ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ଭାଣିଜୀ ତଥା ସାଉଥ ଅଭିନେତା ବରୁଣ ତେଜଙ୍କ ଭଉଣୀ ତଥା ଅଭିନେତ୍ରୀ ନିହାରିକା କୋନିଡେଲା ତାଙ୍କ ବ୍ୟବସାୟୀ ସ୍ୱାମୀ ଚୈତନ୍ୟ ଜୋନଲଗଡାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଗତ କିଛି ମାସ ଧରି ଉଭୟଙ୍କ ଛାଡପତ୍ର ଖବର ଆସୁଥିଲା । ଏହି ରିପୋର୍ଟ ଉପରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିହାରିକା । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ବିବାହ ବିଚ୍ଛେଦ ବିଷୟରେ ସୂଚନା ଦେଇଛନ୍ତି ।
ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରି ନିହାରିକା ଲେଖିଛନ୍ତି- "ଚୈତନ୍ୟ ଏବଂ ମୁଁ ପରସ୍ପରଙ୍କ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଆପଣଙ୍କଠାରୁ ସପୋର୍ଟ ଓ ସମ୍ବେଦନଶୀଳତା ଆଶା କରୁଛୁ । ମୋତେ ସମର୍ଥନ କରିଥିବାରୁ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଧନ୍ୟବାଦ । ମୁଁ ସମସ୍ତଙ୍କୁ ପ୍ରାଇଭେସୀ ବଜାୟ ରଖିବାକୁ ଅନୁରୋଧ କରୁଛି ।" ସୂଚନା ଥାଉ କି, ଚୈତନ୍ୟ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଚୈତନ୍ୟ ପ୍ରାୟ ଏକ ମାସ ପୂର୍ବରୁ ହାଇଦ୍ରାବାଦର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।
ସୂଚନା ଅନୁସାରେ, ଡିସେମ୍ବର 2020ରେ ଉଦୟପୁରରେ ନିଜ ପରିବାରର ଉପସ୍ଥିତିରେ ଚୈତନ୍ୟ ଏବଂ ନିହାରିକା ବିବାହ କରିଥିଲେ । ଚିରଞ୍ଜୀବୀ, ପୱନ କଲ୍ୟାଣ, ରାମ ଚରଣ, ଅଲୁ ଅର୍ଜୁନଙ୍କ ସମେତ ଅନେକ ତାରକା ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । 2020ର ଏହା ସବୁଠାରୁ ବଡ ସେଲିବ୍ରିଟିଙ୍କ ବିବାହ ଥିଲା । ସେପଟେ ନିହାରିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିହାରିକା କୋନିଦେଲାଙ୍କୁ ବର୍ତ୍ତମାନ 29 ବର୍ଷ ବୟସ ହୋଇଛି ଏବଂ 2016 ମସିହାରେ ଓକା ମାନାସୁ ଫିଲ୍ମରୁ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଏବଂ ପରେ ନିହାରିକାଙ୍କୁ ଓରୁ ନାଲା ନାଥ ପାଥୁ ସୋଲେରନ, ହାପି ୱେଡିଂ (2018), ସୂର୍ଯ୍ୟକଥମ ଏବଂ ସାଇ ରା ନରସିଂହା ରେଡ୍ଡୀ (2019)ରେ ଦେଖିବାକୁ ମିଳିଥିଲା । ନିହାରିକା 2015ରେ ଟିଭିରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।
ଏହା ମଧ୍ୟ ପଢନ୍ତୁ: ଝିଅକୁ ଏହି ନାଁ ଦେଲେ ରାମଚରଣ ଦମ୍ପତି, ସୁନା ଝୁଲା ପଠାଇଲେ ଅମ୍ବାନୀ
ସୂଚନା ଥାଉ କି, ନିହାରିକା ଗତ ମାସରେ ଲାଭାନିଆ ତ୍ରିପାଠୀଙ୍କ ସହ ତାଙ୍କ ଭାଇ ବରୁଣ ତେଜଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ନିକଟରେ ରାମ ଚରଣ ଏବଂ ଉପସାନା କୋନିଡେଲାଙ୍କ ଶିଶୁକନ୍ୟା ଜନ୍ମଗ୍ରହଣ କରିଥିଲେ । ଯାହାକୁ ନେଇ ପରିବାରରେ ସେଲିବ୍ରେସନ କରାଯାଇଥିଲା । ତେବେ ପରିବାରରେ ଉତ୍ସାହର ମାହୋଲ ରହିଥିବା ବେଳେ ବର୍ତ୍ତମାନ ନିହାରିକାଙ୍କ ଛାଡପତ୍ର ହେତୁ ପରିବାର ନିରାଶାରେ ରହିଛନ୍ତି ।