ETV Bharat / entertainment

ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

author img

By

Published : Mar 30, 2023, 7:06 PM IST

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ମାମଲା । ଶୁଣାଣି ପାଇଁ ଏପ୍ରିଲ 3ରେ ବିଚାରପତିଙ୍କ ଚାମ୍ବରରେ ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ମାମଲା । ପିଲାମାନଙ୍କ କଷ୍ଟଡି ପାଇଁ ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏପ୍ରିଲ 3ରେ ବିଚାରପତିଙ୍କ ଚାମ୍ବରରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବମ୍ବେ ହାଇକୋର୍ଟରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଏବଂ ତାଙ୍କ ଭାଇ ଶାମାସୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ 100 କୋଟି ଟଙ୍କା ମାନହାନି ମକଦ୍ଦମା ଦାଖଲ କରିଥିଲେ । ତେବେ ଆଜି ଏହି ମାନହାନି ମକଦ୍ଦମାର ଶୁଣାଣି ହୋଇଛି। ଏଥିସହ ପିଲାମାନଙ୍କ କଷ୍ଟଡି ପାଇଁ ମଧ୍ୟ ମାମଲା ଦାୟର କରିଥିଲେ ଅଭିନେତା । ଏହି ସମସ୍ତ ମାମଲାର ଶୁଣାଣୀ ପାଇଁ ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏନେଇ ହାଇକୋର୍ଟରେ ଏପ୍ରିଲ 3ରେ ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଷ୍ଟିସ୍ ରେଭତୀ ମୋହିତେ ଡେରେ ଏବଂ ଶର୍ମିଲା ଦେଶମୁଖଙ୍କ ଏକ ଡିଭିଜନ୍ ବେଞ୍ଚ ଅଭିନେତାଙ୍କ ହାବିସ୍ କର୍ପସ ମାମଲାର ଶୁଣାଣି କରୁଥିଲା । ଯେଉଁଥିରେ ସେ ତାଙ୍କ ପୂର୍ବତନ ପତ୍ନୀ ତାଙ୍କର 12 ବର୍ଷର ଝିଅ ଏବଂ 7 ବର୍ଷର ପୁଅ କେଉଁଠି ରହୁଛନ୍ତି ସେ ବିଷୟରେ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ଆଜିର ଶୁଣାଣିରେ ନୱାଜୁଦ୍ଦିନଙ୍କ ପରିବାରର ସମସ୍ତ ସଦସ୍ୟ ଭିସି ଜରିଆରେ ଶୁଣାଣି ପାଇଁ ଏପ୍ରିଲ 3ରେ ଜଷ୍ଟିସ ରେବତୀ ମୋହିତ ଡେରେଙ୍କ ବେଞ୍ଚ୍‌ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଓକିଲ ଅଦନନ୍ ଶେଖ ବେଞ୍ଚକୁ ସୂଚନା ଦେଇଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ପ୍ରସ୍ତାବିତ ସମ୍ମତି ଅବଧି ପଠାଯାଇଛି । ଶେଖ କହିଛନ୍ତି, "ଆମେ ପ୍ରସ୍ତାବିତ ସମ୍ମତି ସର୍ତ୍ତାବଳୀ ପଠାଇଛୁ । ଏହାକୁ 6 ଦିନ ବିତିଗଲାଣି, କିନ୍ତୁ ଆମକୁ କୌଣସି ଉତ୍ତର ମିଳିନାହିଁ ।" ତେବେ ବମ୍ବେ ହାଇକୋର୍ଟ ବର୍ତ୍ତମାନ ଏପ୍ରିଲ 3ରେ ଏହାର ଶୁଣାଣି କରିବେ।

ସୂଚନା ଥାଉ କି, ଅଭିନେତା ତାଙ୍କ ପୂର୍ବତନ ପତ୍ନୀ ଆଲିଆଙ୍କ ସହ ବିବାହ ବିଚ୍ଛେଦ ନେଇ ବିବାଦ ଭିତରକୁ ଆସିଥିଲେ । ଆଲିଆ ଏବଂ ଶାମସୁଦ୍ଦିନ ତାଙ୍କଠାରୁ 21 କୋଟି ଟଙ୍କା ନେଇଛନ୍ତି। ଯେତେବେଳେ ନୱାଜୁଦ୍ଦିନ ତାଙ୍କୁ ସମ୍ପତ୍ତି ଫେରସ୍ତ କରିବାକୁ ଦାବି କରିଥିଲେ, ସେତେବେଳେ ଶ୍ୟାମସୁଦ୍ଦିନ ଏବଂ ଆଲିଆ ସୋସିଆଲ ମିଡିଆରେ ଭିଡିଓ ଏବଂ ବିବାଦୀୟ ପୋଷ୍ଟ କରି ଅଭିନେତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ବିରୋଧରେ ଶିଶୁ ତଥା ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା ବୋଲି ନୱାଜୁଦ୍ଦିନ କହିଛନ୍ତି । ଏଥିସହ ନୱାଜୁଦ୍ଦିନ 2008ରେ ଶାମାସୁଦ୍ଦିନଙ୍କୁ ତାଙ୍କ ମ୍ୟାନେଜର ଭାବରେ ନିଯୁକ୍ତି ଦେଇଥିଲେ ଏବଂ ତାଙ୍କୁ ସମସ୍ତ ଟଙ୍କା "ଅନ୍ଧ ଭାବରେ" ଦେଇଥିଲେ । ତେବେ ଶ୍ୟାମାସୁଦ୍ଦିନ ନୱାଜୁଦ୍ଦିନଙ୍କୁ ଠକିଦେଇ ଅଭିନେତାଙ୍କ ଟଙ୍କା ବ୍ୟବହାର କରି ସମ୍ପତ୍ତି କ୍ରୟ କରିଥିଲେ ବୋଲି ମକଦ୍ଦମାରେ ଦର୍ଶାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ଅଭିନେତା ଏହି ଜାଲିଆତି ବିଷୟରେ ଜାଣି ପ୍ରଶ୍ନ ଉଠାଇଥିଲେ, ସେତେବେଳେ ଶାମାସୁଦ୍ଦିନ ଆଲିଆଙ୍କୁ ନୱାଜୁଦ୍ଦିନଙ୍କ ବିରୋଧରେ ମିଥ୍ୟା ମାମଲା ଦାଖଲ କରିଥିଲେ । ତେଣୁ ନୱାଜୁଦ୍ଦିନ ବର୍ତ୍ତମାନ ସମସ୍ତ ଘଟଣା ସମ୍ପର୍କରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ । ତେବେ ସମସ୍ତ ମାମଲା ନେଇ ବମ୍ବେ ହାଇକୋର୍ଟ ଏପ୍ରିଲ 3ରେ ଏହାର ଶୁଣାଣି କରିବେ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.