ETV Bharat / entertainment

Brahmastra Box office collection Day 1: ଓପନିଂ ଡେରେ ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର

author img

By

Published : Sep 10, 2022, 1:13 PM IST

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ର ବଡ ପରଦାରେ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ରେକର୍ଡ (Brahmastra Box Office Collection) ଭାଙ୍ଗିଛି । ଅଧିକ ପଢନ୍ତୁ

ଓପନିଂ ଡେ'ରେ ରେକର୍ଡ ଭାଙ୍ଗିଲା ରଣବୀର-ଆଲିଆଙ୍କ ଫିଲ୍ମ

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ 'ବ୍ରହ୍ମାସ୍ତ୍ର' ବଡ ପରଦାରେ ମୁକ୍ତିଲାଭ କରିଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଏକ ରେକର୍ଡ ଭାଙ୍ଗିଛି । ପୂର୍ବ ଆକଳନ ଅନୁଯାୟୀ (Brahmastra Box Office Collection) ଏହି ଫିଲ୍ମ 36.50 କୋଟିରୁ 38.50 କୋଟି ଟଙ୍କା ଆୟ କରିଛି । ଛୁଟିଦିନ ନଥିବା ସତ୍ତ୍ବେ ଏହା ହିନ୍ଦୀ ସଂସ୍କରଣରେ ଏତେ ଅଧିକ ରୋଜଗାର କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । କୋରୋନା ମହାମାରୀ ପୂର୍ବରୁ ମୁକ୍ତିଲାଭ କରିଥିବା 'ସଞ୍ଜୁ', 'ଟାଇଗର ଜିନ୍ଦା ହୈ' ଏବଂ 'ଧୁମ୍ 3' ଭଳି ସୁପରହିଟ୍ ଚଳଚ୍ଚିତ୍ରର ପ୍ରଥମ ଦିନରୁ ଅଧିକ ସଂଗ୍ରହ କରିଛି 'ବ୍ରହ୍ମାସ୍ତ୍ର' ।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଛୁଟିଦିନ ନଥିବା ସତ୍ତ୍ବେ ଏତେ ରୋଜଗାର କରି ବ୍ରହ୍ମାସ୍ତ୍ର ସମସ୍ତ ରେକର୍ଡ ଭାଙ୍ଗିଛି । ଚଳଚ୍ଚିତ୍ରଟି ମଲ୍ଟିପ୍ଲେକ୍ସରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ସ୍ପଟ୍ ବୁକିଂ ସହିତ ମଧ୍ୟ ଏକ ଭଲ କଲେକ୍ସନ କରିଛି । ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ 'ବ୍ରହ୍ମାସ୍ତ୍ର'ର ସମସ୍ତ ସଂସ୍କରଣରୁ 18.50 କୋଟି ଟଙ୍କା ସଂଗ୍ରହ କରିଛି । ଏହିପରି, ଚଳଚ୍ଚିତ୍ର ଉଦଘାଟନୀ ଦିନରେ 37 କୋଟି ସଂଗ୍ରହ କରିଥିଲା ​​।

ସାଉଥ୍‌ ଭର୍ସନରୁ 5 କୋଟି କଲେକ୍ସନ

କୋରୋନା ମହାମାରୀ ପରଠାରୁ 'ବ୍ରହ୍ମାସ୍ତ୍ର' ବଲିଉଡର ସବୁଠୁ ବଡ ଓପନିଂ ଫିଲ୍ମ ହୋଇପାରିଛି । ଏହି ଚଳଚ୍ଚିତ୍ରଟି ଗତ ବର୍ଷ ଦିୱାଲୀରେ ମୁକ୍ତିଲାଭ କରିଥିବା 'ସୂର୍ଯ୍ୟବଂଶୀ'ର ପ୍ରଥମ ଦିନର କଲେକ୍ସନକୁ ମଧ୍ୟ ଅତିକ୍ରମ କରିଛି । ରିପୋର୍ଟ ଅନୁଯାୟୀ, 'ବ୍ରହ୍ମାସ୍ତ୍ର' 37 କୋଟି ପାଇଛି । ଏହା ହିନ୍ଦୀ ସଂସ୍କରଣରେ 32 କୋଟି ଏବଂ ଦକ୍ଷିଣ ସଂସ୍କରଣରେ 5 କୋଟି ଟଙ୍କା ରୋଜଗାର କରିଛି ।

ବକ୍ସ ଅଫିସରେ 'ବ୍ରହ୍ମାସ୍ତ୍ର' ପାଇଁ ବଡ ସୁଯୋଗ

'ବ୍ରହ୍ମାସ୍ତ୍ର'ର ଓପନିଂ ଡେ'ର ରୋଜଗାର ସପ୍ତାହ ଶେଷ ପର୍ଯ୍ୟନ୍ତ 100 କୋଟି ଟଙ୍କା ରୋଜଗାର ପାଇଁ ସମସ୍ତ ପ୍ରସ୍ତୁତ କରିଛି । ଫିଲ୍ମର ୱିକେଣ୍ଡ୍ ଦମଦାର ବୋଲି ବିଶ୍ୱାସ କରାଯାଏ । ତେବେ ଫିଲ୍ମର ସଫଳତା ସପ୍ତାହକ ପରେ ଅର୍ଥାତ ସୋମବାର ହେବାକୁ ଥିବା ରୋଜଗାର ଉପରେ ନିର୍ଭର କରେ । ତେବେ 'ବିକ୍ରମ ବେଦା' ରିଲିଜ୍ ହେବା ପର୍ଯ୍ୟନ୍ତ କୌଣସି ପ୍ରମୁଖ ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେଉ ନ ଥିବାରୁ 'ବ୍ରହ୍ମାସ୍ତ୍ର' ପାଇଁ ଏକ ଭଲ ସୁଯୋଗ ରହିଛି । 'ବିକ୍ରମ ବେଦା' 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.