ଡେରାଡୁନ: ଉତ୍ତରାଖଣ୍ଡର ହରିଦ୍ବାର ଗସ୍ତରେ ଅଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ । ଏହି ସମୟରେ ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ବାରମ୍ବାର ମିଳୁଥିବା ହତ୍ୟା ଧମକ ନେଇ ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା । ସେ କହିଛନ୍ତି ଯେ, ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତରେ ସୁରକ୍ଷିତ ଅଛି ତେଣୁ ଭୟଭୀତ ହେବାର କିଛି ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ମାନେ ଅଭିନେତା । ସଲମାନ ଖାନଙ୍କୁ କେନ୍ଦ୍ର ସୁରକ୍ଷା ଯୋଗାଇ ଦେଇଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ସୁରକ୍ଷା ପାଇଛନ୍ତି, ତେବେ ଭୟ କରିବାର କିଛି ନାହିଁ। " କଙ୍ଗନା ଆହୁରି କହିଛନ୍ତି, "ଯେତେବେଳେ ମୋତେ ମଧ୍ୟ ଧମକ ମିଳିଥିଲା, ମୋତେ ମଧ୍ୟ ସରକାର ସୁରକ୍ଷା ଦେଇଥିଲେ । ଆଜି ଦେଶ ସୁରକ୍ଷିତ ହାତରେ ଅଛି । ଆମର ଚିନ୍ତା କରିବାର କିଛି ନାହିଁ ।"
ଶନିବାର ଏକ ଟିଭି ଶୋ’ରେ ସଲମାନ ହତ୍ୟା ଧମକ ନେଇ ଆଲୋଚନା କରିଥିଲେ । ସାକ୍ଷାତକାରରେ ଅଭିନେତା କହିଥିଲେ କି, ଦୁବାଇ ସମ୍ପୂର୍ଣ୍ଣ ସୁରକ୍ଷିତ, ଭାରତ କେ ଅନ୍ଦର ସମସ୍ୟା ହେ । ସେ ଆହୁରି ମଧ୍ୟ କହିଥିଲେ ଯେ, ନିରାପତ୍ତା ଅପେକ୍ଷା ସୁରକ୍ଷା ଭଲ । ଏକ ଗୁରୁତର ବିପଦ ରହିଛି ଯେଉଁଥିପାଇଁ ସୁରକ୍ଷା ଅଛି । ସଲମାନଙ୍କ ଏହି ମନ୍ତବ୍ୟ ପରେ କଙ୍ଗନା ବୋଧହୁଏ ଏଭଳି ପ୍ରତିକ୍ରିୟା ରଖିଥିବା କୁହାଯାଉଛି । ସୂଚନା ଅନୁସାରେ ବାରମ୍ବାର ହତ୍ୟା ଧମକ ମଧ୍ୟରେ ସଲମାନଙ୍କୁ ମୁମ୍ବାଇ ପୋଲିସ ଦ୍ବାରା Y+ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି ।
କଙ୍ଗନାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଫିଲ୍ମ ଏମରଜେନ୍ସି ସହ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ କଙ୍ଗନା । ଏଥିସହ ସେ ତେଜସ, ମଣିକର୍ଣ୍ଣିକା ରିଟର୍ନସ୍: ଦି ଲିଜେଣ୍ଡ୍ ଅଫ୍ ଦିଦା, ଚନ୍ଦ୍ରମୁଖୀ ୨ ଏବଂ ଦ ଇନକାରନେସନ: ସୀତାରେ ମଧ୍ୟ ନଜର ଆସିବେ । ସଲମାନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଭାଇଜାନ 4ବର୍ଷ ପରେ କିସି କା ଭାଇ କିସି କି ଜାନଙ୍କ ସହ ବଡ ପରଦାରେ ନଜର ଆସିଛନ୍ତି । ଯାହା ଏପ୍ରିଲ 21 ଇଦ ଅବସରରେ ରିଲିଜ ହୋଇଥିଲା । ଯାହା ସାଉଥ୍ ଷ୍ଟାର୍ ପୂଜା ହେଗ୍ଡେ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହାପରେ ପ୍ରଶଂସକଙ୍କୁ ଆଉ ଏକ ଫିଲ୍ମ ଭେଟି ଦେବେ ସଲମାନ ଖାନ । ଦୀପାବଳିରେ କ୍ୟାଟ୍ରିନା କୈଫଙ୍କ ସହ ଅଭିନୀତ ଫିଲ୍ମ ଟାଇଗର ୩ ରିଲିଜ ହେବ ।