ETV Bharat / entertainment

Bollywood sequel: ଦର୍ଶକଙ୍କ ଡିମାଣ୍ଡରେ ରହିଛି ସିକ୍ବେଲ ମୁଭି, ଦେଖିନ୍ତୁ କେଉଁ କେଉଁ ଫିଲ୍ମ ରହିଛି ଲିଷ୍ଟରେ

author img

By ETV Bharat Odisha Team

Published : Sep 10, 2023, 7:59 PM IST

ବଲିଉଡରେ ସିକ୍ୱେଲ୍ ଫିଲ୍ମକୁ ନେଇ ବଢୁଛି ଅଡିଏନ୍ସଙ୍କ କ୍ରେଜ୍ । ଟାଇଗର-3, ହେରାଫେରି-3 ଫିଲ୍ମ ରହିଛି ଲିଷ୍ଟରେ । ଅଧିକ ପଢନ୍ତୁ

ବଲିଉଡରେ ସିକ୍ୱେଲ୍ ଫିଲ୍ମକୁ ନେଇ ବଢୁଛି ଅଡିଏନ୍ସଙ୍କ କ୍ରେଜ୍

ହାଇଦ୍ରାବାଦ: ଆଜିକାଲି ଦର୍ଶକଙ୍କୁ ନୂଆ ଫିଲ୍ମ ଯେତିକି ଭଲ ଲାଗୁଛି ଫିଲ୍ମର ସିକ୍ବେଲ ତା'ଠାରୁ ବେଶି ପସନ୍ଦ ଆସୁଛି । ଗଦର-2 ହେଉକି, ଟାଇଗର ଆଉ ହେରାଫେରି ଏମିତି ଅନେକ ଫିଲ୍ମର ସିକ୍ବେଲକୁ ଲୋକ ବେଶ ଆଗ୍ରହର ସହ ଦେଖିଛନ୍ତି । ତେବେ 2023 ଓ 2024 ବର୍ଷରେ ଅନେକ ଲୋକପ୍ରିୟ ବଲିଉଡ୍‌ ଫିଲ୍ମର ସିକ୍ବେଲ ରିଲିଜ୍‌ ହେବାକୁ ଯାଉଛି । ଚାଲନ୍ତୁ ଜାଣିବା କ’ଣ ସବୁ ରହିଛି ଏହି ଲିଷ୍ଟରେ ।

ଟାଇଗର-3: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର-3 ଚଳିତ ବର୍ଷ ଦୀପାବଳି ଅବସରରେ ବଡ଼ ପରଦାକୁ ଆସିବ । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସମୀ, ରଣଭୀର ଶୋରେ ଏବଂ ରେବତୀ ମଧ୍ୟ ଟାଇଗର-3ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମର ଗେଷ୍ଟ ଆକ୍ଟର ଭାବେ ଶାହାରୁଖ ଖାନ ମଧ୍ୟ ନଜର ଅସିବେ । ଯାହାକୁ ନେଇ ସଲମାନ ଏବଂ ଶାହାରୁଖଙ୍କ ଫ୍ୟାନ୍ସଙ୍କ ମଧ୍ଯରେ କ୍ରେଜ ଦେଖିବାକୁ ମିଳିଛି ।

ଫୁକ୍ରେ-3: ପୁଲକିତ ସମ୍ରାଟ, ବରୁଣ ଶର୍ମା, ରିଚା ଚଡ୍ଡା, ମଞ୍ଜୋତ ସିଂ ଏବଂ ପଙ୍କଜ ତ୍ରିପାଠୀ ପୁଣି ଥରେ ସିନେମା ହଲରେ ନିଜ କମେଡିର ଯାଦୁରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିବା ପାଇଁ ଆସୁଛନ୍ତି । ଏହି ଫିଲ୍ମର ଦୁଇଟି ପାର୍ଟ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳ ପାର୍ଟ ଥ୍ରୀ ମଧ୍ଯ କମାଲ କରିବ ବୋଲି ନିର୍ଦ୍ଦେଶକ ଆଶା କରିଛନ୍ତି । ବଲିଉଡ ନ୍ୟୁଜ ଅନୁଯାୟୀ ଫୁକ୍ରେ ଗ୍ୟାଙ୍ଗ୍‌ 28 ସେପ୍ଟେମ୍ବର 2023ରେ ସିମେମା ହଲକୁ ଆସିବ ।

ଏହା ମଧ୍ଯ ପଢନ୍ତୁ.. ‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ, ‘ଭିଡ଼ ଭିତରୁ ଅଲଗା’ ଫଲ୍ମ କହିଲେ ନିର୍ଦ୍ଦେଶକ

ୱୋଲକମ୍-3: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର 56ତମ ଜନ୍ମଦିନରେ କମେଡି ଡ୍ରାମା ଚଳଚ୍ଚିତ୍ରର welcome-3 ଫିଲ୍ମର ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରରେ 20ରୁ ଅଧିକ କଳାକାର ଏକାଠି ଦେଖିବାକୁ ମିଳିବେ । ଫିଲ୍ମଟି 2024 ଡିସେମ୍ବରରେ ରିଲିଜ ହେବ ନେଇ ସୂଚନା ରହିଛି ।

ହେରାଫେରି 3: କମେଡି ଫିଲ୍ମର କିଙ୍ଗ୍‌ କୁହାଯାଉଥିବା ହେରାଫେରି 3କୁ ନେଇ ବି ଦର୍ଶକଙ୍କ ମଧ୍ୟରେ ସବୁବେଳେ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମର ପୂର୍ବ ଦୁଇଟି ପାର୍ଟ ବକ୍ସ ଅଫିସର ରେକର୍ଡ ଭାଙ୍ଗିଥିବା ବେଳେ ପାର୍ଟ-3 ମଧ୍ୟ କମାଲ କରିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ହେରାଫେରିରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ନିଜ ନିଜ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମ ପାଇଁ ଏପର୍ଯ୍ୟନ୍ତ କୌଣସି ରିଲିଜ୍ ତାରିଖ ଫାଇନାଲ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.