ETV Bharat / entertainment

ମଜାକ ପାଇଁ ମୁସ୍କିଲରେ ଭାରତୀ ସିଂ, ମାମଲା ରୁଜୁ

author img

By

Published : May 17, 2022, 5:22 PM IST

ଛୋଟ ପରଦାର କମେଡି କ୍ୱିନ୍ ଭାରତୀ ସିଂ ନିଶ-ଦାଢି ଉପରେ ଥଟ୍ଟା କରି ଏବେ ମୁସ୍କିଲରେ ପଡିଛନ୍ତି । ଭାରତ ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଧିକ ପଢନ୍ତୁ

ମଜାକ ପାଇଁ ମୁସ୍କିଲରେ ଭାରତୀ ସିଂ, ମାମଲା ରୁଜୁ
ମଜାକ ପାଇଁ ମୁସ୍କିଲରେ ଭାରତୀ ସିଂ, ମାମଲା ରୁଜୁ

ହାଇଦ୍ରାବାଦ: ଛୋଟ ପରଦାର 'କମେଡି କ୍ୱିନ୍' ଭାରତୀ ସିଂ ନିଶ-ଦାଢି ଉପରେ ଥଟ୍ଟା କରି ଏବେ ମୁସ୍କିଲରେ ପଡିଛନ୍ତି । ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏକ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଭାରତୀଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି କହିଛି। ଏଥି ସହିତ ବଢୁଥିବା ବିବାଦକୁ ଦେଖି ଭାରତୀ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କ୍ଷମା ମାଗିଛନ୍ତି। ତଥାପି, ଏଯାଏଁ ଲୋକଙ୍କ କ୍ରୋଧ କମିନି । ସୂଚନାନୁସାରେ, ଜଳନ୍ଧରରେ ଭାରତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଉଲ୍ଲେଖନୀୟ ଯେ, ଗତକାଲି(ସୋମବାର) ରାତି 11ଟା 55ରେ ପୋଲିସ ଏକ ମାମଲା ରୁଜୁ କରିଛି। ଜଳନ୍ଧରର ଆଦମପୁର ପୋଲିସ ଷ୍ଟେସନରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଭାରତୀ ସିଂଙ୍କ ବିରୋଧରେ ଏକ ମାମଲା (295A) ପଞ୍ଜୀକୃତ ହୋଇଛି। ଭାରତ ସିଂଙ୍କ ବିରୋଧରେ ମିସଲ ତରନା ଦଳର ମୁଖ୍ୟ ଭାଇ ଲଖବୀର ସିଂ ଏବଂ ଜସି ତଲହନ ପ୍ରଧାନ ଗୁରୁ ରବିଦାସ ଟାଇଗର ଫୋର୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।

କ୍ଷମା ମାଗିଲେ ଭାରତୀ

ସୂଚନାଯୋଗ୍ୟ, ସୋମବାର ଭାରତୀ ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଭାରତୀ ସିଂ ଏବଂ ଜସ୍ମିନ୍ ଭସିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏଥିରେ ଭାରତୀ ନିଶ ଦାଢିକୁ ନେଇ କମେଡି କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଭାରତୀ ଜସ୍ମିନଙ୍କୁ ଥଟ୍ଟା କରି କହିଥିଲେ ଯେ “ତୁମେ ନିଶ ଦାଢି କାହିଁକି ଚାହୁଁ ନାହଁ ? ତେବେ ଭାରତୀ ହୁଏତ ଏସବୁ କଥା ମଜ୍ଜାଳିଆ ଭାବରେ କହିଥାଇ ପାରନ୍ତି, କିନ୍ତୁ କିଛି ଲୋକ ତାଙ୍କ କଥାକୁ ଗମ୍ଭୀରତାର ସହ ନେଇଥିଲେ। ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଭାରତୀଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ। ବଢୁଥିବା ବିବାଦକୁ ଦେଖି ଭାରତୀ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କ୍ଷମା ମଧ୍ୟ ମାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.