ETV Bharat / entertainment

ଆଞ୍ଜିଓପ୍ଲାଷ୍ଟିର ଏକ ମାସ ପୂର୍ତ୍ତିକୁ ଏମିତି ସେଲିବ୍ରେଟ୍‌ କଲେ ସୁସ୍ମିତା ସେନ୍‌

author img

By

Published : Mar 30, 2023, 6:00 PM IST

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଇନ୍‌ଷ୍ଟାଗ୍ରାମରେ ଏକ ମୋନୋକ୍ରୋମ୍ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଆଞ୍ଜିଓପ୍ଲାଷ୍ଟିର ଏକ ମାସ ପୂରଣ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହୃଦଘାତର ଶିକାରର ଏକ ମାସ ପରେ ଖୁସି ମନାଇଲେ ସୁସ୍ମିତା ସେନ୍

ମୁମ୍ବାଇ: ନିକଟରେ ମିସ୍ ୟୁନିଭର୍ସ ଏବଂ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ହୃଦଘାତର ଶିକାର ହୋଇଥିଲେ । ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ସୁସ୍ଥ ଅଛନ୍ତି । ଏବଂ ସୁସ୍ଥ ହେବାର କିଛି ସପ୍ତାହ ପରେ ପୁଣି ନିଜ କାମକୁ ଫେରିଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସୁସ୍ମିତା ସେନ୍ ତାଙ୍କ ଆଞ୍ଜିଓପ୍ଲାଷ୍ଟିର ଏକ ମାସ ପୂର୍ତ୍ତି ପାଳନ କରୁଥିବା ଦେଖିବାକୁ ମିଳିଛି ।

ସୁସ୍ମିତା ସେନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମୋନୋକ୍ରୋମାଟିକ୍ କ୍ଲିପ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ଗୀତରେ ସେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଏହି କ୍ଲିପ୍‌ର କ୍ୟାପସନରେ ସେ ଲେଖିଛନ୍ତି, "ମୋର ଆଞ୍ଜିଓପ୍ଲାଷ୍ଟିର ଏକ ମାସର ପୂରଣକୁ ସେଲିବ୍ରେଟ କରୁଛି । ମୁଁ ଯାହା କରିବାକୁ ଭଲପାଏ ଠିକ୍ ତାହା କରୁଛି ।" ଲାଇଟ୍, କ୍ୟାମେରା, ଆକ୍ସନ। ଏହି ସୁନ୍ଦର ଗୀତ ତାଙ୍କ ମନକୁ ଛୁଇଁଥିବା ବେଳେ ବାରମ୍ବାର ଶୁଣିବାକୁ ଭଲ ଲାଗେ ବୋଲି କହିଛନ୍ତି । ଏହି ଭିଡିଓ କ୍ଲିପରେ ସୁସ୍ମିତା ଶଫକତ୍ ଅମାନତ ଅଲିଙ୍କ ଗୀତ 'ଆଙ୍ଖ୍‌ କେ ସାଗର' ଯୋଡିଛନ୍ତି । ଏହି ଭିଡିଓ ପୋଷ୍ଟ ପରେ ଫ୍ୟାନ୍ସ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି।

ମୋନୋକ୍ରୋମ୍ କ୍ଲିପ୍‌ରେ ସୁସ୍ମିତା ସେଟ୍ ଉପରେ ସୁଟିଂ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ବ୍ଲାକ୍‌ ଟି-ସାର୍ଟ ପିନ୍ଧିଥିଲେ । ଭିଡିଓ ଶେଷରେ ସୁସ୍ମିତା ସେନ୍ ଖୁସିରେ ହସୁଥିବା ଦେଖା ଯାଇଛି । ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସଙ୍ଗୀତକାର ସୋଫି ଲେଖିଛନ୍ତି, 'ତୁମେ ଅନନ୍ୟ।' ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, 'ତୁମେ ଶୀଘ୍ର ସୁସ୍ଥ ହୁଅ, ମୁଁ ଉତ୍ସାହର ସହିତ ଆପଣଙ୍କ ପିଲ୍ମ ଆର୍ଯ୍ୟକୁ ଅପେକ୍ଷା କରିଛି ।'

ବୁଧବାର ଦିନ ତାଙ୍କ ଆଗାମୀ ୱେବ୍ ସିରିଜ୍ 'ତାଲି'ର ଡବିଂ ଏବଂ ପ୍ରୋମୋ ସୁଟ୍ ଶେଷ କରିଛନ୍ତି । ଏନେଇ ସୁସ୍ମିତା ସେନ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି,' ଶେଷରେ ଆମର ୱେବ୍‌ ସିରିଜ ତାଲିର ଡବିଂ ଏବଂ ପ୍ରୋମୋ ସୁଟ୍ ସମାପ୍ତ ହୋଇଛି । ଏହି ସୁନ୍ଦର ଟିମକୁ ବହୁତ ମିସ୍‌ କରିବି । ଏହି ​​ଯାତ୍ରା ବହୁତ ଭଲ ରହିଥିଲା । 'ତାଲି'ର ପ୍ରତିଭା ପାଇଁ ସମସ୍ତ କାଷ୍ଟ ଏବଂ କ୍ରୁ'ଙ୍କୁ ଧନ୍ୟବାଦ । ସୂଚନା ଥାଉ କି, 'ତାଲି' ହେଉଛି କିନ୍ନରଙ୍କ ଅଧିକାର ପାଇଁ କାମ କରୁଥିବା ଶ୍ରୀ ଗୌରୀ ସାୱନ୍ତଙ୍କ ବାୟୋପିକ୍, ଯେଉଁଥିରେ ସୁସ୍ମିତା ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.