ETV Bharat / entertainment

FIFA World Cup: ପ୍ରଥମ ଅଭିନେତ୍ରୀ ଭାବେ ଟ୍ରଫି ଉନ୍ମୋଚନ କରିବେ ଦୀପିକା - ଫିଫା ୱାର୍ଲ୍ଡକପ୍‌ ଟ୍ରଫି ଦୀପିକା ପାଦୁକୋନ

ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ୧୮ ଡିସେମ୍ବରରେ ଅନୁଷ୍ଠିତ ହେବ । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଫା ବିଶ୍ୱକପର ଟ୍ରଫି ଉନ୍ମୋଚନ କରିବେ । ଏଥିପାଇଁ ଖୁବଶୀଘ୍ର ଦୀପିକା କତାର ଗସ୍ତ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

FIFA World Cup: ପ୍ରଥମ ଅଭିନେତ୍ରୀ ଭାବେ ଟ୍ରଫି ଉନ୍ମୋଚନ କରିବେ ଦୀପିକା

author img

By

Published : Dec 6, 2022, 12:07 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଣେ ଗ୍ଲୋବାଲ ଆଇକନ୍ ଅଟନ୍ତି । ସେ ହିନ୍ଦୀ ଏବଂ ହଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ଚଳିତ ବର୍ଷ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ପ୍ରତିନିଧିତ୍ୱ କରିଥିଲେ, ଯାହାପରେ ତାଙ୍କର ବହୁତ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ ପାଇଁ ତାଙ୍କ ପ୍ରଶଂସକ ପୁଣି ଥରେ ଗର୍ବ ଅନୁଭବ କରିବେ, କାହିଁକି ନା ଦୀପିକାଙ୍କୁ ଏଥର ଫିଫା ବିଶ୍ବକପ୍‌ର ଟ୍ରଫି ଉନ୍ମୋଚନ କରିବାର ଦାୟିତ୍ୱ ଦିଆଯାଇଛି । ଏହି ୱାର୍ଲ୍ଡକପ୍‌ରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି ।

ଦୀପିକା କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ । କୌଣସି ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଜଣେ କଳାକାରଙ୍କ ଦ୍ୱାରା ଫିଫାର ଟ୍ରଫି ଉନ୍ମୋଚନ ହେବା ଫିଫା ବିଶ୍ୱକପ ଇତିହାସରେ ଏହା ପ୍ରଥମ । ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ୧୮ ଡିସେମ୍ବରରେ ଅନୁଷ୍ଠିତ ହେବ । ଫିଫା ଟ୍ରଫି ଉନ୍ମୋଚନ କରିବା ପାଇଁ ଖୁବଶୀଘ୍ର ଦୀପିକା କତାର ଗସ୍ତ କରିବେ ବୋଲି ଜଣାପଡିଛି (Deepika Padukone Fifa World Cup)। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ । ତେବେ ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ । ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ଧମାଲ ମଚାଇ ଦେଇଥିଲେ ।

'ଫାଇଟର୍' ସୁଟିଂରେ ବ୍ୟସ୍ତ

ଦୀପିକା ପାଦୁକୋନଙ୍କ ୱାର୍କଫ୍ରନ୍ଟ ବିଷୟରେ କହିବାକୁ ଗଲେ, ସେ ବର୍ତ୍ତମାନ ଚଳଚ୍ଚିତ୍ର 'ଫାଇଟର୍' (Fighter Movie)ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ମଧ୍ୟ ତାଙ୍କ ସହ ଅଛନ୍ତି । ଉଭୟ ତାରକା ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । କାହାଣୀଟି ସିଦ୍ଧାର୍ଥଙ୍କ ଦ୍ୱାରା ମଧ୍ୟ ଲେଖାଯାଇଛି । ଫିଲ୍ମରେ ଅନିଲ କପୁର ମଧ୍ୟ ଅଛନ୍ତି।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରି ସଦସ୍ୟ

ଦୀପିକା ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ 75ତମ ଫେଷ୍ଟିଭାଲ୍ ଡି କାନ୍ସର ଜୁରି ସଦସ୍ୟମାନଙ୍କ ସହିତ ଯୋଗ ଦେଇଥିଲେ । ଦୀପିକା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସେହି ମୁହୂର୍ତ୍ତଟି ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ସମସ୍ତେ ଅଭିନେତ୍ରୀଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.