ETV Bharat / entertainment

ପୁଣି କାଳ ହେଲା ଜିମ୍, ହୃଦଘାତରେ ଚାଲିଗଲା ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଜୀବନ

author img

By

Published : Nov 11, 2022, 4:28 PM IST

Updated : Nov 11, 2022, 5:39 PM IST

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଛି । ଜିମରେ ୱାର୍କଆଉଟ୍ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ
ସିଦ୍ଧାନ୍ତ ସୂର୍ଯ୍ୟବଂଶୀ

ହାଇଦ୍ରାବାଦ: ଆଉ ନାହାନ୍ତି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ । ଟେଲିଭିଜନ ଜଗତରୁ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ସୂଚନାନୁସାରେ, ଜିମରେ ୱାର୍କଆଉଟ୍ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ଅଭିନେତାଙ୍କୁ ମାତ୍ର 46 ବର୍ଷ ବୟସ ହୋଇଥିଲା ।

ଶୁକ୍ରବାର ସକାଳେ ଜିମରେ ୱାର୍କଆଉଟ୍ କରୁଥିବାବେଳେ ହଠାତ୍ ଅଚେତ୍ ହୋଇପଡିଥିଲେ ସିଦ୍ଧାନ୍ତ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ହେଉଛି ଜିମରେ ଅଭିନେତାଙ୍କ ମୃତ୍ୟୁର ତୃତୀୟ ଘଟଣା । ଉଲ୍ଲେଖନୀୟ ଯେ, ସିଦ୍ଧାନ୍ତ ବୀର 15 ଡିସେମ୍ବରରେ ତାଙ୍କର 47 ତମ ଜନ୍ମଦିନ ପାଳନ କରିଥାନ୍ତେ ।

ଏହା ବି ପଢନ୍ତୁ: କମେଡି ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା, ଆଖି ବୁଜିଲେ ହାସ୍ୟ ଅଭିନେତା ପରାଗ କଂସାରା

ସିଦ୍ଧାନ୍ତ ବୀରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପୋଷ୍ଟ କରିଛନ୍ତି, ଜୟ ଭାନୁଶାଲି ଏକ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଅଭିନେତା ନିଜ ବନ୍ଧୁଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଜୟ ଭାନୁଶାଲି ସିଦ୍ଧାନ୍ତଙ୍କ ଫଟୋ ତାଙ୍କ ଇନଷ୍ଟା କାହାଣୀରେ ପୋଷ୍ଟ କରି ଲେଖିଛନ୍ତି, 'ଭାଇ, ତୁମେ ଖୁବ୍ ଶୀଘ୍ର ଚାଲିଗଲ।'

ସିଦ୍ଧାନ୍ତ ବୀର ଟିଭିର ଜଣେ ଲୋକପ୍ରିୟ ଅଭିନେତା ଥିଲେ । କିନ୍ତୁ ସେ ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଂରେ ଭଲ କାମ କରିବା ପରେ ସେ ଟିଭିରେ ପାଦ ଦେଇଥିଲେ । ତାଙ୍କର ଡେବ୍ୟୁ ଟିଭି ସିରିଏଲ ଥିଲା 'କୁସୁମ୍' । ଏହା ପରେ ସିଦ୍ଧାନ୍ତ ଅନେକ ଲୋକପ୍ରିୟ ଟିଭି ସିରିଏଲରେ ନଜର ଆସିଥିଲେ, ଯେଉଁଥିରେ ସେ 'କସୋଟି ଜିନ୍ଦେଗି କି', 'କୃଷ୍ଣ ଅର୍ଜୁନ', 'କ୍ୟା ଦିଲ ମେଁ ହୈ' ଭଳି ସିରିଏଲରେ ଅଭିନୟ କରିଥିଲେ।

ଏହା ବି ପଢନ୍ତୁ: Celebs who died of cardiac arrests: ସେଲିବ୍ରିଟିଙ୍କ ଆକସ୍ମିକ ମୃତ୍ୟୁ ପ୍ରଶଂସକଙ୍କୁ କରି ଦେଇଥିଲା ଚକିତ

ସିଦ୍ଧାନ୍ତ ବୀର ତାଙ୍କ କାର୍ଯ୍ୟ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କର ଦୁଇଟି ବିବାହ ହୋଇଥିଲା । ତାଙ୍କର ପ୍ରଥମ ବିବାହ ଇରା ନାମକ ଏକ ଯୁବତୀଙ୍କ ସହ ହୋଇଥିଲା। ତେବେ, 2015 ରେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଇଥିଲା । ଏହା ପରେ ସିଦ୍ଧାର୍ଥ ଅଲିସିଆ ନାମକ ଆଉ ଜଣେ ଯୁବତୀଙ୍କ ହାତ ଧରିଥିଲେ। ସିଦ୍ଧାନ୍ତଙ୍କର ପ୍ରଥମ ବିବାହରୁ ଗୋଟିଏ ଝିଅ ଏବଂ ଦ୍ୱିତୀୟ ବିବାହରୁ ଗୋଟିଏ ପୁଅ ହୋଇଛନ୍ତି।

Last Updated : Nov 11, 2022, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.