ETV Bharat / entertainment

Gadar 2 box office Collection Day 2: ବକ୍ସ ଅଫିସରେ ଚାଲିଲା ଗଦର 2ର ଦବଦବା, ପଛରେ ପଡିଲା ଓଏମଜି 2

ବକ୍ସ ଅଫିସରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଫିଲ୍ମ ଗଦର ୨ ଏବଂ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ଓଏମିଜି 2 ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଓପନିଂ ଦିନରୁ ଗଦର 2 ଭଲ ପ୍ରଦର୍ଶନ କରୁଥିବା ବେଳେ OMG 2କୁ ପଛରେ ପକାଇଛି । ଅଧିକ ପଢନ୍ତୁ,

author img

By

Published : Aug 13, 2023, 12:54 PM IST

ବକ୍ସ ଅଫିସରେ ଚାଲିଲା ଗଦର 2ର ଦବଦବା, ପଛରେ ପଡିଲା ଓଏମଜି 2

ହାଇଦ୍ରାବାଦ: ଅଗଷ୍ଟ 11ରେ ଥିଏଟରରେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମିଜି 2 ମଧ୍ୟରେ ଲଢେଇ 2ୟ ଦିନରେ ବି ଜାରି ରହିଛି । ଓପନିଂ ଦିନରୁ ଗଦର 2 ଦର୍ଶକଙ୍କ ଆକୃଷ୍ଟ କରିବାରେ ସଫଳ ହୋଇଛି । 2ୟ ଦିନରେ ବି ଫିଲ୍ମ ବମ୍ପର କଲେକ୍ସନ କରିଛି । ସେପଟେ ଓଏମିଜି 2 ଗଦର 2 ଭଳି ଅପେକ୍ଷାକୃତ କମ ସଂଗ୍ରହ କରିଥିଲେ ସୁଦ୍ଧା ଅକ୍ଷୟଙ୍କ ଏହି ଫିଲ୍ମ ନିଜ କମେଡି ଡ୍ରାମା ପାଇଁ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଥିବା ବେଳେ 2ୟ ଦିନରେ ଫିଲ୍ମର ଆୟ ବୃଦ୍ଧି ପାଇଛି ।

ଗଦର 2 ରିଲିଜ୍ ପୂର୍ବରୁ ହିଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା, ଯାହା ଫିଲ୍ମର ଓପନିଂ ପାଇଁ ଭଲ ଫାଇଦା ହେଲା । ଏହି ଫିଲ୍ମ ପ୍ରଥମ ଦିନରେ 40.10 କୋଟି ରୋଜଗାର କରିଥିଲା ଯାହା ପରେ ଶନିବାର ଦିନ ଅର୍ଥାତ 2ୟ ଦିନ ସନ୍ନି ଦେଓଲଙ୍କ ଚଳଚ୍ଚିତ୍ରର ଆୟ ବୃଦ୍ଧି ପାଇଛି । ଦ୍ୱିତୀୟ ଦିନରେ ଅର୍ଥାତ୍ ପ୍ରଥମ ଶନିବାର ଦିନ ଫିଲ୍ମ ପୁଣି ଥରେ ବକ୍ସ ଅଫିସରେ 43 ରୁ 45 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ସେହି ଅନୁଯାୟୀ, ସନ୍ନି ଦେଓଲଙ୍କ ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ ପ୍ରାୟ 83.10 କୋଟି ଟଙ୍କା ରୋଜଗାର କରିଛି । ଆଜି ରବିବାର ଛୁଟିଦିନ ହୋଇଥିବା ବେଳେ ଫିଲ୍ମ ବର୍ତ୍ତମାନ 100କୋଟି କ୍ଲବରେ ସାମିଲ କରି ରେକର୍ଡ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

ସେପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 କଥା କହିବାକୁ ଗଲେ, ଗଦର 2 ଅପେକ୍ଷା କମ କଲେକ୍ସନ କରିଥିଲେ ବି ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି ଫିଲ୍ମ । ଫିଲ୍ମର କମେଡି ଏବଂ ଅଭିନେତାଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି ଦର୍ଶକ । ଏହି କାରଣରୁ ପ୍ରଥମ ଦିନରେ ଫିଲ୍ମ 10.26 କୋଟି ବ୍ୟବସାୟ କରିଥିଲା । 2ୟ ଦିନରେ ବି ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ଫିଲ୍ମର ଆୟରେ ମଧ୍ୟ ବୃଦ୍ଧି ହୋଇଛି । ଓଏମଜି 2 ଦ୍ୱିତୀୟ ଦିନରେ 15.30 କୋଟି ବ୍ୟବସାୟ କରିଛି । ଯାହା ଏହାର ପ୍ରଥମ ଦିନର ସଂଗ୍ରହ ଠାରୁ ଅଧିକ । ଏହିପରି, ଫିଲ୍ମ ଦୁଇ ଦିନରେ 25.56 କୋଟି ରୋଜଗାର କରିଛି ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ମୁର୍ମୁ ଦେଖିବେ ‘ଗଦର-୨’, ନିର୍ମାତା କହିଲେ-ଫିଲ୍ମକୁ ଏତେ ବଡ ସମ୍ମାନ ମିଳିବା ଗର୍ବର କଥା

22 ବର୍ଷ ପରେ ଗଦର ୨ ସହ ସନ୍ନି ଦେଓଲ୍ ପୁଣି ଥରେ ବକ୍ସ ଅଫିସରେ ପାଦ ଦେଇଛନ୍ତି । 2001ରେ ରିଲିଜ ହୋଇଥିବା ଫିଲ୍ମ ଗଦର ଏକ ପ୍ରେମ କଥା ବ୍ଲକବ୍ଲଷ୍ଟର ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା । ଏଥିରେ ଅମୀଷା ପଟେଲ ଏବଂ ସନ୍ନିଙ୍କ ଯୋଡି ଅର୍ଥାତ ତାରା ସିଂ ଏବଂ ସାକିନାଙ୍କ ଲଭ କେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ପୁଣି ଥରେ ଏହି ଯୋଡି ଗଦର 2 ସହ ଏକାଠି ଧମାକା କରିଛନ୍ତି । ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି । ସେହିପରି 2012ରେ ରିଲିଜ ହୋଇଥିବା ଓଏମଜିର ସିକ୍ବେଲ ହେଉଛି ଓଏମଜି 2 । ପ୍ରଥମ ଭାଗରେ ଅକ୍ଷୟ ଶ୍ରୀକୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ବେଳେ ଦ୍ବିତୀୟ ଭାଗରେ ସେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.