ETV Bharat / entertainment

ଅଭିନୟରୁ ବ୍ରେକ ନେବେ ଅମିର, ପରିବାର ସହ ବିତାଇବେ ସମୟ

ଅଭିନୟରୁ ବ୍ରେକ୍‌ ନେଉଛନ୍ତି ଅମିର ଖାନ୍‌ । ସେ ତାଙ୍କ ମାଆ ଏବଂ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 16, 2022, 8:57 AM IST

ଅଭିନୟରୁ ବ୍ରେକ୍‌ ନେଇ ପରିବାର ସହ ସମୟ ବିତାଇବାକୁ ଚାହୁଁଛି: ଅମିର ଖାନ

ମୁମ୍ବାଇ: ଅଭିନୟରୁ ବ୍ରେକ୍‌ ନେଉଛନ୍ତି ବଲିଉଡ୍‌ର ମିଷ୍ଟର ପରଫେକନିଷ୍ଟ ଅମିର ଖାନ୍‌ । 'ଚାମ୍ପିଅନ୍ସ' ନାମକ ଏକ ଚଳଚ୍ଚିତ୍ରରେ ଅମିର ଏକ ଚରିତ୍ରରେ ଅଭିନୟ କରିବାର ଥିଲା, କିନ୍ତୁ ସେ ଏହା କରିବାକୁ ସେ ମନା କରିଦେଇଛନ୍ତି । ଏପଟେ ଏହି ଚଳଚ୍ଚିତ୍ରକୁ ନିଜେ ନିର୍ମାଣ କରୁଛନ୍ତି ଅମିର । ନିକଟରେ ଦିଲ୍ଲୀର ଏକ ଇଭେଣ୍ଟରେ ଅମିର ଖାନ ପହଞ୍ଚିଥିଲେ । ଯେଉଁଠାରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ କହିଛନ୍ତି କି, ସେ ତାଙ୍କ ମାଆ ଏବଂ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଅଭିନୟରୁ କିଛି ସମୟ ପାଇଁ ବିରତି ନେବାକୁ ଚାହୁଁଛନ୍ତି । ତେବେ ଅମିରଙ୍କ ଏହିଭଳି ବୟାନ ବର୍ତ୍ତମାନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅମିରଙ୍କ ପିଲାଦିନର ବନ୍ଧୁ ଦିଲ୍ଲୀର ଏକ କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ । ଯେଉଁଥିରେ ଅମିର କହିଛନ୍ତି କି, 'ଯେତେବେଳେ ଅଭିନେତା ଭାବରେ ଫିଲ୍ମ କରେ, ସେତେବେଳେ ମୁଁ ସମ୍ପୂର୍ଣ୍ଣ ହଜିଯାଏ । ମୁଁ ମୋ ଜୀବନରେ ଆଉ କିଛି ଜାଣି ନ ଥାଏ । ଲାଲ ସିଂ ଚଢା ପରେ ମୋତେ ଚାମ୍ପିଅନ୍ସ ନାମକ ଏକ ଫିଲ୍ମ କରିବାର ଥିଲା । କାହିଁକି ନା ଆଶ୍ଚର୍ଯ୍ୟଜନକ ସ୍କ୍ରିପ୍ଟ, ସୁନ୍ଦର କାହାଣୀ ଏବଂ ଏପରି ଏକ ଚଳଚ୍ଚିତ୍ର ଯାହା ହୃଦୟକୁ ସ୍ପର୍ଶ କରେ । କିନ୍ତୁ ମୁଁ ଏବେ ଭାବୁଛି ମୋତେ ବିରତି ନେବାକୁ ହେବ । ମୋ ପରିବାର, ମାଆ, ମୋ ପିଲାମାନଙ୍କ ସହିତ ରହିବାକୁ ଚାହୁଁଛି।'

ଅମିର ଖାନ 3 ଦଶନ୍ଧିରୁ ଅଧିକ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଭିନୟରୁ ବିରତି ନେଉଛନ୍ତି । ସେ ଆହୁରି କହିଛନ୍ତି, “ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୋର ସମ୍ପୂର୍ଣ୍ଣ ଧ୍ୟାନ ମୋ କାମ ଉପରେ ଅଛି । ହେଲେ ମୋ ନିକଟବର୍ତ୍ତୀ ଲୋକଙ୍କ ପାଇଁ ଏହା ଭଲ ନୁହେଁ । କହିବାକୁ ଗଲେ ସେ ଜଣେ ନିର୍ମାତା ଭାବରେ କାମ ଜାରି ରଖିବେ । ତାଙ୍କର ପରବର୍ତ୍ତୀ ପ୍ରଡକ୍ସନ୍ ଫିଲ୍ମ ‘ଚାମ୍ପିଅନ୍ସ’ ଆସିବାକୁ ଯାଉଛି । ‘ମୁଁ ସେହି ଭୂମିକା ପାଇଁ ଅନ୍ୟ କଳାକାରଙ୍କ ନିକଟକୁ ଯିବି । ମୁଁ ମୋ ଜୀବନର ସେହି ପର୍ଯ୍ୟାୟରେ ଅଛି ଯେଉଁଠାରେ ମୁଁ ସମ୍ପର୍କକୁ ଉପଭୋଗ କରିବାକୁ ଚାହେଁ । ତାହା ହେଉଛି ସର୍ବୋତ୍ତମ ଉପାୟ ।”

କରୀନା କପୁର ଖାନଙ୍କ ବିପକ୍ଷରେ ଫିଲ୍ମ 'ଲାଲ ସିଂ ଚଢା'ରେ ଅମିର ଖାନଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଟମ ହ୍ୟାଙ୍କଙ୍କ ଫରେଷ୍ଟ ଗୁମ୍ପର ଅଫିସିଆଲ୍ ହିନ୍ଦୀ ରିମେକ୍ ଥିଲା । ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.