ETV Bharat / entertainment

Delivery Boy: ଡେଲିଭରି ବୟକୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଟିମ୍

author img

By

Published : Apr 5, 2023, 12:35 PM IST

Updated : Apr 5, 2023, 1:07 PM IST

ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ ଏପ୍ରିଲ ୭ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରେସମିଟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିଲ୍ମର ଟିମ୍ । ଅଧିକ ପଢନ୍ତୁ,

ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଡେଲିଭରୀ ବୟ ଟିମ୍

ଡେଲିଭରି ବୟକୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଟିମ୍

ଭୁବନେଶ୍ବର: ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ । ଡେଲିଭରୀ ବୟ ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫିଲ୍ମ ଉପରୁ ସରକାର ପ୍ରମୋଦ କର ଛାଡ କରିବା ସହ ଫିଲ୍ମ ରିଲିଜକୁ ପ୍ରୋତ୍ସାହନ ଦେଇଛନ୍ତି । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ‘ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି ।

ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ ପରଦାକୁ ଆସିବା ପୂର୍ବରୁ ରାଜ୍ୟ ସରକାର ଏହା ଉପରୁ ପ୍ରମୋଦ କର ଛାଡ ବା ଟ୍ୟାକ୍ସ ଫ୍ରି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡେଲିଭରୀ ବୟ’ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଦିଆଯିବା ସହ ଓଡିଆ ଚଳଚ୍ଚିତ୍ରର ପ୍ରସାର ପାଇଁ ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଛି । ଏଭଳି ଉଦ୍ୟମ ଫଳରେ ମୌଳିକ କାହାଣୀକୁ ନେଇ ପ୍ରଯୋଜକମାନେ ଆଗେଇ ଆସିବେ ଏବଂ ଦର୍ଶକ ଅଧିକରୁ ଅଧିକ ଓଡ଼ିଆ ଫିଲ୍ମ ଦେଖିବାର ସୁଯୋଗ ପାଇବେ ବୋଲି ଫିଲ୍ମ ଟିମ୍ ମତ ପ୍ରକାଶ କରିଛି ।

ସେହିପରି ଓଡ଼ିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟିକ ଫିଲ୍ମ ସୁଟିଂ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି ସହ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଏହାଛଡା ଓଡ଼ିଆ ଚଳଚ୍ଚିତ୍ର ଜଗତ ବିକାଶ ଦିଗରେ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହିପରି ପଦକ୍ଷେପ ଆମ ପରି କଳାକାରମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ‘ଡେଲିଭରୀ ବୟ’ର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ସହରାଞ୍ଚଳର ଦୈନନ୍ଦିନ ଜୀବନକୁ ଡେଲିଭରୀ ବୟ ଫିଲ୍ମରେ ଦର୍ଶାଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଡେଲିଭରୀ ବୟମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଫିଲ୍ମଟି ଡେଲିଭରୀ ବୟମାନଙ୍କ ଜୀବନ ଉପରେ ଆଧାରିତ ଅଟେ । ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷ କରି ବିଜୟୀ ହୋଇଛନ୍ତି ତାହାକୁ ଫିଲ୍ମରେ ଖୁବ ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି । ଏଥିସହ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଫିଲ୍ମଟିରେ ଉଦ୍ୟମ କରାଯାଇଛି । ତେବେ ଫିଲ୍ମ ଦ୍ବାରା ସମାଜର ସବୁ ଶ୍ରେଣୀର ଦର୍ଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରହିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶକ୍ତି ବରାଳ, ସୁଶାନ୍ତ ଦାସ ମହାପାତ୍ର, ଅଭିନେତ୍ରୀ ପ୍ରିୟମ୍ବଦା କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପବ୍ଲିସିଟି ମୁଖ୍ୟ ଗୁଡ୍ଡୁ, ବିତରକ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଫିଲ୍ମରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ଦାସମହାପାତ୍ର, ଅଭିନେତ୍ରୀ ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଡେଲିଭରୀ ବୟ ଏପ୍ରିଲ ୭ରେ ସାରା ଓଡିଶାର ୨୫ଟି ସିନେମା ହଲରେ ରିଲିଜ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 5, 2023, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.