ETV Bharat / entertainment

ସାମ୍ନାକୁ ଆସିଲା Brahmastra 2ର କାହାଣୀ, ଦମଦାର ଭୂମିକାରେ ନଜର ଆସିବେ ଦୀପିକା

ଫିଲ୍ମ ବ୍ରହ୍ମାସ୍ତ୍ର 2ରୁ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଛି । ତାଙ୍କୁ ଏହି ଚଳଚ୍ଚିତ୍ରରେ ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ। ଅଧିକ ପଢନ୍ତୁ

author img

By

Published : Jul 19, 2022, 10:30 PM IST

ସାମ୍ନାକୁ ଆସିଲା Brahmastra 2ର କାହାଣୀ, ଦମଦାର ଭୂମିକାରେ ନଜର ଆସିବେ ଦୀପିକା
ସାମ୍ନାକୁ ଆସିଲା Brahmastra 2ର କାହାଣୀ, ଦମଦାର ଭୂମିକାରେ ନଜର ଆସିବେ ଦୀପିକା

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଡେବ୍ୟୁ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' ଚଳିତ ବର୍ଷ ସେପ୍ଟେମ୍ବର 9ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଟ୍ରେଲର ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ 'କେସରିଆ' ମଧ୍ୟ ରିଲିଜ୍ ହୋଇଛି। ପ୍ରଶଂସକମାନେ ଫିଲ୍ମର ଟ୍ରେଲର ଏବଂ ଗୀତକୁ ମଧ୍ୟ ପସନ୍ଦ କରିଛନ୍ତି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ 'ବ୍ରହ୍ମାସ୍ତ୍ର ୨'ରେ ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି। ଏହାଠୁ ବଡ ଖବର ହେଉଛି କି, ଫିଲ୍ମର ଦ୍ୱିତୀୟ ଭାଗରେ ଦୀପିକା ପାଦୁକୋନଙ୍କ ଭୂମିକା ପ୍ରସ୍ତୁତ ହୋଇସାରିଛି ।

ଗଣମାଧ୍ୟମ ଅନୁଯାୟୀ, ଫିଲ୍ମର ଦ୍ୱିତୀୟ ଭାଗରେ ଦୁଇ ନୂଆ ଚରିତ୍ର ମହାଦେବ ଏବଂ ପାର୍ବତୀ ନଜର ଆସିବେ। କୁହାଯାଉଛି ଯେ ଦୀପିକା ପାଦୁକୋନ ଫିଲ୍ମର ପ୍ରଥମ ଭାଗରେ ଏକ ଦମଦାର ଅଭିନୟ କରିବେ। ଏଠାରେ ଫିଲ୍ମରେ ମହାଦେବଙ୍କ ଭୂମିକା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏଥିପାଇଁ ଜଣେ ଭଲ ଏବଂ ଶକ୍ତିଶାଳୀ ଅଭିନେତା ଖୋଜାଯାଉଛି।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ସେପ୍ଟେମ୍ବର 9 ରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପ୍ରଥମ ଭାଗ କିପରି ବକ୍ସ ଅଫିସରେ ପ୍ରତିକ୍ରିୟା ପାଇବ ତାହା ଉପରେ ଆଧାର କରି 'ବ୍ରହ୍ମାସ୍ତ୍ର-୨'ର କାହାଣୀ ପ୍ରସ୍ତୁତ ହେବ। ଚଳଚ୍ଚିତ୍ର ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଦକ୍ଷିଣ ଅଭିନେତା ନାଗାର୍ଜୁନ ଏବଂ ଟିଭି ଅଭିନେତ୍ରୀ ମୋନି ରୟ ଫିଲ୍ମର ପ୍ରଥମ ଭାଗରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.