ETV Bharat / entertainment

Cannes 2022: ପୁଣି ମହିଳାଙ୍କ ଅଭିନବ ପ୍ରତିବାଦ, ରେଡ କାର୍ପେଟରେ ଫୋପାଡିଲେ ସ୍ମୋକ ଗ୍ରେନେଡ - unleash smoke grenades

ଶୁକ୍ରବାର ଦିନ, ଯେଉଁଠାରେ କାନ୍ସ ରେଡ କାର୍ପେଟରେ ଜଣେ ମହିଳା ନିଜର ପୋଷାକ କାଢି ଯୌନ ଶୋଷଣ ବନ୍ଦ କରନ୍ତୁ ସ୍ଲୋଗାନ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା, ଆଜି ସେହିଭଳି ଫ୍ରାନ୍ସରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ସ୍ମୋକ୍‌ ଗ୍ରେନେଡ ଫିଙ୍ଗିବାର ସୂଚନା ମିଳିଛି। ଅଧିକ ପଢନ୍ତୁ

: ପୁଣି ମହିଳାଙ୍କ ଅଭିନବ ପ୍ରତିବାଦ, ରେଡ କାର୍ପେଟରେ ଫୋପାଡିଲେ ସ୍ମୋକ ଗ୍ରେନେଡ

author img

By

Published : May 23, 2022, 10:57 PM IST

କାନ୍ସ (ଫ୍ରାନ୍ସ): ଦୁନିଆରେ ମହିଳାଙ୍କ ଉପରେ ଅତ୍ୟାଚାରର ପ୍ରଭାବ 75 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ମଧ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ, ଯେଉଁଠାରେ କାନ୍ସ ରେଡ କାର୍ପେଟରେ ଜଣେ ମହିଳା ନିଜର ପୋଷାକ କାଢି 'ଯୌନ ଶୋଷଣ ବନ୍ଦ କରନ୍ତୁ' ସ୍ଲୋଗାନ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା, ଆଜି ସେହିଭଳି ଫ୍ରାନ୍ସରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ସ୍ମୋକ୍‌ ଗ୍ରେନେଡ ଫିଙ୍ଗିବାର ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ, ରବିବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାମାନେ ହଠାତ୍ ରେଡ୍ କାର୍ପେଟରେ ସ୍ମୋକ୍‌ ଗ୍ରେନେଡ ପକାଇବା ଆରମ୍ଭ କରିଦେଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ରେଡ୍ କାର୍ପେଟ୍ ଇଭେଣ୍ଟ ବନ୍ଦ କରାଯାଇଥିଲା । ରବିବାର ଦିନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ କାର୍ଯ୍ୟକ୍ରମ ସମୟରେ ୟୁକ୍ରେନକୁ ସମର୍ଥନ କରି ବ୍ୟାନର ଧରି ଏକ ଦଳ ଆସିଥିଲେ । କଳା ପୋଷାକରେ ଦେଖାଯାଇଥିବା ଏହି ଗୋଷ୍ଠୀ ରେଡ କାର୍ପେଟ ଉପରେ ଏକ ବୋମା ଫିଙ୍ଗିଥିଲେ, ଯାହା ପରେ ସମଗ୍ର କ୍ୟାମ୍ପସ ଧୂଆଁମୟ ହୋଇଯାଇଥିଲା। ମହିଳାମାନେ ନିଜ ହାତରେ ଧରିଥିବା ବ୍ୟାନରରେ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ମହିଳାଙ୍କ ନାମର ଏକ ତାଲିକା ରହିଥିଲା।

ଏହା ବି ପଢନ୍ତୁ: Stop raping us: କାନ୍ସ ରେଡ କାର୍ପେଟରେ ଟପ୍‌ଲେସ ହେଲେ ମହିଳା

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରତିଯୋଗିତା ସମୟରେ ଗ୍ରେନେଡ ଫିଙ୍ଗିବା ଘଟଣା ଘଟିଥିଲା ​​। ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ 'ହୋଲି ସ୍ପାଇଡର୍' ପ୍ରିମିୟର୍ ହୋଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ହୋଲି ସ୍ପାଇଡର୍ ହେଉଛି ଇରାନର ଏକ ଫିଲ୍ମିନିଷ୍ଟ ଥ୍ରୀଲର ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.