ETV Bharat / entertainment

ମୁହଁ ଲୁଚାଇ ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା ପଟେଲ

2018ର ଠକେଇ ମାମଲାରେ ରାଞ୍ଚି କୋର୍ଟରେ ହାଜର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଅମିଷା ପଟେଲ। ରାଞ୍ଚି ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅମିଷା ପଟେଲଙ୍କ ବିରୋଧରେ ଚେକ୍ ବାଉନ୍ସ, ପ୍ରତାରଣା ଏବଂ ଧମକଚମକ ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ । ଅଧିକ ପଢନ୍ତୁ,

author img

By

Published : Jun 18, 2023, 10:32 AM IST

ରାଞ୍ଚି କୋର୍ଟରେ ହାଜର ହେଲେ ଅମୀଷା ପଟେଲ, ମୁହଁ ଲୁଚାଇ କଲେ ଆତ୍ମସମର୍ପଣ

ରାଞ୍ଚି: 'କହୋ ନା ପ୍ୟାର ହେ' ଏବଂ 'ଗଦର' ଫେମ ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ଠକେଇ ମାମଲା । ମାମଲାର ଶୁଣାଣି ପାଇଁ ରାଞ୍ଚି କୋର୍ଟରେ ହାଜର ହୋଇଛନ୍ତି ଅମିଷା । ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି​ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ 21ରେ ହେବ । ତେବେ କୋର୍ଟ ପରିସରର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅମୀଷା ମୁହଁ ଲୁଚାଇ କୋର୍ଟରେ ପହଞ୍ଚିଥିବା ନଜର ଆସିଛନ୍ତି ।

ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚି ଭିତ୍ତିକ ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଚେକ୍ ବାଉନ୍ସ, ପ୍ରତାରଣା ଏବଂ ଧମକ ଦେଇଥିବା ଅଭିଯୋଗ କରିଥିଲେ । ଏହି ମାମଲା ନଭେମ୍ବର 2018ର ଅଟେ । ଠକେଇ ଏବଂ ଚେକ୍ ବାଉନ୍ସ ମାମଲାରେ ଅମୀଷାଙ୍କୁ ରାଞ୍ଚି ସିଭିଲ କୋର୍ଟ ଅନେକ ଥର ସମନ ଜାରି କରାଯାଇଥିଲା, କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ । ପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ତେବେ ଅମିଷା ଶନିବାର ରାଞ୍ଚି ସିଭିଲ କୋର୍ଟ ସିନିୟର ଡିଭିଜନ୍ ଜଜ୍ ଡି.ଏନ୍ ଶୁକ୍ଲାଙ୍କ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିଲେ । ପରେ କୋର୍ଟ ଅଭିନେତ୍ରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଅଜୟ କୁମାର ସିଂ ଅଭିଯୋଗ କରିଥିଲେ ଯେ, ଅମିଷା ପଟେଲ ତାଙ୍କଠାରୁ 2.5 କୋଟି ଟଙ୍କା ନେଇଛନ୍ତି । ଟଙ୍କା ନେବା ପରେ ମଧ୍ୟ ସେ ତାଙ୍କ 'ଦେଶୀ ମ୍ୟାଜିକ୍' ଫିଲ୍ମର କାମ କରିନଥିଲେ । ଚୁକ୍ତିନାମା ଆଧାରରେ, 2018 ମସିହାରେ ଯେତେବେଳେ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ, ସେତେବେଳେ ଅଜୟ ଟଙ୍କା ମାଗିଥିଲେ । ଅମିଷା ପଟେଲ ଏହା ଉପରେ ବିଳମ୍ବ କରିବା ଆରମ୍ଭ କରିଥିଲେ । ଚାପ ପକାଇବା ପରେ ସେ 2.5 କୋଟି ଟଙ୍କାର ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଥିଲା । ଏହା ପରେ ଅଜୟ ସିଂ କୋର୍ଟରେ ଏନେଇ ଏକ ମାମଲା ଦାୟର କରିଥିଲେ । ଅଜୟ କୁମାର ସିଂଙ୍କ ଓକିଲ ବିଜୟା ଲକ୍ଷ୍ମୀ ଶ୍ରୀବାସ୍ତବ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି । କିନ୍ତୁ ଜୁନ୍ 21ରେ ପୁନର୍ବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ 21ରେ ହେବ।

ଅମିଷାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଖୁବଶୀଘ୍ର ଅମୀଷାଙ୍କୁ ପୁଣି ''ଗଦର-୨''ରେ ଦେଖିବାକୁ ମିଳିବ । 22 ବର୍ଷ ପୂର୍ବର ସେହି ପୁରୁଣା ତାରା ସିଂ ଓରଫ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସହ ନଜର ଆସିବେ ଅମିଷା । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପୁଣି 2001 ବ୍ଲକବଷ୍ଟର ଫିଲ୍ମ 'ଗଦର: ଏକ ପ୍ରେମ କଥା' ଦର୍ଶକଙ୍କୁ ମନୋରଞ୍ଜନ କରାଇବ ବୋଲି ଆଶା । ଅଗଷ୍ଟ 11ରେ ରିଲିଜ ହେବ ଫିଲ୍ମ । ଏହି ଫିଲ୍ମ ସନ୍ଦୀପ ରେଡ୍ଡୀ ଭଙ୍ଗା ନିର୍ଦ୍ଦେଶିତ ଫିଲ୍ମ ଆନିମୋଲ ଏବଂ ଅକ୍ଷୟ କୁମାର ଅଭିନୀତ ଫିଲ୍ମ OMG-2 ସହ କଡା ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.