ETV Bharat / entertainment

ସାମ୍ନାକୁ ଆସିଲା 'ଦେବରା'ର ପ୍ରଥମ ଝଲକ, ଏନଟିଆରଙ୍କ ଦବଙ୍ଗ ଅନ୍ଦାଜ ଜିତିଲା ଫ୍ୟାନ୍ସଙ୍କ ମନ

author img

By ETV Bharat Odisha Team

Published : Jan 8, 2024, 5:49 PM IST

Devara- Part 1 Glimpse: ଆରଆରଆର ପରେ ଜୁନିଆର ଏନଟିଆର 'ଦେବରା' ସହ ଧମାକା କରିବାକୁ ପ୍ରସ୍ତୁତ । ଆଜି ନିର୍ମାତା 'ଦେବରା ଭାଗ-୧'ର ପ୍ରଥମ ଝଲକ ଦେଖାଇଛନ୍ତି । ଦେଖନ୍ତୁ ଭିଡିଓ

ସାମ୍ନାକୁ ଆସିଲା 'ଦେବରା'ର ପ୍ରଥମ ଝଲକ, ଏନଟିଆରଙ୍କ ଦବଙ୍ଗ ଅନ୍ଦାଜ ଜିତିଲା ଫ୍ୟାନ୍ସଙ୍କ ମନ
ସାମ୍ନାକୁ ଆସିଲା 'ଦେବରା'ର ପ୍ରଥମ ଝଲକ, ଏନଟିଆରଙ୍କ ଦବଙ୍ଗ ଅନ୍ଦାଜ ଜିତିଲା ଫ୍ୟାନ୍ସଙ୍କ ମନ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ଜୁନିଆର ଏନଟିଆରଙ୍କ ଆଗାମୀ ଫିଲ୍ମ 'ଦେବରା' ର ପ୍ରଥମ ଝଲକ ରିଲିଜ ହୋଇଛି । ଏଥିରେ ଜୁନିଅର ଏନଟିଆରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହା ରିଲିଜ ହେବା ମାତ୍ରେ ବେଶ ଭାଇରାଲ ହେଉଛି ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତା ପ୍ରତିଶୃତି ଅନୁଯାୟୀ, 'ଦେବରା'ର ପ୍ରଥମ ଝଲକ ରିଲିଜ କରିଛନ୍ତି । ନିର୍ମାତା ନୂଆବର୍ଷରେ ଫିଲ୍ମର ପ୍ରଥମ ଝଲକ ଦେଖାଇବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ଫିଲ୍ମର ପ୍ରଥମ ଝଲକ ଦେଖାଇଛନ୍ତି । ୧ ମିନିଟ ୨୯ ସେକେଣ୍ଡର ଏହି ଭିଡିଓ ଭରପୁର ଆକ୍ସନ ଦେଖିବାକୁ ମିଳିଛି । ଜୁନିଅର ଏନଟିଆର ଦବଙ୍ଗ ଅନ୍ଦାଜରେ ନଜର ଆସିଥିବା ବେଳେ ଫ୍ୟାନ୍ସ ଏହା ଦେଖି ଦିୱାନା ହୋଇଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ ଦେବରା ଘୋଷଣା କରିଥିଲେ । ଏହି ଫିଲ୍ମରେ ସୈଫ ଏବଂ ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ । ଏହି ଫିଲ୍ମ ଦୁଇଟି କିସ୍ତିରେ ପରଦାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରାରମ୍ଭିକ ଅଂଶ ଏପ୍ରିଲ ୫, ୨୦୨୪ରେ ରିଲିଜ ହେବାର ଯୋଜନା ରହିଛି ।

ଏହା ମଧ୍ୟ ପଢନ୍ତୁ: ସୈଫଙ୍କ ପ୍ରଥମ ଲୁକ୍ ଆଉଟ୍, ପୋଷ୍ଟର ରିଲିଜ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜୁନିୟର ଏନଟିଆର

ସୂଚନା ଥାଉ କି, ଏକ ବର୍ଷ ପୂର୍ବେ ନିର୍ମାତାମାନେ ଫିଲ୍ମର ଅଫିସିଆଲ୍ ମୋସନ୍ ପୋଷ୍ଟର ରିଲିଜ କରିଥିଲେ । Jr NTRଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା । ପରେ ସୈପଙ୍କ ଜନ୍ମଦିନରେ ଅଭିନେତାଙ୍କ ଲୁକ ଦେଖିବାକୁ ମିିଳିଥିଲା । ତେବେ ପ୍ରଥମ ଭାଗ ଏପ୍ରିଲ ୫ରେ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ ଏନଟିଆର ୱାର ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.