ହାଇଦ୍ରାବାଦ: କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର ହାସ୍ୟ ଜଗତର ଦୁଇଟି ଚେହେରା, ଯାହାଙ୍କ ଯୋଡି ସବୁବେଳେ ଧମାକା କରିଛି । 'ଦ କପିଲ ଶର୍ମା' ଶୋ'ରେ ବର୍ଷ ବର୍ଷ ଧରି ପରସ୍ପର ସହ କାମ କରିବା ପରେ ଡକ୍ଟର ମଶୁର ଗୁଲାଟି ଓରଫ ସୁନୀଲ ଗ୍ରୋଭର ଏବଂ କପିଲ ଶର୍ମାଙ୍କ ମଧ୍ୟରେ 2018ରେ ମତଭେଦ ଆରମ୍ଭ ହୋଇଥିଲା । ଏହାପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ତେବେ ବର୍ତ୍ତମାନ ଏହି ହାସ୍ୟ ଅଭିନେତାଙ୍କ ଯୋଡି ଦୀର୍ଘ ୫ ବର୍ଷ ପରେ ପୁଣି ଏକାଠି ନଜର ଆସିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଉଭୟ ହାସ୍ୟ ଅଭିନେତା ଆଗାମୀ ଶୋ' ଲଞ୍ଚିଂ ପାର୍ଟିରେ ମଜା କରୁଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ଅର୍ଚ୍ଚନା ପୂରନ ସିଂ ଆଗାମୀ କମେଡି ସୋ’ର ଲଞ୍ଚ ପାର୍ଟିର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର ପରସ୍ପର ସହ ଚାଟିଂ କରୁଥିବା ନଜର ଆସିଛନ୍ତି । ଯେତେବେଳେ କି, ଦ୍ୱିତୀୟ ଫଟୋରେ ଗିନ୍ନି ଛତରଥ ଏବଂ ଅର୍ଚ୍ଚନା ପୂରନ ସିଂ ପୋଜ୍ କରୁଛନ୍ତି । ଅନ୍ୟ ଏକ ଫଟୋରେ କପିଲ, ଗିନି ଏବଂ ଅର୍ଚ୍ଚନା ପୂରନ ସିଂ ଏକାଠି ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଆମେ ଏକାଠି ଯାତ୍ରା ଜାରି ରଖିବୁ, କେବେ ହାତ ଧରି, କେବେ ଏକାଠି, ଠିକ୍ ଏହିପରି । ତୁମର ଭଲପାଇବା ଥିଲା ତୁମର ଏବଂ କେତେ ଏକାଠି ଅଛ । 'ନେଟଫ୍ଲିକ୍ସ ସହ ପ୍ୟାରୀ ପାର୍ଟି' । ଏବଂ ସୁନୀଲଙ୍କ ଫେରିବା ନେଇ ମଧ୍ୟ ସେ ଖୁସିବ୍ୟକ୍ତ କରିଛନ୍ତି ।
କପିଲ ଏବଂ ସୁନୀଲଙ୍କ ଏହି ପାର୍ଟିର ଫଟୋ ଭାଇରାଲ ପରେ ଫ୍ୟାନ୍ସ ପୁଣି ଉଭୟଙ୍କୁ ଏକାଠି ଦେଖିବାକୁ ବେଶ ଉତ୍ସାହିତ ହୋଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ଦୁହିଁଙ୍କୁ ଏକାଠି ଦେଖି ଖୁସି । ଆଉ ଜଣେ ଲେଖିଛନ୍ତି, 'ଏହା ଏକ ସୁନ୍ଦର ରିୟୁନିଅନ । ଅନ୍ୟ ଜଣେ ଲେଖିଛନ୍ତି, 'ଡା. ମଶୁର ଗୁଲାଟି ଅଙ୍କଲ ଆରୋରାଙ୍କ ସହ ପୁଣି ଧମାକା କରିବେ 'ସର୍ବଶ୍ରେଷ୍ଠ ଶୋ' । କପିଲ ଏବଂ ସୁନୀଲ ସେମାନଙ୍କର ୫ ବର୍ଷର ଝଗଡା ଶେଷ କରି ନୂଆ ଶୋ' ପାଇଁ ଏକାଠି ହୋଇଛନ୍ତି । ଏଥିରେ ସୁନୀଲ କପିଲଙ୍କ ବ୍ୟତୀତ କ୍ରୀଷ୍ଣା ଅଭିଷେକ, ଅର୍ଚ୍ଚନା ପୂରନ ସିଂ, କିକୁ ଶାରଦା ଏବଂ ରାଜୀବ ଠାକୁର ବି ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ: କପିଲ ଶର୍ମାଙ୍କ ଶୋ’କୁ ଫେରିବେନି ସୁନୀଲ, ଜାଣନ୍ତୁ କାହିଁକି ?
ସୂଚନା ଥାଉ କି, 2018 ରେ କପିଲ ଶର୍ମାଙ୍କ ଶୋ' ଦ କପିଲ ଶର୍ମା ଶୋ ଛାଡି ସମସ୍ତଙ୍କୁ ଚକିତ କରିଥିଲେ ସୁନୀଲ ଗ୍ରୋଭର । ବାସ୍ତବରେ ବିମାନରେ କପିଲ ଶର୍ମା-ସୁନୀଲ ଅଷ୍ଟ୍ରେଲିଆ ଟୁରରେ ଯାଇ ଯେତେବେଳେ ଭାରତ ଫେରୁଥିଲେ । ସେମାନଙ୍କ ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେହି ସମୟରେ ଉଭୟ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଏହା ପରଠାରୁ ଉଭୟ ଆଉ କଥାବାର୍ତ୍ତା ହୋଇନଥିଲେ । ଏନେଇ କପିଲ ଶର୍ମା ଏକ ସାକ୍ଷାତକାରରେ କହିଥିଲେ, 'ମୁଁ କେବେ ସୁନୀଲଙ୍କ ସହ ଝଗଡା କରି ନାହିଁ। ମୁଁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ କଳାକାରମାନଙ୍କ ସହି କାମ କରିବାକୁ ପସନ୍ଦ କରେ । ଯେତେବେଳେ ମୁଁ କମେଡି ସର୍କସରେ କାମ କରିବା ଆରମ୍ଭ କଲି, ମୁଁ ନିର୍ମାତାମାନଙ୍କୁ ସୁନୀଲଙ୍କୁ କାଷ୍ଟ କରିବାକୁ କହିଥିଲି, ଯାହାଙ୍କୁ ମୁଁ 'ହାନ୍ସ ବେଲିଏ'ରେ ଭେଟିଥିଲି । ଯେତେବେଳେ ତୁମେ ମହାନ ଲୋକମାନଙ୍କ ସହି କାମ କର, ତୁମେ ବହୁତ କିଛି ଶିଖିବାକୁ ପାଇବ ।