ହାଇଦ୍ରାବାଦ: ବଲିଉଡର ଏଭରଗ୍ରିନ୍ ଷ୍ଟାର୍ ଦେବ ଆନନ୍ଦ । ଅଭିନେତା ଦେବ ଆନନ୍ଦ 100ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ 6 ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ । 1946 ମସିହାରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ହମ୍ ଏକ୍ ହେଁ' କରିଥିଲେ କିନ୍ତୁ ଫିଲ୍ମ 'ଜିଦି' ସହିତ 2 ବର୍ଷ ପରେ ସେ ସଫଳତା ପାଇଥିଲେ । ଏଠାରୁ ତାଙ୍କର ଲୋକପ୍ରିୟତା ଧୀରେଧୀରେ ବୃଦ୍ଧି ପାଇଲା । 2001ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ବର୍ଷ 2002ରେ ତାଙ୍କୁ ସିନେମାର ସବୁଠାରୁ ବଡ଼ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଦେବ ଆନନ୍ଦ 26 ସେପ୍ଟେମ୍ବର 1923ରେ ପଞ୍ଜାବର ଶଙ୍କରଗଡରେ (ବ୍ରିଟିଶ ଭାରତ) ଜନ୍ମଗ୍ରହଣ କରିଥିଲେ । ଆଜି ଦେବ ଆନନ୍ଦ ଦୁନିଆରେ ଆଉ ନାହାଁନ୍ତି କିନ୍ତୁ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ସେ ସବୁବେଳେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରହିବେ । ଜନ୍ମ ବାର୍ଷିକୀ ଅବସରରେ ଆମେ ତାଙ୍କ ସହ ଜଡିତ କିଛି ଖାସ୍ ଏବଂ ରୋଚକ କଥା କହିବୁ ।
85 ଟଙ୍କାରେ କରିଥିଲେ ଚାକିରୀ ?
ଦେବ ଆନନ୍ଦଙ୍କ ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି 'ଗାଇଡ୍', 'ହରେ ରାମା ହରେ କୃଷ୍ଣ', 'ଦେସ୍ ପରଦେସ୍', 'ଜୁଏଲ୍ ଥୀଫ୍' ଏବଂ 'ଜନି ମେରା ନାମ'। ସେ ତାଙ୍କ ସମୟର ସବୁଠାରୁ ସୁନ୍ଦର ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ଝିଅମାନେ ତାଙ୍କ ପାଇଁ ପାଗଳ ହୋଇଯାଉଥିଲେ । ଆପଣ ଜାଣନ୍ତି କି ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ସେ କିରାଣୀ ଭାବରେ କାମ କରୁଥିଲେ। ମୁମ୍ବାଇରେ ସଂଘର୍ଷ ସମୟରେ ତାଙ୍କ ଘର ଚଳାଇବା ପାଇଁ ସେ ଆକାଉଣ୍ଟାଟ ଫାର୍ମରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ। ସେତେବେଳେ ତାଙ୍କର ଦରମା 85 ଟଙ୍କା ଥିଲା । ଏହାପରେ ସେ ମିଲିଟ୍ରି ସେନ୍ସର ଅଫିସରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ତାଙ୍କର ଦରମା 160 ଟଙ୍କାକୁ ବୃଦ୍ଧି ପାଇଲା। ଚାକିରିର କିଛି ମାସ ପରେ ଦେବ ଆନନ୍ଦ ଫିଲ୍ମ 'ହମ୍ ଏକ୍ ହେଁ' ପାଇଲେ ।
ଏହିପରି ଆରମ୍ଭ ହୋଇଥିଲା ପ୍ରେମ
ଦେବ ଆନନ୍ଦ ଏବଂ ସୁରୟାଙ୍କ ପ୍ରେମ କାହାଣୀ ସେହି ଦିନ ସବୁଆଡେ ଚର୍ଚ୍ଚାରେ ଥିଲା । ଦୁହେଁ 1948 ମସିହାରେ 'ବିଦ୍ୟା' ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତ 'କିନାରେ-କିନାରେ' ସୁଟିଂ ସମୟରେ ଦେବ ଆନନ୍ଦ ସୁରୟାଙ୍କୁ ବୁଡ଼ିଯିବାରୁ ରକ୍ଷା କରିଥିଲେ। ସେ ଡଙ୍ଗାରୁ ଖସି ଯାଇଥିଲେ । ତା’ପରେ ଦେବ ଆନନ୍ଦ ତାଙ୍କୁ ବଞ୍ଚାଇବା ପାଇଁ ହ୍ରଦକୁ ଡେଇଁପଡିଥିଲେ । ପରେ ସୁରୟା ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି ସେ ତାଙ୍କୁ ବଞ୍ଚାଇ ନଥାନ୍ତେ ତେବେ ସେ ବଞ୍ଚି ନଥାନ୍ତେ । ଏଠାରୁ ଦୁହେଁ ପ୍ରେମରେ ପଡ଼ିଥିଲେ ।
ବିବାହରେ ରାଜି ନଥିଲେ ସୁରେୟାଙ୍କ ଜେଜେମା’
ପରେ ଦେବ ଆନନ୍ଦ ତାଙ୍କୁ ଫିଲ୍ମ 'ଜୀତ୍' (1949)ର ସେଟରେ ପ୍ରପୋଜ୍ କରିଥିଲେ ଏବଂ ତାଙ୍କୁ 3000 ଟଙ୍କା ମୂଲ୍ୟର ହୀରା ମୁଦି ଦେଇଥିଲେ କିନ୍ତୁ ସୁରେୟାଙ୍କ ଜେଜେମା’ ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ। ପାରିବାରିକ ଚାପ ହେତୁ ସୁରୟା ବିବାହ କରିବାକୁ ମନା କରିଦେଇଥିଲେ ଏବଂ ତା’ପରେ ସେ ସାରା ଜୀବନ ବିବାହ କରିନଥିଲେ। କୁହାଯାଏ ଯେ ସୁରେୟା ମଧ୍ୟ ଦେବ ଆନନ୍ଦଙ୍କ ସହ ଫେରାର ଯୋଜନା କରିଥିଲେ କିନ୍ତୁ ତାଙ୍କ ଜେଜେମା’ଙ୍କୁ ସନ୍ଦେହ ହୋଇଯାଇଥିଲା ଏବଂ ତାଙ୍କ ଯୋଜନା ଫେଲ୍ ମାରିଥିଲା । ସୁରେୟାଙ୍କ ଜେଜେମା ଚାହୁଁ ନଥିଲେ ଯେ ସେ ଅନ୍ୟ କୌଣସି ଧର୍ମରେ ବିବାହ କରନ୍ତୁ । ସେ ଜଣେ ମୁସଲମାନ ଏବଂ ଦେବ ଆନନ୍ଦ ଜଣେ ହିନ୍ଦୁ ଥିଲେ ।
ଏହା ମଧ୍ୟ ପଢନ୍ତୁ: କଳା କୋଟ ପିନ୍ଧିବା ପାଇଁ ଦେବ ଆନନ୍ଦଙ୍କୁ ବାରଣ କରିଥିଲା କୋର୍ଟ
ନ ପାଇବାର ଯନ୍ତ୍ରଣା ଥିଲା: ଦେବ ଆନନ୍ଦ
ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ଦେବ ଆନନ୍ଦ କହିଥିଲେ, "ମୁଁ ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିଥିଲି । ପ୍ରଥମ ପ୍ରେମର କଷ୍ଟ ଏବଂ ନ ପାଇବାର ଯନ୍ତ୍ରଣା ଆମେ ସମସ୍ତେ ଜାଣୁ । ହଠାତ୍ ଆଶା ସୃଷ୍ଟି ହେଲା କିନ୍ତୁ ଯେତେବେଳେ କିଛି ହେଲା ନାହିଁ, ଚାରିଆଡେ ନିରାଶା ଦେଖାଗଲା ।"
ଦେବ ଆନନ୍ଦଙ୍କ ପତ୍ନୀ କଳ୍ପନା କାର୍ତ୍ତିକ
ଦେବ ଆନନ୍ଦ ତାଙ୍କ ସମୟରେ ସବୁଠାରୁ ହ୍ୟାଣ୍ଡସମ୍ ଥିଲେ । ଝିଅମାନେ ତାଙ୍କ ପାଇଁ ପାଗଳ ଓ ଏପରିକି ଅନେକ ନାଁ ସହ ତାଙ୍କ ନାମକୁ ଯୋଡ଼ା ଯାଇଛି । ଏପରିକି ଦେବ ଆନନ୍ଦଙ୍କୁ କଳା ରଙ୍ଗ ଡ୍ରେସରେ ଦେଖିବା ପାଇଁ ଜଣେ ଝିଅ ଛାତ ଉପରୁ ଡେଇଁ ପଡିଥିଲେ । ଏହାପରେ ସେ କଳା ରଙ୍ଗ ଡ୍ରେସ ପିନ୍ଧିବା ଛାଡ଼ି ଦେଇଥିଲେ । ଦେବ ଆନନ୍ଦଙ୍କ ପ୍ରଥମ ପ୍ରେମ ଥିଲେ ସୁରେୟା । ସୁରୟାଙ୍କ ଜେଜେମା’ ଏହି ବିବାହରେ ରାଜି ନହେବାରୁ ଦେବ ଆନନ୍ଦ ପରେ ‘ଟାକ୍ସି ଡ୍ରାଇଭର’ ସେଟରେ କଳ୍ପନା କାର୍ତ୍ତିକଙ୍କୁ ଲଞ୍ଚ ବ୍ରେକ୍ ସମୟରେ ପ୍ରୋପୋଜ କରିଥିଲେ ଓ ଦୁହେଁ ବିବାହ କରିନେଇଥିଲେ । ଦେବ ଆନନ୍ଦଙ୍କ ମୃତ୍ୟୁ ସମୟରେ ମଧ୍ୟ କଳ୍ପନା ତାଙ୍କ ସହ ଥିଲେ । ଶେଷରେ 2011 ଡିସେମ୍ବର 3ରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା ।