ETV Bharat / entertainment

WORLD WOMEN BOXING CHAMPIONSHIP: ନୀତୁ ଘନଘସ ଓ ସ୍ବିଟି ବୁରାଙ୍କୁ ଅଭିନନ୍ଦନ ଜଣାଇଲେ ବଲିଉଡ ସେଲିବ୍ରିଟି

ମହିଳା ବିଶ୍ବ ବକ୍ସିଂ ଚାମ୍ପିୟନସିପ୍‌ର ଫାଇନାଲରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ବକ୍ସର ନୀତୁ ଘନଘସ ଓ ବକ୍ସର ସ୍ବିଟି ବୁରା । ଉଭୟଙ୍କର ସଫଳତା ପାଇଁ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

author img

By

Published : Mar 26, 2023, 10:41 AM IST

ନୀତୁ ଘନଘସ ଓ ସ୍ବିଟି ବୁରାଙ୍କୁ ଅଭିନନ୍ଦନ ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ମହିଳା ବିଶ୍ବ ବକ୍ସିଂ ଚାମ୍ପିୟନସିପ୍‌ରେ ଭାରତର ସଫଳତା । ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମ୍‌ରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତ ହାତେଇଛି ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ । ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବକ୍ସର ନୀତୁ ଘନଘସ ଓ ସ୍ବିଟି ବୁରା । ଉଭୟଙ୍କର ଏହି ଚମତ୍କାର ବିଜୟ ପାଇଁ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ନୀତୁଙ୍କୁ ଅଭିନନ୍ଦନ ଜଣାଇଥିବା ନଜର ଆସିଛି ।

ବଲିଉଡ ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମ ଷ୍ଟୋରୀରେ ନୀତୁ ଘନଘସଙ୍କ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ମହିଳା ବକ୍ସିଂ ବିଶ୍ବ ଚାମ୍ପିଅନସିପ୍ 2023ରେ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ନୀତି ଘନଘସଙ୍କୁ ଅନେକ ଶୁଭେଚ୍ଛା । ଏଥିସହ ସେ ଆହୁରି ଲେଖିଛନ୍ତି, ତୁମେ ଆମ ଦେଶକୁ ଗର୍ବିତ କରିଛ ଏବଂ ତୁମର ନିଷ୍ଠା ଏବଂ ବିଜୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛି । ସେହିପରି ବକ୍ସର ସ୍ବିଟି ବୁରାଙ୍କ ମଧ୍ୟ ଫଟୋ ସେୟାର କରି ସେ ଲେଖିଛନ୍ତି, ମହିଳା ବକ୍ସିଂ ବିଶ୍ବ ଚାମ୍ପିଅନସିପ୍ 2023 ରେ ୮୧ କେଜି ବର୍ଗରେ ସ୍ବର୍ଣ୍ଣ ହାସଲ ନେଇ ଅନେକ ଶୁଭେଚ୍ଛା । ତୁମର ଏହି ଦମଦାର ପ୍ରଦର୍ଶନ ପାଇଂ ସାରା ଭାରତ ଆଜି ଗୌରବାନ୍ବିତ ।

ନୀତୁ ଘନଘସଙ୍କୁ ଅଭିନନ୍ଦନ ଜଣାଇଲେ ଅଭିଷେକ ବଚ୍ଚନ

ସେହିପରି ଅଭିନେତ୍ରୀ କାଜୋଲ ଦେବଗନ ମଧ୍ୟ ନୀତୁଙ୍କୁ ପ୍ରଶଂସା କରିବା ସହ ତାଙ୍କ ବିଜୟର ଏକ ଫଟୋ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି । ଫଟୋ ସେୟାର କରି କାଜୋଲ ଲେଖିଛନ୍ତି, ସାବାସ୍, ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପ୍ 48 କିଲୋଗ୍ରାମ ବର୍ଗର ଫାଇନାଲରେ ସ୍ବର୍ଣ୍ଣ ଜିତି ତୁମେ ତୁମର ବିଜୟ, କୌଶଳ ଏବଂ ଦୃଢ ନିଷ୍ଠାର ପ୍ରମାଣ ଦେଇଛ । ତୁମେ ସମସ୍ତଙ୍କ ପାଇଁ ଆଦର୍ଶ ଅଟ ଏବଂ ତୁମର ସଫଳତାକୁ ପାଳନ କରିବାକୁ ଆମେ ବହୁତ ଆଗ୍ରହୀ ଅଛୁ ।

ନୀତୁ ଘନଘସଙ୍କୁ ଅଭିନନ୍ଦନ ଜଣାଇଲେ କାଜୋଲ ଦେବଗନ

ସୂଚନା ଥାଉକି, ୪୮ କେଜି ବର୍ଗରେ ହରିୟାଣାର ନୀତୁ ଘନଘସ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୮୧ କେଜି ବର୍ଗରେ ଭାରତୀୟ ଅନୁଭବୀ ବକ୍ସର ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ମୋଙ୍ଗୋଲିଆର ଲୁଟସେଖାନ ଆଟଲାଣ୍ଟେସେଗଙ୍କୁ 5-0ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଥିଲେ ନୀତୁ ଘନଘସ । ସେହିପରି ଚୀନର ବକ୍ସର ୱାଙ୍ଗ ଲୀନାଙ୍କୁ ୩-୨ରେ ପରାସ୍ତ କରି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସ୍ବିଟି । ଭାରତର ଅନ୍ୟ ଦୁଇ ଜଣ ବକ୍ସର ନିକହତ ଜରୀନ ଓ ଲବଲୀନା ବୋରଗୋହେନ ଆଜି ଫାଇନାଲ ମୁକାବିଲା ଖେଳିବେ । ତେବେ ଭାରତକୁ ଆହୁରି ସ୍ବର୍ଣ୍ଣ ପଦକ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି ।

ଅଭିଷେକ ବଚ୍ଚନ ଏବଂ କାଜୋଲଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅଭିଷେକ ବଚ୍ଚନ ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ 'ଭୋଲା'ରେ ନଜର ଆସିବେ, ଯାହା ମାର୍ଚ୍ଚ 30ରେ ସିନେମା ହଲରେ ରିଲିଜ ହେବ। ସେହିପରି କାଜୋଲ ଆଗାମୀ ୱେବ୍ ସିରିଜ୍ 'ଦି ଗୁଡ୍ ୱାଇଫ୍'ରେ ନଜର ଆସିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.