ETV Bharat / entertainment

Amisha Patel: ରାଞ୍ଚି କୋର୍ଟରେ ହାଜର ହେଲେ ଅମୀଷା ପଟେଲ, ନିଜକୁ କହିଲେ ନିର୍ଦ୍ଦୋଷ

author img

By

Published : Jul 11, 2023, 7:16 AM IST

ଏକ ଠକେଇ ମାମଲାର ଶୁଣାଣି ପାଇଁ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ । ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ନିଜକୁ ନିର୍ଦ୍ଦୋଶ କହିଛନ୍ତି । ଅଧିକ ପଢନ୍ତୁ

ରାଞ୍ଚି କୋର୍ଟରେ ହାଜର ହେଲେ ଅମୀଷା ପଟେଲ, ନିଜକୁ ନିର୍ଦ୍ଦୋଷ ବୋଲି କହିଲେ ଅଭିନେତ୍ରୀ

ରାଞ୍ଚି: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ଚେକ୍‌ ବାଉନ୍ସ ଏବଂ ଠକାମି ମାମଲା । ଏହାର ଶୁଣାଣି ପାଇଁ ଆଜି ଝାଡଖଣ୍ଡ ରାଜଧାନୀ ରାଞ୍ଚିର ସିଭିଲ କୋର୍ଟରେ ହାଜର ହେଲେ ଅମୀଷା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅମୀଷା କୋର୍ଟରେ ହାଜର ହୋଇଛନ୍ତି । ଏବଂ କୋର୍ଟ ସମ୍ମୁଖରେ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି । ଶୁଣାଣି ସମୟରେ ଅମୀଷା ପଟେଲ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଦେଇଛନ୍ତି ।

ଆବେଦନକାରୀ ଅଜୟ କୁମାର ସିଂଙ୍କ ଓକିଲ ସ୍ମିତା ପାଣ୍ଡେ କହିଛନ୍ତି ଯେ ଯକୌଣସି ବ୍ୟକ୍ତି ନିଜ ସପକ୍ଷରେ କହିବାର ଅଧିକାର ଅଛି । ଏହି ଅଧିକାର ଆଧାରରେ ଅଭିନେତ୍ରୀ ଅମୀଷା ପଟେଲ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଜୟ କୁମାର ସିଂଙ୍କ ପକ୍ଷରୁ ପ୍ରମାଣ ଆଧାରରେ ଏହି ମାମଲା ଦାୟର କରାଯାଇଛି । ସମସ୍ତ ପ୍ରମାଣ ଆଧାରରେ ବର୍ତ୍ତମାନ ପରବର୍ତ୍ତୀ ଟ୍ରାଏଲ ଚାଲିବ । ଯେଉଁଥିରେ ଅଭିନେତ୍ରୀ ଅମୀଷା ପଟେଲଙ୍କୁ ମଧ୍ୟ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ । ବର୍ତ୍ତମାନ ପରବର୍ତ୍ତୀ ଶୁଣାଣିର ତାରିଖ ସ୍ଥିର କରାଯାଇ ନାହିଁ, କିନ୍ତୁ ଶୀଘ୍ର ପରବର୍ତ୍ତୀ ତାରିଖ କୋର୍ଟଙ୍କ ଦ୍ବାରା ସ୍ଥିର କରାଯିବ । ଯେଉଁଥିରେ ଉଭୟ ପକ୍ଷ ରଖାଯିବ ।

ସୂଚନା ଥାଉ କି, ରାଞ୍ଚିର ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅଭିନେତ୍ରୀ ଅମୀଷା ପଟେଲ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ କୁନାଲଙ୍କ ବିରୋଧରେ ଚେକ୍ ବାଉନ୍ସ, ଠକେଇ ଏବଂ ଧମକ ଭଳି ଅଭିଯୋଗ କରିଥିଲେ । ଅମୀଷା ପଟେଲ ଫିଲ୍ମ ଦେଶୀ ମ୍ୟାଜିକ୍ ନାମରେ ଅଜୟ ସିଂଙ୍କଠାରୁ 2.5 କୋଟି ଟଙ୍କା ନେଇଥିଲେ । କିନ୍ତୁ ଟଙ୍କା ନେବା ପରେ ମଧ୍ୟ ସେ ତାଙ୍କ 'ଦେଶୀ ମ୍ୟାଜିକ୍' ଫିଲ୍ମର କାମ କରିନଥିଲେ ।

ଏହା ମଧ୍ୟ ପଢନ୍ତୁ:ମୁହଁ ଲୁଚାଇ ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା ପଟେଲ

ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଯେତେବେଳେ ଜୁନ୍ 2018ରେ ଫିଲ୍ମ ନିର୍ମାଣ ହୋଇନଥିଲା, ସେତେବେଳେ ଅଜୟ ଟଙ୍କା ମାଗିଥିଲେ । ବହୁ ବିଳମ୍ବ ପରେ, ଅକ୍ଟୋବର 2018ରେ ଅଜୟ କୁମାର ସିଂଙ୍କୁ ସେ 2.5 କୋଟି ଟଙ୍କାର ଚେକ୍ ଦେଇଥିଲେ। ଯାହା ବାଉନ୍ସ ହୋଇଥିଲା । ଫିଲ୍ମ ନିର୍ମାତା ଅଜୟ କୁମାର ସିଂ 2018 ମସିହାରେ ସିଜିଏମ୍ କୋର୍ଟରେ ଅଭିଯୋଗ କରିଥିଲେ। ଯେଉଁଥିରେ କୋର୍ଟ ୱାରେଣ୍ଟ ଜାରି କରିଥିଲେ । ଚଳିତବର୍ଷ ଜୁନ 18ରେ ଅମୀଷା ପଟେଲ ଆତ୍ମସମର୍ପଣ କରିଥିଲେ । ପରେ 10 ହଜାର ଟଙ୍କାର ଦୁଇଟି ବଣ୍ଡ ଭରିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ପରେ ଜୁନ 21ରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଦର୍ଶାଇ ଅମୀଷା ପରବର୍ତ୍ତୀ ତାରିଖ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପୁନଃ ଆଜି ମାମଲାର ଶୁଣାଣି ପାଇଁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଅମୀଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.