କାନ୍ସ (ଫ୍ରାନ୍ସ): କାନ୍ସ ଫିଲ୍ମ ଫେଷ୍ଟିଭାଲ (Cannes 2022) ର ଅଂଶ ହେବା ପାଇଁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଫ୍ରାନ୍ସରେ ପହଞ୍ଚିଛନ୍ତି । ଏଥର ଦୀପିକା ଫିଲ୍ମ ଫେଷ୍ଟିଭାଲର 75 ତମ ସଂସ୍କରଣରେ କେବଳ ରେଡ କାର୍ପେଟରେ ଜଲଓ୍ବା ଦେଖାଇବେ ନାହିଁ, ବରଂ ସେ ଜୁରିର ଏକ ଅଂଶ ମଧ୍ୟ ହେବେ। ସୋମବାର ସନ୍ଧ୍ୟାରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ମେ 17 ରୁ 28 ମେ ପର୍ଯ୍ୟନ୍ତ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଆଗମନ ସମ୍ପର୍କରେ ସୂଚନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଦୀପିକା ବିମାନବନ୍ଦରରେ ପହଞ୍ଚିବା ଏବଂ ପରବର୍ତ୍ତୀ ସମୟରେ କଣ କରିବେ ସେ ସମ୍ପର୍କରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ, ଦୀପିକା ଏକ ଧଳା ଟି-ସାର୍ଟ ଏବଂ ନୀଳ ଜ୍ୟାକେଟ୍ ସହିତ ଯୋଡି ହୋଇଥିବା ନୀଳ ଡେନିମ୍ ଜିନ୍ସରେ ନଜର ଆସିଛନ୍ତି । ନିଜର ନୋ-ମେକଅପ୍ ଲୁକ୍କୁ ଦେଖାଇବା ସହିତ ଅଭିନେତ୍ରୀ ଚଷମା ଏବଂ ବ୍ରାଉନ୍ ରଙ୍ଗର ହ୍ୟାଣ୍ଡବ୍ୟାଗ୍ ସହିତ ତାଙ୍କର ଲୁକକୁ ପୂରା କରିଛନ୍ତି । ସେ ଏହି ପୋଷ୍ଟରର କ୍ୟାପସନ୍ ଦେଇଛନ୍ତି, ହ୍ୟାସଟ୍ୟାଗ୍ କାନ୍ସ 2022 । ଅଭିନେତ୍ରୀ କାନ୍ସର ହୋଟେଲ ମାର୍ଟିନେଜରେ ଜୁରି ସଦସ୍ୟମାନଙ୍କ ସହ ଏକ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ । ଜୁରି ସଦସ୍ୟଙ୍କ ସହ ଦୀପିକାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
- " class="align-text-top noRightClick twitterSection" data="
">
ସୂଚନାଯୋଗ୍ୟ ଯେ, ଦୀପିକା 2017 ଠାରୁ କାନ୍ସର ଏକ ନିୟମିତ ଅଂଶ ହୋଇଆସିଛନ୍ତି । ଏଥି ସହିତ, ଚଳିତ ବର୍ଷ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗିତା ଜୁରିର ଏକ ଅଂଶ । ଏହି ଜୁରି ସଦସ୍ୟଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ ଏବଂ ଚାରିଜଣ ମହିଳା ଅଛନ୍ତି, ଚଳିତ ବର୍ଷର ପାଲ୍ମେ ଡି’ର ବିଜେତା ବାଛିବେ। ଅନ୍ୟପକ୍ଷରେ, ଯଦି ଆମେ ଦୀପିକାଙ୍କ କାମ ବିଷୟରେ କଥା ହେବା ତ, ସେ ଖୁବ୍ ଶୀଘ୍ର ଶାହାରୁଖ ଖାନଙ୍କ ସହ ଫିଲ୍ମ 'ପଠାନ'ରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ