ETV Bharat / entertainment

ରାମୋଜି ଫିଲ୍ମ ସିଟିରେ ଦୀପିକା ପାଦୁକୋନ, ଆରମ୍ଭ ହେବ Project Kର ସୁଟିଂ

author img

By

Published : Apr 13, 2022, 11:59 AM IST

ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟ କେର ସୁଟିଂ ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ତାଙ୍କୁ ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ରାମୋଜି ଫିଲ୍ମ ସିଟିରେ ଦୀପିକା ପାଦୁକୋନ
ରାମୋଜି ଫିଲ୍ମ ସିଟିରେ ଦୀପିକା ପାଦୁକୋନ

ନୂଆଦିଲ୍ଲୀ: ନିଜର ଜବରଦସ୍ତ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଚଳଚ୍ଚିତ୍ର ସମ୍ବନ୍ଧୀୟ ଅପଡେଟ୍ ସେୟାର କରନ୍ତି । ଏବେ ସୂଚନା ଆସୁଛି ଯେ ଅଭିନେତ୍ରୀ ତାଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟ କେର ସୁଟିଂ ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ତାଙ୍କୁ ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

ଅଭିନେତ୍ରୀଙ୍କ ଏହି ଭିଡିଓକୁ ପାପାରାଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଦୀପିକା ଫଟୋଗ୍ରାଫରଙ୍କୁ ଖୁସିରେ ଅଭିବାଦନ କରୁଥିବାବେଳେ ଭିତରକୁ ଯାଉଛନ୍ତି । ଭିଡିଓରେ ଦୀପିକାଙ୍କୁ ଏକ ଡେନିମ୍ ଜ୍ୟାକେଟ୍ ଏବଂ ଧଳା ଟି-ସାର୍ଟ ସହିତ ହାଲୁକା ନୀଳ ଜିନ୍ସରେ ଦେଖିବାକୁ ମିଳିଥିଲା । ANI ରିପୋର୍ଟ ଅନୁଯାୟୀ, ଦୀପକା ବର୍ତ୍ତମାନ ରାମୋଜି ଫିଲ୍ମସିଟିରେ ନିର୍ମିତ ଏକ ବିଶାଳ ସେଟରେ ସୁଟିଂ କରୁଛନ୍ତି ।

ଏହି ଚଳଚ୍ଚିତ୍ର ସହିତ ଅଭିନେତ୍ରୀ ବିଜ୍ଞାନ କଳ୍ପନା ଧାରାବାହିକ ଚଳଚ୍ଚିତ୍ରରେ ମଧ୍ୟ ଏଣ୍ଟ୍ରି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସବୁଠୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତେଲୁଗୁ ସୁପରଷ୍ଟାର ପ୍ରଭାସ, ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହିତ ଫିଲ୍ମରେ ଥିବା ଅନ୍ୟ କାଷ୍ଟଙ୍କ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.