ETV Bharat / entertainment

ଅଡୁଆରେ ଲାଲ ସିଂ ଚଢା ଓ ସାବାସ ମିଠୁ, ମାମଲା ରୁଜୁ

author img

By

Published : Aug 25, 2022, 7:48 AM IST

ଭିନ୍ନକ୍ଷମଙ୍କୁ ପରିହାସ କରୁଥିବା ଅଭିଯୋଗରେ ବଲିଉଡ ଫିଲ୍ମ ଲାଲ ସିଂ ଚଢା ଏବଂ ସାବାସ ମିଠୁ ବିରୋଧରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

Laal Singh Chadha
ଲାଲ ସିଂ ଚଢା

ନୂଆଦିଲ୍ଲୀ: ଅମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଢା ରିଲିଜ୍ ପୂର୍ବରୁ ଅନେକ ଚର୍ଚ୍ଚାରେ ରହିଥିଲା । ଏବେ ରିଲିଜ୍ ପରେ ମଧ୍ୟ ଫିଲ୍ମକୁ ନେଇ ଚର୍ଚ୍ଚା କମି ନାହିଁ । ଲାଲ ସିଂ ଚଢା (Laal Singh Chaddha)କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନି । ବାସ୍ତବରେ ଭିନ୍ନକ୍ଷମଙ୍କୁ ପରିହାସ କରିଥିବା ଅଭିଯୋଗରେ ବଲିଉଡ ଫିଲ୍ମ "ଲାଲ ସିଂ ଚଢା" ଏବଂ "ସାବାସ ମିଠୁ" ବିରୋଧରେ ଏତଲା ଦିଆଯାଇଛି । ଅଭିଯୋଗକାରୀ ଡ. ସତେନ୍ଦ୍ର ସିଂ ତାଙ୍କ ଅଭିଯୋଗରେ କମିସନରଙ୍କ କୋର୍ଟ ଦେଇଥିବା ବିଜ୍ଞପ୍ତିର ଏକ ନକଲ ସେୟାର କରିଛନ୍ତି ।

ତେବେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ କୌଣସି ନିଶ୍ଚିତତା ଗ୍ରହଣ କରାଯାଇନାହିଁ । ବିଜ୍ଞପ୍ତି ଅନୁଯାୟୀ, ଭିନ୍ନକ୍ଷମଙ୍କ ପାଇଁ କମିଶନର୍ କୋର୍ଟ ଫିଲ୍ମ ସାର୍ଟିଫିକେଟ୍ ବୋର୍ଡ (ସିବିଏଫସି) ଏବଂ ଅମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା' ଏବଂ ତାପସୀ ପନ୍ନୁ ଅଭିନୀତ 'ସାବାସ ମିଠୁ'ର ନିର୍ଦ୍ଦେଶକଙ୍କ ଠାରୁ ସୂଚନା ଲୋଡିଛନ୍ତି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ଏହି ଚଳଚ୍ଚିତ୍ରଗୁଡିକ ଭିନ୍ନକ୍ଷମଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ଅଧିକାର ଆଇନ, 2016ର ନିୟମକୁ ଉଲ୍ଲଂଘନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.