ETV Bharat / entertainment

Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର - Asha Parekh films

ଚଳିତ ବର୍ଷ ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ (Dadasaheb Phalke Award 2022) ପୁରସ୍କାର ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର, କେନ୍ଦ୍ର ମନ୍ତ୍ରୀ କଲେ ଘୋଷଣା

author img

By

Published : Sep 27, 2022, 1:32 PM IST

Updated : Sep 27, 2022, 3:51 PM IST

ହାଇଦ୍ରାବାଦ: ବଲିଉଡର ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ( Actor Asha Parekh) ସିନେ ଜଗତର ସର୍ବୋଚ୍ଚ ପୁରସ୍କାର । ଆଶା ପାରେଖଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର 2022ରେ (Dadasaheb Phalke Award 2022) ସମ୍ମାନିତ କରାଯିବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ସମାରୋହରେ ଆଶା ପାରେଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଆଶା ପାରେଖ ଅଭିନୟ ଜଗତରୁ ଅବସର ନେଇ ସାରିଛନ୍ତି । କିନ୍ତୁ 60 ଏବଂ 70 ଦଶକରେ ଆଶା ପାରେଖଙ୍କ ନାମ ସେହି ସମୟର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଆଯାଉଥିଲା । ତାଙ୍କ ସମୟରେ ଚଳଚ୍ଚିତ୍ର ପରଦାରେ ରାଜ୍‌ କରୁଥିବା ଆଶା ପାରେଖ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଥିଲେ। 1992 ମସିହାରେ ସିନେମା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ଆଶା ପାରେଖ
ଆଶା ପାରେଖ

ଆଶା ପାରେଖ 2 ଅକ୍ଟୋବର 1942 ରେ ବେଙ୍ଗାଲୋରର ଏକ ଗୁଜୁରାତି ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆଶା ପାରେଖ 1952 ମସିହାରୁ 'ଆସମାନ' ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଅଭିନେତ୍ରୀ ଭାବରେ ଆଶା ପାରେଖଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା 'ଦିଲ୍ ଦେକେ ଦେଖୋ', ଯାହା ବହୁତ ସଫଳ ହୋଇଥିଲା । ପ୍ରାୟ 80 ଟି ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କାମ କରିଥିବା ଆଶା ପାରେଖଙ୍କ ସମସ୍ତ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। ଯେଉଁଥିରେ 'ଜବ୍‌ ପ୍ୟାର କିସି ସେ ହୋତା ହେ', 'ଘରାନା', 'ଭରୋସା', 'ମେରେ ସନମ୍', 'ତିସରି ମଞ୍ଜିଲ', 'ଦୋ ବଦନ', 'ଉପକାର', 'ଶିକାର', 'ସାଜନ', 'ଆନ ମିଲୋ ସଜନା' ପ୍ରମୁଖ ଅଟେ । ତାଙ୍କ ସିନେ କ୍ୟାରିଅର ମଧ୍ୟରେ ସେ ଦେବାନନ୍ଦ, ରାଜେଶ ଖାନ୍ନା, ଶଶି କପୁର, ଜିତେନ୍ଦ୍ର, ମନୋଜ କୁମାର ଓ ଧର୍ମେନ୍ଦ୍ରଙ୍କ ଭଳି ଅଭିନେତାଙ୍କ ସହ ଅଭିନୟ କରିଛନ୍ତି । ଏହାସହ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ ।

ଆଶା ପାରେଖ କେବେ ବି ବିବାହ କରିନଥିଲେ, କିନ୍ତୁ ତାଙ୍କ ଏବଂ ନିର୍ଦ୍ଦେଶକ ନାସିର ହୁସେନ୍‌ଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ନାସିର ହୁସେନ୍ ଅମିର ଖାନଙ୍କ ଦାଦା। ନାସିର ହୁସେନ୍‌ଙ୍କୁ ବିବାହ ନକରିବା ପ୍ରସଙ୍ଗରେ ଆଶା ପାରେଖ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଚାହୁଁ ନଥିଲେ ନାସିର ହୁସେନ୍‌ କେବେ ତାଙ୍କ ପରିବାରଠାରୁ ଅଲଗା ହୁଅନ୍ତୁ, ଯେଉଁ କାରଣରୁ ସେ ବିବାହ କରିନଥିଲେ।

ଆଶା ଟେଲିଭିଜନ୍ ସିରିଏଲ୍‌ର ନିର୍ଦ୍ଦେଶନା ଏବଂ ନିର୍ମାଣ ପାଇଁ 1995 ରେ ଅଭିନୟରୁ ଅବସର ନେଇଥିଲେ । ପାରେଖ 2002 ରେ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ । ଏହା ବ୍ୟତୀତ, ସେ ଅନେକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପାଇଥିଲେ: 2004 ରେ କାଲାକର ପୁରସ୍କାର, 2006 ରେ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର, 2007 ରେ ପୁଣେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର, ଏବଂ 2007 ରେ ଲଙ୍ଗ ଆଇଲାଣ୍ଡ, ନ୍ୟୁୟର୍କରେ ନବମ ବାର୍ଷିକ ବଲିଉଡ ପୁରସ୍କାର । କେବଳ ଏତିକି ନୁହେଁ ସେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ରୁ ଲିଭିଂ ଲିଜେଣ୍ଡ ଆୱାର୍ଡ ମଧ୍ୟ ପାଇଛନ୍ତି।

Last Updated : Sep 27, 2022, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.