ETV Bharat / entertainment

'ସମସ୍ତଙ୍କ ପାଇଁ ସେ କ୍ୟାପଟେନ', ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

author img

By ETV Bharat Odisha Team

Published : Jan 3, 2024, 2:29 PM IST

Modi Tribute To Vijayakanth: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବର୍ଗତ ସାଉଥ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି ନିଜ ସୋସିଆଲ ମିଡିା ୱେବସାଇଟରେ ଦିବଙ୍ଗତ ଅଭିନେତାଙ୍କୁ ମନେ ପକାଇ ଏକ ନୋଟ୍ ଲେଖିଛନ୍ତି । ଏଥିରେ ପିଏମ ବିଜୟକାନ୍ତଙ୍କ ସାହସିକତା, ଉଦାରତା, ଜ୍ଞାନ ଏବଂ ଉତ୍ସାହ ପ୍ରତି ଗଭୀର ସମ୍ମାନ ଜଣାଇବା ସହ ଖୁବ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

'ସମସ୍ତଙ୍କ ପାଇଁ ସେ କ୍ୟାପଟେନ'; ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦୀ

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତଙ୍କ ୨୮ ଡିସେମ୍ବର ୨୦୨୩ରେ କୋଭିଡରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପିଏମ ନରେନ୍ଦ୍ର ମୋଦି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିଜୟକାନ୍ତଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିନେତାଙ୍କ ସହ ତାଙ୍କର ଗଭୀର ସମ୍ପର୍କକୁ ଆଲୋକପାତ କରିଛନ୍ତି । ଏଥିସହ ସେ ଅଭିନେତାଙ୍କ କାମକୁ ମନେ ପକାଇ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି, ''ସେ କେବଳ ସିନେମାରେ ନୁହ ବରଂ ରାଜନୀତିରେ ମଧ୍ୟ କ୍ୟାପଟେନ ଥିଲେ । ସେ ସିନେମା କ୍ଷେତ୍ରରେ ଯେପରି ଲୋକଙ୍କ ମନ ଜିତିଥିଲେ । ସେହିପରି ରାଜନେତା ଭାବେ ମଧ୍ୟ ସର୍ବଦା ମନେ ରହିବେ ।''

  • In the passing away of Vijayakanth Ji, several people lost their most admired star and lots of people have lost their beloved leader. But I have lost a dear friend. Penned a few thoughts on Captain and why he was special. https://t.co/ANukQFM1j1

    — Narendra Modi (@narendramodi) January 3, 2024 " class="align-text-top noRightClick twitterSection" data=" ">

ବିଜୟକାନ୍ତଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ମୋଦି ଏବଂ ସ୍ବର୍ଗତ ଅଭିନେତା ବିଜୟକାନ୍ତଙ୍କୁ ଗୋଟିଏ ଫେମରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଦିବଙ୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ବିଜୟକାନ୍ତ ଜୀଙ୍କ ନିଧନ ହୋଇଛି । ଅନେକ ଲୋକ ନିଜ ପ୍ରିୟ ତାରକାଙ୍କୁ ହରାଇଥିବା ବେଳେ ଅନେକ ଲୋକ ନିଜ ପ୍ରିୟ ନେତାଙ୍କୁ ହରାଇଛନ୍ତି । କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁକୁ ହରାଇଛି । ମୁଁ କ୍ୟାପଟେନଙ୍କ ବିଷୟରେ କିଛି ବିଚାରଧାରାରେ ଅଭିନେତା କାହିଁକି ଜଣେ ବିଶେଷ ବ୍ୟକ୍ତି ଥିଲେ ତାହା ଲେଖିଛି । ସେ ଏଥିରେ ନିଜ ୱେବସାଇଟର ଲିଙ୍କ ମଧ୍ୟ ସେୟାର କରିଛନ୍ତି ।

ସେ ଏଥିରେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ଆମେ ଜଣେ ପ୍ରତିଷ୍ଠିତ ଏବଂ ସମ୍ମାନିତ ଆଇକନ ତିରୁ ବିଜୟକାନ୍ତଙ୍କୁ ହରାଇଛୁ । ସେ ପ୍ରକୃତରେ ସମସ୍ତଙ୍କ ପାଇଁ ଜଣେ କ୍ୟାପଟେନ ଥିଲେ, ଯିଏ ଅନ୍ୟ ପାଇଁ ନିଜ ଜୀବନ ଉତ୍ସଗୀକୃତ କରିବାକୁ ସର୍ବଦା ପ୍ରସ୍ତୁତ ରହୁଥିଲେ । ବ୍ୟକ୍ତିଗତ ରୂପରେ କ୍ୟାପଟେନ ଭଲ ବନ୍ଧୁ ଥିଲେ । ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହ ମୋତେ ଅନେକ ଥର କାମ କରିବାର ସୁଯୋଗ ମିଳିଥିଲା । କ୍ୟାପଟେନ ଏକ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ । ଭାରତୀୟ ସିନେମା ଜଗତରେ ଖୁବ୍ କମ୍ ତାରକା ବିଜୟକାନ୍ତ ଜୀ ଭଳି ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି । ତାଙ୍କର ପ୍ରାରମ୍ଭିକ ବର୍ଷ ଏବଂ ସିନେମାଟିକ୍ କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହେବାକୁ ବହୁତ କିଛି ଅଛି ।

ସାଧାରଣ ଆରମ୍ଭରୁ ତାମିଲ ସିନେମାର ଉଚ୍ଚତା ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଷ୍ଟାରଡମର କାହାଣୀ ନୁହେଁ, ଅକ୍ଲାନ୍ତ ପରିଶ୍ରମ ଏବଂ ନିରନ୍ତର ଉତ୍ସର୍ଗର କାହାଣୀ । ସେ ଖ୍ୟାତି ପାଇଁ ସିନେମା ଜଗତରେ ପ୍ରବେଶ କରିନଥିଲେ ବରଂ ତାଙ୍କର ଯାତ୍ରା ଉତ୍ସାହ ଦୃଢତାର ପ୍ରତୀକ ଥିଲା । ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର କେବଳ ଚିତ୍ତାକର୍ଷକ ନୁହେଁ ବରଂ ଦର୍ଶକଙ୍କୁ ଗଭୀର ଭାବରେ ପ୍ରଭାବିତ କରୁଥିଲା । ସେ ସାଧାରଣତଃ ଏହିପରି ଭୂମିକାରେ ଅଭିନୟ କରିଥିଲେ, ଯାହା ଅନ୍ୟାୟ, ଦୁର୍ନୀତି, ହିଂସା, ଉଗ୍ରବାଦ ଏବଂ ଆତଙ୍କବାଦ ବିରୋଧରେ ଲଢିଥିଲେ । ସେ ବାସ୍ତବ ଜୀବନରେ ମଧ୍ୟ ଏହି ଗୁଣଗୁଡିକ ଅନୁସରଣ କରିଥିଲେ ।

ଏହା କହିବା ଭୁଲ ହେବ ନାହିଁ ଯେ, ତାଙ୍କ ଫିଲ୍ମ ସମାଜ ପାଇଁ ଦର୍ପଣ ସଦୃଶ । ଯାହା ତାଙ୍କ ଗୁଣକୁ ଦର୍ଶାଉଛି । ମନୋରଞ୍ଜନ ଏବଂ ସାମାଜିକ ବାର୍ତ୍ତାର ଏହି ଅନନ୍ୟ ମିଶ୍ରଣ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ । ଏଠାରେ ମୁଁ ଗ୍ରାମୀଣ ଜୀବନ ଏବଂ ସଂସ୍କୃତି ପ୍ରତି ତାଙ୍କର ଭଲ ପାଇବାକୁ ଆଲୋକିତ କରିବାକୁ ଚାହୁଁଛି । ଅପାର ଲୋକପ୍ରିୟତା ପାଇବା ଏବଂ ଦୁନିଆ ସାରା ଯାତ୍ରା କରିବା ପରେ ବି ଗ୍ରାମୀଣ ଜୀବନ ଏବଂ ପାରମ୍ପରିକ ନୈତିକତା ପ୍ରତି ତାଙ୍କର ଭଲପାଇବା ଅକ୍ଷୁର୍ଣ୍ଣ ରହିଥିଲା । ଏହା ଲାଗୁଛି ଯେ, ତାଙ୍କର ଫିଲ୍ମଗୁଡ଼ିକ ତାଙ୍କ ଗ୍ରାମୀଣ ଅନୁଭବକୁ ଦର୍ଶାଉଛି । ଗ୍ରାମାଞ୍ଚଳର ପରିବେଶକୁ ସହରାଞ୍ଚଳ ଲୋକଙ୍କୁ ବୁଝାଇବା ପାଇଁ ସେ ସର୍ବଦା ପ୍ରୟାସ କରିଥିଲେ ।

ଏଥିସହ ମୋଦି କ୍ୟପେଟନଙ୍କ ରାଜନୀତି ଦକ୍ଷତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୪ ଲୋକସଭା ନିର୍ବାଚନ ସମୟରେ ସେମାନଙ୍କର ସହଯୋଗ ବିଷୟରେ ବର୍ଣ୍ଣନା କରିଥିଲେ, ଯେଉଁଠାରେ ସେମାନଙ୍କର ମିଳିତ ସହଯୋଗରେ ସଫଳତା ମିଳିଥିଲା । ମିଳିତ ରାଲିରେ ବିଜୟକାନ୍ତଙ୍କ ବକ୍ତବ୍ୟ ଦକ୍ଷତା ଏବଂ ଜନତାଙ୍କ ସହ ଯୋଗାଯୋଗ କରିବାର ଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି । ସେ କେବଳ ସିନେମାରେ ନୁହଁ ବରଂ ରାଜନୀତିରେ ମଧ୍ୟ କ୍ୟାପଟେନ ଥିଲେ । ସେ ସିନେମା କ୍ଷେତ୍ରରେ ଯେପରି ଲୋକଙ୍କ ମନ ଜିତିଥିଲେ । ସେହିପରି ରାଜନେତା ଭାବେ ମଧ୍ୟ ସର୍ବଦା ମନେ ରହିବେ ।

ଏହା ମଧ୍ୟ ପଢନ୍ତୁ: ବିଜୟକାନ୍ତଙ୍କ ଶେଷଦର୍ଶନ କଲେ ରଜନୀକାନ୍ତ, କହିଲେ-'ରାଜନୀତି ଏବଂ ସିନେମା ପାଇଁ ଅପୂରଣୀୟ କ୍ଷତି'

ସୂଚନା ଥାଉ କି, କ୍ୟାପଟେନ ବିଜୟକାନ୍ତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୮, ୨୦୨୩ ବିଜୟକାନ୍ତଙ୍କ ଦେହାନ୍ତ ହୋଇଥିଲା । ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା ଯେ, ନିମୋନିଆ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବିଜୟକାନ୍ତ ଆଖି ବୁଜିଥିଲେ । ବିଜୟକାନ୍ତ ପତ୍ନୀ ଏବଂ ଦୁଇ ପୁଅଙ୍କୁ ଛାଡି ୭୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.