ETV Bharat / entertainment

ରକି ଔର ରାନୀ କି ପ୍ରେମ କାହାନୀର ଗୀତ ସୁଟିଂ ପାଇଁ କାଶ୍ମୀରରେ ଆଲିଆ-ରଣବୀର - ରକି ଔର ରାନୀ କି ପ୍ରେମ କାହାନୀ

ବହୁତ ଶୀଘ୍ର ରିଲିଜ ହେବ ରଣବୀର ଏବଂ ଆଲିଆଙ୍କ ଅଭିନୀତ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ । ବର୍ତ୍ତମାନ ଦୁହେଁ ଗୀତ ସୁଟିଂ ପାଇଁ କାଶ୍ମୀରରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

Rocky Aur Rani Ki Prem Kahani
Rocky Aur Rani Ki Prem Kahani
author img

By

Published : Mar 5, 2023, 9:19 AM IST

Rocky Aur Rani Ki Prem Kahani

କାଶ୍ମୀର: ବଲିଉଡର ସବୁଠାରୁ ଲୋକପ୍ରିୟ କପଲ ହେଉଛି ରଣବୀର ଏବଂ ଆଲିଆ । ଗତବର୍ଷ କନ୍ୟା ହେବା ପରେ କିଛିଦିନ ପରେ ପୁଣି ସୁଟିଂସେଟକୁ ଫେରିଛନ୍ତି ଆଲିଆ । ବର୍ତ୍ତମାନ ଦୁହେଁ କାଶ୍ମୀରରେ ଅଛନ୍ତି । ଆଗକୁ ଦୁହିଁଙ୍କ ରକି ଔର ରାନୀ କି ପ୍ରେମ କାହାନୀ ଆସିବାକୁ ଥିବା ବେଳେ ବର୍ତ୍ତମାନ ଗୀତ ସୁଟିଂ ପାଇଁ ଉଭୟେ କାଶ୍ମୀରରେ ନଜର ଆସିଛନ୍ତି । ବୁଧବାର ଉଭୟେ ଶ୍ରୀନଗର ପହଞ୍ଚିଥିବା ବେଳେ କଡା ସୁରକ୍ଷା ମଧ୍ୟରେ ଗୁଲମର୍ଗରେ ପହଞ୍ଚିଥିଲେ ବୋଲି ଧର୍ମା ପ୍ରଡକ୍ସନର କ୍ରୁ ମେମ୍ବର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି," ରଣବୀର- ଆଲିଆ ବୁଧବାର କାଶ୍ମୀରରେ ପହଞ୍ଚିଥିବା ବେଳେ କରନ ଜୋହର ଗୋଟିଏ ଦିନ ଆଗରୁ ପହଞ୍ଚିଥିଲେ । ରକି ଔର ରାନୀ କି ପ୍ରେମ କାହାନୀ ଫିଲ୍ମର ଗୀତ ସୁଟିଂ ଗୁଲମର୍ଗ ବ୍ୟତୀତ ଶ୍ରୀନଗର ଏବଂ ପହଲଗାମରେ ହେବ । ତେବେ ଗୀତ ସୁଟିଂ ପରେ ୯ ତାରିଖରେ ଭଉୟେ ମୁମ୍ବାଇ ଫେରି ଆସିବେ । "

ତେବେ ଗୀତ ସୁଟିଂକୁ ନେଇ ସେ କ୍ରୁ ସଦସ୍ୟ କହିଛନ୍ତି, " ଏହି ଗୀତର ସୁଟିଂ ପାଇଁ କରନ ଜୋହରର ସୁଇଜରଲାଣ୍ଡ ଯିବା ପାଇଁ ପ୍ଲାନିଂ କରିଥିବା ବେଳେ ଆଲିଆ ମନା କରିଦେଇଥିଲେ । ଆଲିଆଙ୍କ କହିବା ଅନୁସାରେ କଶ୍ମୀରରେ ଏହାର ସୁଟିଂ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: Natasa Stankovic Birthday: ହାପି ବାର୍ଥ ଡେ ମାଇଁ ବେବି ଲେଖି ଶୁଭେଚ୍ଛା ଜଣାଇଲେ ସ୍ବାମୀ ହାର୍ଦ୍ଦିକ

ପ୍ରକାଶଥାଉକି, ଫିଲ୍ମ ସୁଟିଂ ପାଇଁ ଆଲିଆ ଚତୁର୍ଥ ଥର ପାଇଁ କାଶ୍ମୀର ଆସିଛନ୍ତି । ସେ ଏହା ପୂର୍ବରୁ ଷ୍ଟୁଡେଣ୍ଟ ଅଫ ଦ ଇୟର, ରାଜି ଏବଂ ହାଇଓ୍ବେର ସୁଟିଂ ପାଇଁ ଆସିଥିଲେ । କିନ୍ତୁ ରଣବୀରଙ୍କର ଏହା ପ୍ରଥମ ଗସ୍ତ । ବର୍ତ୍ତମାନ ରଣବୀର ଗୁରମର୍ଗର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ନଜର ଆସୁଛନ୍ତି । ବର୍ତ୍ତମାନ କାଶ୍ମୀରର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇଛି ।

ସୂଚନାଅନୁସାରେ, ଆଲିଆ ଏବଂ ରଣବୀରଙ୍କ ଅଭିନୀତ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ଫିଲ୍ମର ନିର୍ଦ୍ଦେଶକ କରନ ଜୋହର ରହିଥିବା ବେଳେ ଜୟା, ଧର୍ମେନ୍ଦ୍ର ଏବଂ ଶବନା ମଧ୍ୟ ନଜର ଆସିବେ । ଏବେ ଭାଇରାଲ ହୋଇଥିବା ଭିଡିଓରେ ବହୁତ କ୍ୟୁଟ ଦେଖାଯାଉଛନ୍ତି ଆଲିଆ । ଏକ କାରରେ ନାଲି ରଙ୍ଗର ପୋଷାକରେ ସେ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.