ ସେ ଚାଷ କରନ୍ତି । ଧର୍ମେନ୍ଦ୍ର ନିଜ ଫାର୍ମହାଉସର ଫଟୋ ଅନେକ ଥର ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏଥିସହ ମହାରାଷ୍ଟ୍ରରେ ୧୭ କୋଟିରୁ ଅଧିକ ମୂଲ୍ୟର ଧର୍ମେନ୍ଦ୍ରଙ୍କର କିଛି ସମ୍ପତ୍ତି ରହିଛି । ସେ ରାଜ୍ୟରେ କୃଷି ଏବଂ ଅଣ କୃଷି ଜମିରେ 88 ଲକ୍ଷ ଟଙ୍କା ଏବଂ 52 ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଜନ୍ମଦିନ ଶୁଭେଚ୍ଛା

ଧର୍ମେନ୍ଦ୍ର ଏକ ପୋଷ୍ଟ ସେୟାର କରି ସମସ୍ତଙ୍କ ଭଲପାଇବା ନେଇ ଧନ୍ୟବାଦ ଜଣାିଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ମଧ୍ୟ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସନ୍ନି ଦେଓଲ ତାଙ୍କ ଜନ୍ମଦିନରେ ବାପା ଧର୍ମେନ୍ଦ୍ରଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ଜନ୍ମଦିନ ଶୁଭେଚ୍ଛା ବାପା, ମୁଁ ତୁମକୁ ଭଲପାଏ । ସନ୍ନିଙ୍କ ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଜନ୍ମଦିନରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଝିଅ ଇଶା ଦେଓଲ ମଧ୍ୟ ବାପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ଇଶାଙ୍କୁ ଧର୍ମେନ୍ଦ୍ରଙ୍କ ସହ ଦେଖିବାକୁ ମିଳିଛି । ସେ ଫଟୋ ସେୟାର କରି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିୟ ପାପା, ତୁମକୁ ଭଲ ପାଏ, ମୁଁ ସର୍ବଦା ପ୍ରାର୍ଥନା କରେ ଯେ ତୁମେ ସର୍ବଦା ଖୁସି, ସୁସ୍ଥ ଏବଂ ଶକ୍ତିଶାଳୀ ରୁହ, ମୁଁ ତୁମକୁ ବହୁତ ଭଲ ପାଏ ।' ବବି ଦେଓଲ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ବାପା ଧର୍ମେନ୍ଦ୍ରଙ୍କ ସହ ପିଜା ପାର୍ଟି କଲେ ସନ୍ନି ଦେଓଲ

ଧର୍ମେନ୍ଦ୍ରଙ୍କ ପରିବାର କହିଲେ, ସନ୍ନି ଦେଓଲ ଏବଂ ବବି ଦେଓଲ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସନ୍ତାନ । ତାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି, ଯେଉଁମାନେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି । ଏଥିସହିତ ଇଶା ଦେଓଲ ଏବଂ ଆହାନା ଦେଓଲ ଧର୍ମେନ୍ଦ୍ର-ହେମା ମାଲିନିଙ୍କ ଝିଅ ଅଟନ୍ତି । ସନ୍ନି ଏବଂ ବବିଙ୍କ ସହ ଇଶା ଏବଂ ଆହାନାଙ୍କୁ ବହୁତ କମ୍ ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.