ETV Bharat / entertainment

ରିଲିଜର ୨୪ଘଣ୍ଟାରେ ୟୁଟ୍ୟୁବରେ ଅପଲୋଡ ହେଲା ଦମନ, ପାଇରେସି ନେଇ ଅଭିଯୋଗ - ଲିକ ହେଲା ଦମନ ଚଳଚ୍ଚିତ୍ର

ରିଲିଜର ୨୪ ଘଣ୍ଟାରେ ଅନଲାଇନରେ ଲିକ ହେଲା ଦମନ ଚଳଚ୍ଚିତ୍ର । ସାଇବର ଥାନାରେ ଅଭିଯୋଗ କଲେ ଦମନ ଫିଲ୍ମର ପ୍ରଯୋଜକ । ଅଧିକ ପଢନ୍ତୁ

ଦମନ
ଦମନ
author img

By

Published : Nov 5, 2022, 10:45 PM IST

ଭୁବନେଶ୍ବର: ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର 'ଦମନ'(Ollywood movie Daman) । ରିଲିଜର ୨୪ ଘଣ୍ଟାରେ ଅନଲାଇନରେ ଲିକ ହେଲା ସମ୍ପୂର୍ଣ୍ଣ ଚଳଚ୍ଚିତ୍ର। ୟୁଟ୍ୟୁବରେ ଚଳଚ୍ଚିତ୍ରଟି ଅପଲୋଡ କରାଯାଇଛି । ବେଆଇନ ଭାବେ ଭିଡିଓକୁ ଚୋରି କରି ଅପଲୋଡ କରାଯାଇଥିବା ଅଭିଯୋଗ ହୋଇଛି । ଯାହାର ଅନଲାଇନ ପାଇରେସି କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦମନ ଫିଲ୍ମର ପ୍ରଯୋଜକ ।

ଦମନ

୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ବେଳେ, ସେସବୁ ଫିଲ୍ମର କପି କିପରି ଆସିଲା ? କିଏ ଅପଲୋଡ କଲା? ସେନେଇ ତଦନ୍ତ କରିବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଫିଲ୍ମର ପ୍ରଯୋଜକ। ଫିଲ୍ମ ଅପଲୋଡ଼ କରିଥିବା ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ଏନେଇ ସାଇବର ଥାନାରେ ପ୍ରଯୋଜକ ଦିପେନ୍ଦ୍ର ସାମଲ, ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର, ମିଡିଆ ପ୍ଲାନର ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଭିଏସ୍‌ଏସ୍ ସ୍ଥିତ ସାଇବର ଥାନାରେ ପହଞ୍ଚି ରିପୋର୍ଟ ଦେଇଛନ୍ତି। ଯାହାକୁ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ।

ଗତକାଲି ଚଳଚ୍ଚିତ୍ର 'ଦମନ' ୪୩ଟି ପ୍ରେକ୍ଷାଳୟରେ ସାରା ଓଡି଼ଶାରେ ମୁକ୍ତିଲାଭ କରିଥିଲା । ଯାହାକୁ ଦେଖିବାକୁ ହଲ ଗୁଡିକରେ ଦର୍ଶକଙ୍କ ଭିଡ ଜମିଥିଲା । ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର । ବହୁଦିନ‌ ପରେ ଅଭିନେତା ବାବୁଶାନ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ଚଳଚ୍ଚିତ୍ର ଦମନରେ ବାସ୍ତବବାଦୀ ଅଭିନୟ କରିଛନ୍ତି । କୋରୋନା କାରଣରୁ ୨ବର୍ଷ ହେଲା ବଡ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା । ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଥିଲା । କିନ୍ତୁ ଫିଲ୍ମ ଲିଟ ହେବା ପରେ ଏହାକୁ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Movie Daman: ବଡ ପରଦାରେ ନିଜ ଭୂମିକା ଦେଖି ଉତ୍ସାହିତ ଲାଗୁଛି: ଦମନ ରିଅଲ ହିରୋ

'ବିଦ୍ୟାରାଣ' ପରେ ବିଗ୍ ବଜେଟ୍ ଫିଲ୍ମ ହେଉଛି 'ଦମନ' । ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ଦମନରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ'ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଚଳଚ୍ଚିତ୍ରରେ ପ୍ରତିପାଦିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.