ETV Bharat / entertainment

ସୋନାଲିଙ୍କ କ୍ୟାନସର ବିଜୟ ମନ୍ତ୍ର: ଇଛା ଶକ୍ତି ଦୃଢ଼ ଥିଲେ ରୋଗ ବି ହାର୍‌ ମାନିବ

author img

By

Published : Sep 16, 2022, 7:30 PM IST

ଓଡ଼ିଶା ବଜାରରେ ପ୍ରବେଶ କଲା ରୁଚିର ଚା । ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରୁଚିର ନୂତନ ଚା’ ର ଉଦ୍ଘାଟନ କରିଛନ୍ତି । ଅଧିକ ପଢନ୍ତୁ

ସୋନାଲି ବେନ୍ଦ୍ରେଙ୍କ କ୍ୟାନସର ମନ୍ତ୍ର: ଇଛା ଶକ୍ତି ଦୃଢ଼ ଥିଲେ ରୋଗ ବି ହାର ମାନିବ

ଭୁବନେଶ୍ବର: ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରକୁ ହରାଇବା ପରେ କ୍ୟାନସର ରୋଗୀଙ୍କୁ ଦେଲେ ନୂଆ ବାର୍ତ୍ତା । କ୍ୟାନସର ଏକ ବଡ ରୋଗ ନୁହେଁ, ନିଜର ଇଛା ଶକ୍ତି ଦୃଢ଼ ଥିଲେ ରୋଗ ବି ହାର୍‌ ମାନିବ । କ୍ୟାନସର ରୋଗୀ ନିଜର ମନକୁ ଦୃଢ଼ କରିବା ଦ୍ବାରା କ୍ୟାନସରକୁ ହରେଇପାରିବେ । ଓଡ଼ିଶାକୁ ପ୍ରଥମ ଥର ଆସି ଏହିଭଳି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ସୋନାଲି ।

ଇଛା ଶକ୍ତି ଦୃଢ଼ ଥିଲେ ରୋଗ ବି ହାର ମାନିବ

ତାଙ୍କୁ ଓଡିଶା ଖୁବ୍ ଭଲ ଲାଗୁଛି । ପୁଣି ଥରେ ସୁଯୋଗ ମିଳିଲେ ଓଡ଼ିଶା ଆସିବେ ଓ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ମଧ୍ୟ ସୋନାଲି କହିଛନ୍ତି । ଓଡ଼ିଶାରେ ଅଧିକାଂଶ ଲୋକ ଚା’କୁ ବେଶ ପସନ୍ଦ କରନ୍ତି, ଗରିବ ହେଉ ଅବା ଧନୀ, ସମସ୍ତେ ଚା’ ପିଅନ୍ତି । ସକାଳର ଆରମ୍ଭ ପ୍ରଥମେ ଚା' କପ୍‌ରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ରୁଚି ମସଲା ବଜାରକୁ ଆଣିଛି ଉତ୍କଳ ଓ ଉତ୍କର୍ଷ ଚା' ପତି । ଯାହାକୁ ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଉନ୍ମୋଚନ କରିଥିବା ଅବସରରେ ନିଜ ଜୀବନର ବାସ୍ତବ କଥା କହିଛନ୍ତି ।

ଓଡ଼ିଶା ବଜାରରେ ପ୍ରବେଶ କରିଛି ରୁଚିର ଚା' । ଉତ୍କଳ ଓ ଉତ୍କର୍ଷ ଚା'ର ଉନ୍ମୋଚନ କରିଛନ୍ତି ସୋନାଲି ବେନ୍ଦ୍ରେ । ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଗୁରୁବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରୁଚିର ନୂତନ ଚା' ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଏହି ପ୍ରଡକ୍ଟର ଟେଷ୍ଟ ଓ ଲୋକ ପ୍ରିୟତାକୁ ନେଇ ଚର୍ଚ୍ଚା କରିଥିଲେ ।

୧ କିଲୋ ଉତ୍କଳ ଚା' ର ଦାମ ୩୧୫ ଟଙ୍କା ଥିବାବେଳେ ଉତ୍କର୍ଷ ଚା' ୨୫୦ ଗ୍ରାମ୍‌ର ଦାମ୍ ୯୦ ଟଙ୍କା ରହିଛି । ତେବେ ୪୭ ବର୍ଷ ରେ ପାଦ ଥାପିଥିବା ରୁଚି ମସଲା କମ୍ପାନୀ ଆଗରୁ ଯେମିତି ଉତ୍କୃଷ୍ଟ ମାନର ମସଲା, ସିମାଇ, ପାସ୍ତା, ପ୍ରୋଜନ୍ଫୁଡ୍ ବିକ୍ରି କରି ଯେମିତି ଓଡ଼ିଶାବାସୀଙ୍କ ମନକୁ ଜିତିଛି ସେମିତି ଏବେ ଏହି ଚା' ବଜାରରେ ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ପାଲଟିବ ବୋଲି ଆଶା ରଖିଛନ୍ତି ରୁଚି କମ୍ପାନୀର ନିର୍ଦ୍ଦେଶକ ଡ ଶରତ କୁମାର ସାହୁ ।

ଏଥିସହ ରୁଚି ଚା' ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ 'ମୁଝ୍ ମେ ହୈ ଦମ୍' ରାଜ୍ୟର ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ଶୁଭାରମ୍ଭ କରାଯାଇଥିଲା । ଯେଉଁଥିରେ ଯୁବ ଉଦ୍ୟୋଗୀମାନେ ନିଜର ଦକ୍ଷତା କିମ୍ବା ଅଭିନବ ଯୋଜନା ସଂପର୍କରେ ଅନଲାଇନ୍‌ରେ ପ୍ରସ୍ତାବ ଦେଇପାରିବେ ଏବଂ ସେଥିମଧ୍ୟରୁ ଶ୍ରେଷ୍ଠ ୫ଜଣଙ୍କୁ ବାଛି ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.