ETV Bharat / entertainment

27 ତମ ବିବାହ ବାର୍ଷିକୀରେ ପତ୍ନୀ ଶ୍ରୀଦେବୀଙ୍କୁ ମନେ ପକାଇଲେ ବୋନି କପୁର

author img

By

Published : Jun 2, 2023, 6:58 PM IST

ଆଜି ଫିଲ୍ମ ନିର୍ମାତା ବୋନି କପୁର ଏବଂ ଶ୍ରୀଦେବୀଙ୍କ 27ତମ ବିବାହ ବାର୍ଷିକୀ । ଜୀବନର ଏହି ବିଶେଷ ଦିନରେ ବୋନି କପୁର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ତାଙ୍କ ସ୍ମୃତିରେ ବୋନି କପୁର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ନୋଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ

27 ତମ ବିବାହ ବାର୍ଷିକୀରେ ସ୍ୱର୍ଗତ ପତ୍ନୀ ଶ୍ରୀଦେବୀଙ୍କୁ ମନେ ପକାଇଲେ ବୋନି କପୁର

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା ବୋନି କପୁର 27ତମ ବିବାହ ବାର୍ଷିକୀ ଅବସରରେ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ବିବାହ ବାର୍ଷିକୀ ଅବସରରେ ବୋନି କପୁର ଶ୍ରୀଦେବୀଙ୍କ ସହ ଏକ ଫଟୋ ସେୟାର କରି ଏକ ହୃଦୟସ୍ପର୍ଶୀ ନୋଟ୍‌ ଲେଖିଛନ୍ତି । ୧୯୯୬ ଜୁନ୍ ୨ରେ ଶ୍ରୀଦେବୀ ଏବଂ ବୋନି କପୁର ପରସ୍ପରକୁ ବିବାହ କରିଥିଲେ । ଏହି ଦିନରେ ଦୁହେଁ ପରସ୍ପରର ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ । କିନ୍ତୁ ଆଜି ଶ୍ରୀଦେବୀ ଏହି ବିଶେଷ ଦିନ ପାଳନ କରିବାକୁ ବୋନିଙ୍କ ସହ ନାହାଁନ୍ତି । ହେଲେ ତାଙ୍କ ସ୍ମୃତି ଆଜି ବି ବୋନିଙ୍କ ମନରେ ଘର କରି ରହିଛି ।

ବୋନି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଫଟୋରେ, ବୋନି ଏବଂ ଶ୍ରୀଦେବୀ ଭେନସ୍‌ରେ ଏକ ଡଙ୍ଗାରେ ଉଭୟ ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସହ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇ ଚଳଚ୍ଚିତ୍ର ନିର୍ମାତା ଲେଖିଛନ୍ତି ଯେ '୧୯୯୬ ଜୁନ୍ ୨ରେ ଆମେ ଶିରିଡିରେ ବିବାହ କରିଥିଲୁ । ଆଜି ଆମେ ୨୭ ବର୍ଷ ପୂରଣ କରିଛୁ । ସେପଟେ ପ୍ରଶଂସକମାନେ ବୋନିଙ୍କ ଏହି ଫଟୋକୁ ଲାଇକ କରିବା ସହ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।

ଏଥିସହ ବୋନି ଏକ ମନ୍ଦିର ପରିସରରୁ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନ୍ ଦିଆଯାଇଛି ଯେ, "ଆମେ ଆମର ବିବାହର 27 ବର୍ଷ ପୂରଣ କରିଛୁ।" ସେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଉଭୟ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ଶ୍ରୀଦେବୀ ପିଙ୍କ୍‌ ରଙ୍ଗର ଶାଢୀ ଏବଂ ବୋନି ହ୍ବାଇଟ ଧୋତି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର ଏବଂ ତାଙ୍କ ସାନ ଭଉଣୀ ଖୁସି କପୁର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପିତାମାତାଙ୍କ ବିବାହ ବାର୍ଷିକୀ ପାଳନ ନେଇ ଷ୍ଟୋରୀରେ ସମାନ ଫଟୋ ସେୟାର କରିଥିଲେ । ତେବେ ବୋନିଙ୍କ ପୋଷ୍ଟ ଉପରେ ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ସେ ସବୁବେଳେ ଆପଣଙ୍କ ସହ ଅଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ରକୃତରେ ସେ ଭଗବାନଙ୍କ ଉପହାର ।

ସୂଚନା ଥାଉ କି, ଶ୍ରୀଦେବୀ ଏବଂ ବୋନି ୧୯୯୬ରେ ବିବାହ କରିଥିଲେ । ଅନିଲ କପୁର, ଉର୍ମିଲା ମାତୋଣ୍ଡକର ଷ୍ଟାରର୍‌ ଫିଲ୍ମ ଜୁଦାଇ ବିବାହ ପୂର୍ବରୁ ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା। ଶ୍ରୀଦେବୀ 2018 ଫେବୃଆରୀ 24ରେ ଦୁବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ସେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ।

ସୂଚନା ଥାଉ କି, 1963 ମସିହାରେ ହିନ୍ଦୀ ଫିଲ୍ମଗୁଡ଼ିକରେ ଆଇକନିକ ରୋଲ ପ୍ଲେ' କରିଥିଲେ । ସେ ଚାନ୍ଦିନୀ, ଲମହେ, ମିଷ୍ଟର ଭାରତ, ଚାଲବାଜ୍, ନାଗିନା, ସଦମା ଏବଂ ଇଂରାଜୀ ଭିଂଲିସ୍ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେକାଇ ଦର୍ଶକଙ୍କ ମନ ଜିତିଥିଲେ । ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିଲେ । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ନିଜ ଆବଦାନ ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ରଟି ଥିଲା ମମ୍, ଯେଉଁଥିପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।

ଅନ୍ୟପକ୍ଷରେ, ବୋନିଙ୍କୁ ନିକଟରେ ରଣବୀର କପୁର, ଶ୍ରଦ୍ଧା କପୁର ଏବଂ ଡିମ୍ପଲ୍ କପାଡିଆଙ୍କ ସହ ରୋମାଣ୍ଟିକ୍ କମେଡି ଫିଲ୍ମ ତୁ ଝୁଟି ମେ ମକ୍କାରରେ ଦେଖିବାକୁ ମିଳିଥିଲା । ତାଙ୍କର ପରବର୍ତ୍ତୀ ପ୍ରଡକ୍ସନ୍ ହେଉଛି ଅଜୟ ଦେବଗନଙ୍କ ସ୍ପୋର୍ଟସ୍ ବାୟୋପିକ୍ ଫିଲ୍ମ ମୈଦାନ । ଏହି ପିଲ୍ମରେ ଭାରତୀୟ ଫୁଟବଲର ପ୍ରତିଷ୍ଠାତା ପିତା ଭାବରେ ଜଣାଶୁଣା ଅଜୟ କିମ୍ବଦନ୍ତୀ ପ୍ରଶିକ୍ଷକ ସୟଦ ଅବଦୁଲ ରହୀମଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମରେ ପ୍ରିୟମଣି, ଗଜରାଜ ରାଓ ଏବଂ ବଙ୍ଗୀୟ ଅଭିନେତା ରୁଦ୍ରାନିଲ ଘୋଷ ମଧ୍ୟ ଅଭିନୟ କରିଛନ୍ତି । ଏହା ଜୁନ୍ 23 ରେ ସିନେମାହଲରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.