ହାଇଦ୍ରାବାଦ: ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ଆଗାମୀ ପାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ' ସହିତ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ଏହି ଚଳଚ୍ଚିତ୍ର ଉପରେ ସୁଟିଂ ଏବେବି ଜାରି ରହିଛି । ନିକଟରେ ସାଉଥ ସୁପରଷ୍ଟାର କମଲ ହାସନ ଏହି ଚଳଚ୍ଚିତ୍ରରେ ଯୋଗ ଦେଇଛନ୍ତି । ତେବେ ବର୍ତ୍ତମାନ ଦୀପିକା ପାଦୁକୋନ ପୁଣି ଥରେ ଏହି ଫିଲ୍ମର ସୁଟିଂ ପାଇଁ ନଜର ଆସିଛନ୍ତି । ଦୀପିକାଙ୍କୁ ଆଜି ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ପାଇଁ ଦୀପିକା ପାଦୁକୋନ ହାଇଦ୍ରାବାଦରେ ପହଞ୍ଚିଥିବା ଜଣାପଡିଛି ।
ଦୀପିକା ପାଦୁକୋନଙ୍କୁ ମୁମ୍ବାଇ ବିମାନବନ୍ଦରରେ ବ୍ରାଉନ ରଙ୍ଗର ଆଉଟଫିଟ ସହ ବ୍ଲାକ ଗଗଲ୍ସରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ସେୟାର କରିଛନ୍ତି ।
ସୂଚନା ଥାଉ କି, ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର କମଲ ହାସନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏନେଇ ଗତକାଲି ନିର୍ମାତା ଏକ ପୋଷ୍ଟର ସେୟାର କରି ଫିଲ୍ମରେ କମଲ ହାସନଙ୍କ ଏଣ୍ଟ୍ରି ନେଇ ଘୋଷଣା କରିଥିଲେ। ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ପ୍ରଭାସ, ବିଗ ବି ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସମୟରେ ସାଉଥ ଅଭିନେତା ଦୁଲକର ସଲମାନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ବୋଲି କୁହାଯାଉଛି ।
ଚଳିତ ବର୍ଷ (2023)ର ମକର ସଂକ୍ରାନ୍ତୀ ଅବସରରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଏହା ସହିତ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ମକର ସଂକ୍ରାନ୍ତୀ ଅବସରରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ଭାଷାରେ ରିଲିଜ ହେବ । ଏହି ପାନ ଇଣ୍ଡିଆ ଫିଲ୍ମ ପାଇଁ ପ୍ରଭାସ 150 କୋଟି ଟଙ୍କା ଏବଂ ଦୀପିକାଙ୍କୁ 10 କୋଟି ଟଙ୍କା ଫି ଭାବେ ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ ପ୍ରାୟ 500 କୋଟି ଅଟେ । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି। ଏଥିସହ ଏହା ଏକ ଦମଦାର ଆକ୍ସନ୍ ଥ୍ରୀଲର ଫିଲ୍ମ ହେବ । ଏହି ଚଳଚ୍ଚିତ୍ରର ଆକ୍ସନ୍ ସିକ୍ବେନ୍ସ ପାଇଁ ହଲିଉଡ୍ ଆକ୍ସନ୍ ନିର୍ଦ୍ଦେଶକଙ୍କ ସହାୟତା ନିଆଯାଉଛି ।