ETV Bharat / entertainment

ନୱାଜୁଦ୍ଦିନଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ବଢିଲା ମୁସ୍କିଲ! ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ - ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କୁ କୋର୍ଟ ସମନ୍‌ ପଠାଇଛି । ଶୁଣାଣି ପାଇଁ କୋର୍ଟ ଅକ୍ଟୋବର 7 ତାରିଖ ସ୍ଥିର କରିଛି । ଅଧିକ ପଢନ୍ତୁ

ଆଲିଆ ସିଦ୍ଦିକିଙ୍କ ବଢିଲା ମୁସ୍କିଲ
ଆଲିଆ ସିଦ୍ଦିକିଙ୍କ ବଢିଲା ମୁସ୍କିଲ
author img

By ETV Bharat Odisha Team

Published : Sep 20, 2023, 7:14 AM IST

ହାଇଦ୍ରାବାଦ: ବିଗ୍‌ବସ୍ ସହିତ ପୁଣିଥରେ ଲାଇମଲାଇଟ୍ ଆସିଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କୁ କୋର୍ଟ ସମନ୍‌ ଜାରି କରିଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ପକ୍ଷରୁ ଏକ କ୍ଲିନ୍ ଚିଟ୍ ମିଳିବା ପରେ କୋର୍ଟ ତାଙ୍କୁ ହାଜର ହୋଇ ବୟାନ ରେକର୍ଡ କରିବା ପାଇଁ ଏହି ସମନ୍‌ ପଠାଇଛନ୍ତି । ଅକ୍ଟୋବର 7ରେ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରାଯାଇଛି ।

2020 ମସିହାରେ ଆଲିଆ ନିଜ ଦିଅରଙ୍କ ବିରୋଧରେ ତାଙ୍କ ସହ ଅସଦାଚରଣ ଅଭିଯୋଗରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଏହା ଥିଲା ଯେ, ସେ 2012ରେ ବୁଦ୍ଧାନା ସ୍ଥିତ ତାଙ୍କ ଶାଶୁ ଘରକୁ ଯାଇଥିଲେ । ସେହି ସମୟରେ ତାଙ୍କ ଦିଅର ତାଙ୍କ ସହ ଅସଦାଚରଣ କରିଥିଲେ, ଯାହା ପରେ ସେ ଭର୍ସୋଭା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ପରେ ଏହି ମାମଲା ବୁଦ୍ଧାନା ପୋଲିସ ଷ୍ଟେସନକୁ ପଠାଯାଇଥିଲା । ମାମଲାର ତଦନ୍ତ ପରେ ପୋଲିସ POCSO କୋର୍ଟରେ ଏକ କ୍ଲୋଜ୍‌ ରିପୋର୍ଟ ଦାଖଲ କରିଥିଲା ​​ଯାହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏଡିଜିସି କ୍ରାଇମବ୍ରାଞ୍ଚ ପ୍ରଦୀପ ବାଲିୟାନ କହିଛନ୍ତି ଯେ, ଆଲିଆଙ୍କୁ ପୁଣି ଥରେ ସମନ ପଠାଯାଇଛି । ପୋଲିସ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। ଆଲିଆଙ୍କ ବିୟାନ ରେକର୍ଟ କୋର୍ଟରେ କରାଯିବ।

ସୂଚନାଯୋଗ୍ୟ ଯେ, 2020 ଜୁଲାଇ 27ରେ ଆଲିଆ ତାଙ୍କ ସ୍ୱାମୀ ନୱାଜୁଦ୍ଦିନ, ଦିଅର ମୀନାଜୁଦ୍ଦିନ, ଫିୟାଜୁଦ୍ଦିନ ଏବଂ ଆୟାଜୁଦ୍ଦିନ, ଶାଶୁ ମେହରୁନିଶାଙ୍କ ବିରୋଧରେ ଭର୍ସୋଭା ପୋଲିସ ଷ୍ଟେସନରେ ବିଭିନ୍ନ ଅଭିଯୋଗରେ ମାମଲା ଦାଖଲ କରିଥିଲେ । ପରେ ଏହାକୁ ବୁଦ୍ଧାନା କୋତୱାଲିକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପୀଡ଼ିତା କହିଛନ୍ତି ଯେ, ତାଙ୍କ ଦିଅର ମୀନାଜୁଦ୍ଦିନ ତାଙ୍କ ଝିଅ ସହିତ ଅସଦାଚରଣ କରିଥିଲେ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ତାଙ୍କୁ ମାଡ଼ ଦିଆଯାଇଥିଲା ଏବଂ ତାଙ୍କ ସ୍ୱାମୀ ପୋଲିସ ନିକଟରେ ଅଭିଯୋଗ କରିବାକୁ ଦେଇନଥିଲେ । ନୱାଜୁଦ୍ଦିନ ସିଦ୍ଦିକିଙ୍କ ଗିରଫଦାରୀକୁ ଆହ୍ଲାବାଦ ହାଇକୋର୍ଟ ସ୍ଥଗିତ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: ନୱାଜୁଦ୍ଦିନ-ଆଲିଆ ମାମଲାରେ ପୂର୍ଣ୍ଣଚ୍ଛେଦ

2020 ଅକ୍ଟୋବର 16ରେ ଏହି ମାମଲାରେ ଆଲିଆ ସିଦ୍ଦିକି ଏବଂ ତତ୍କାଳୀନ ଅନୁସନ୍ଧାନକାରୀ ଭେର ନାରାୟଣ ସିଂ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ କୋର୍ଟରେ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ । ଏହାପରେ ଆଲିଆ କୋର୍ଟରେ ହୋଇଥିବା ଅଭିଯୋଗକୁ ସମର୍ଥନ କରିଥିଲେ ।

ଉଲ୍ଲେଖନୀୟ ଯେ, ବିଗ୍ ବସ୍ କାରଣରୁ ଆଲିଆ ଚର୍ଚ୍ଚାରେ ରହିଛନ୍ତି । ଏହା ପରେ, ଚଳିତ ମାସରେ ସେ ଦୁବାଇ ସରକାରଙ୍କୁ ଭଡା ବିବାଦ ସମ୍ପର୍କରେ ଏକ ନୋଟିସ ମଧ୍ୟ ପାଇଥିଲେ। ସେ ନିଜ ପିଲାମାନଙ୍କ ସହିତ ଦୁବାଇରେ ରୁହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.