ETV Bharat / entertainment

Cheque Bounce case: ଆଜି ରାଞ୍ଚି କୋର୍ଟରେ ପୁଣି ହାଜର ହେବେ ଅମୀଷା ପଟେଲ - ଅମୀଷା ପଟେଲଙ୍କ ନାଁରେ ଚେକ୍ ବାଉନ୍ସ ଏବଂ ଠକେଇ ମାମଲା

ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଆଜି ପୁଣି ରାଞ୍ଚି କୋର୍ଟରେ ହାଜର ହେବେ । ଚେକ୍ ବାଉନ୍ସ ଏବଂ ଠକେଇ ମାମଲାରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁନ୍ 17ରେ, ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ, ଏହା ପରେ ଦୁଇଟି 10,000 ଟଙ୍କାର ବଣ୍ଡ ଦେବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଆଜି ରାଞ୍ଚି କୋର୍ଟରେ ପୁଣି ହାଜର ହେବେ ଅଭିନେତ୍ରୀ ଅମୀଷା ପଟେଲ

author img

By

Published : Jun 21, 2023, 10:31 AM IST

ରାଞ୍ଚି: ଚେକ୍ ବାଉନ୍ସ ଏବଂ ଜାଲିଆତି ମାମଲାରେ ଅଭିନେତ୍ରୀ ଅମୀଷା ପଟେଲ ପୁଣି ଆଜି ରାଞ୍ଚି କୋର୍ଟରେ ହାଜର ହେବେ । ବର୍ତ୍ତମାନ ସେ ଜାମିନରେ ଅଛନ୍ତି । ଶେଷ ଶୁଣାଣି ପାଇଁ ତାଙ୍କୁ ଆଜି ରାଞ୍ଚିର ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜୁନ୍ 17ରେ 'ଗଦର' ଫେମ ଖ୍ୟାତି ଅଭିନେତ୍ରୀ ଅମୀଷା ପଟେଲ ଠକେଇ ଏବଂ ଚେକ୍ ବାଉନ୍ସ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ସେ କୋର୍ଟରୁ ଜାମିନ ପାଇଥିଲେ । କୋର୍ଟରେ 10 ହଜାର ଦୁଇଟି ବେଲ ବଣ୍ଡ ଭରିବା ପରେ ତାଙ୍କୁ ଜାମିନ ଦିଆଯାଇଥିଲା ।

ରାଞ୍ଚି ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ଚେକ୍ ବାଉନ୍ସ ଏବଂ ଠକେଇ ମାମଲା ଦାୟର କରିଥିଲେ । ଏହା ସହିତ ସେ ଅମୀଷା ପଟେଲ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ଅନେକ ଥର ନୋଟିସ ପଠାଇଥିଲେ । କିନ୍ତୁ ଅମୀଷା ପଟେଲ କୋର୍ଟରେ ହାଜର ହୋଇନଥିଲେ । ଏହା ପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ୱାରେଣ୍ଟ ଜାରି ହେବା ପରେ ସେ ଜୁନ୍ 17ରେ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ।

ଏହି ଘଟଣାଟି ହେଉଛି 2018 ବର୍ଷର । ଅମୀଷା ପଟେଲଙ୍କ ଉପରେ 2.5 କୋଟି ଟଙ୍କାର ଚେକ୍ ବାଉନ୍ସ ଥିବା ଅଭିଯୋଗ ହୋଇଥିଲା । ନିର୍ମାତା ଅଜୟ କୁମାର ଅଭିଯୋଗ କରିଥିଲେ ଯେ, ଅମିଷା ପଟେଲ ତାଙ୍କଠାରୁ 2.5 କୋଟି ଟଙ୍କା ନେଇଛନ୍ତି । ଟଙ୍କା ନେବା ପରେ ମଧ୍ୟ ସେ ତାଙ୍କ 'ଦେଶୀ ମ୍ୟାଜିକ୍' ଫିଲ୍ମର କାମ କରିନଥିଲେ । ସେତେବେଳେ ଅଜୟ ଟଙ୍କା ମାଗିଥିଲେ । ଅମୀଷା ପଟେଲ ଏହା ଉପରେ ବିଳମ୍ବ କରିବା ଆରମ୍ଭ କରିଥିଲେ । ଚାପ ପକାଇବା ପରେ ସେ 2.5 କୋଟି ଟଙ୍କାର ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଥିଲା । ଏହା ପରେ ଅଜୟ ସିଂ କୋର୍ଟରେ ଏନେଇ ଏକ ମାମଲା ଦାୟର କରିଥିଲେ ।

ସେପଟେ ଅମୀଷା ନିଜ ଆଗାମୀ ଫିଲ୍ମ ''ଗଦର-୨''କୁ ନେଇ ଚର୍ଚ୍ଚାରେ ରହିଛନ୍ତି । 2 ବର୍ଷ ପୂର୍ବର ସେହି ପୁରୁଣା ତାରା ସିଂ ଓରଫ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସହ ନଜର ଆସିବେ ଅମିଷା । ଏନେଇ ଉଭୟ ତାରକା ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦ କପିଲ ଶର୍ମା ଶୋ'ରେ ଫିଲ୍ମ ପ୍ରମୋସନ ପାଇଁ ପହଞ୍ଚିଥିଲେ ଅମୀଷା ଏବଂ ସନ୍ନି ଦେଓଲ । ଷ୍ଟୁଡିଓ ବାହାରେ ପାପରାଜିଙ୍କ ପାଇଁ ପୋଜ ଦେଉଥିବାର ନଜର ଆସିଥିଲେ । ଯାହାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.