ETV Bharat / entertainment

ମଣିପୁର କନିଆଁକୁ ମୁମ୍ବାଇ ବର, ବିବାହ ବନ୍ଧନରେ ବାନ୍ଧିହେଲେ ରଣଦୀପ-ଲିନ୍

author img

By ETV Bharat Odisha Team

Published : Nov 30, 2023, 7:19 AM IST

ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ମଣିପୁର ଅଭିନେତ୍ରୀ ଲିନ୍ ଲୈଶରାମଙ୍କୁ ସାତଜନ୍ମର ସାଥୀ କରିଛନ୍ତି । ଅଧିକ ପଢନ୍ତୁ

Randeep hooda ties knot with lin laishram

ମୁମ୍ବାଇ: ବର ହୋଇଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ମୁମ୍ବାଇ ବରକୁ ମଣିପୁର କନିଆଁ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ । ମଣିପୁରର ଲିନ୍ ଲୈସରାମଙ୍କୁ ଜୀବନସାଥୀ କରିଛନ୍ତି । 47 ବର୍ଷୀୟ ରଣଦୀପ 37 ବର୍ଷୀୟ ଲିନଙ୍କୁ ସାତଜ୍ମନର ସାଥୀ କରିଛନ୍ତି । ପ୍ରେମକୁ ବିବାହରେ ପରିଣତ କରିଛନ୍ତି ପ୍ରେମପକ୍ଷୀ । ମଣିପୁର ଇମ୍ପାଲରେ ରୀତିନୀତି ଅନୁସାରେ ରଣଦୀପ ଓ ଲିନଙ୍କ ବିବାହ ସମ୍ପନ୍ନ ହୋଇଛି ।

ମଣିପୁରୀ ପରମ୍ପରା ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣୀଦୀପ ଓ ଅଭିନେତ୍ରୀ ଲିନ୍‌ । ମଣିପୁର ଇମ୍ପାଲଠାରେ ପରିବାର ଓ ବନ୍ଧୁବର୍ଗଙ୍କ ଉପସ୍ଥିତରେ ଉଭୟଙ୍କ ବିବାଗ ବିଧି ଅନୁସାରେ ସମ୍ପନ୍ନ ହୋଇଛି । ଲିନ୍ ମଣିପୁର ବିବାହ ପୋଷାକରେ ନଜର ଆସିଥିଲେ । ରଣଦୀପ ମଧ୍ୟ ମଣିପୁରୀ ପାରମ୍ପରିକ ପୋଷାକରେ ବର ସାଜିଥିଲେ । ଉଭୟଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହା ବି ପଢନ୍ତୁ....ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ଝଟକା ! ଫିଲ୍ମରୁ କଟିବ ଏହି ସିନ୍‌ ?

ଏହା ବି ପଢନ୍ତୁ...ପରଦାକୁ ଆସିବ ଉତ୍ତରକାଶୀ ଟନେଲ ଟ୍ରାଜେଡି କାହାଣୀ ! ରିୟଲ ହିରୋଙ୍କ ସଂଘର୍ଷ ଦେଖିବ ଦେଶ

ମୁମ୍ବାଇରେ ହେବ ରିସେପସ୍ପନ: ରଣଦୀପ ହୁଡ୍ଡା ଏବଂ ଲିନ ଲୈଶରାମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି । ଇମ୍ପାଲର ଲଗଥାବଲରେ ପାରମ୍ପରିକ ରୀତିନୀତିରେ ଉଭୟଙ୍କ ଶୁଭପରିଣୟ ହୋଇଛି । ବିବାହ ମଣିପୁରରେ ସମ୍ପନ୍ନ ହୋଇଛି । ରିସେପସ୍ପନ ମୁମ୍ବାଇରେ ହେବ ବୋଲି ସୂଚନା ମିଳିଛି । ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି ରଣଦୀପ ।

47 ବର୍ଷୀୟ ରଣଦୀପ ତାଙ୍କଠୁ 10 ବର୍ଷ ସାନ ଲିନ୍ ଲୈଶରାମଙ୍କ ପ୍ରେମରେ ପଡ଼ିଥିଲେ । 4 ବର୍ଷ ହେବ ଡେଟ୍ କରୁଥିଲେ । ଏବେ ଉଭୟ ପତିପତ୍ନୀ ହୋଇଛନ୍ତି । ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିୟନ କରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସରବଜିତ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ରଣଦୀପ ହୁଡ୍ଡା । ସେହିପରି ହାଇୱେ, ମର୍ଡର 3, କିକ୍ ଓ ସୁଲତାନ ଫଲ୍ମରେ ଅଭିନୟ କରିଥିଲେ । ଅପକମିଂ ଫିଲ୍ମ 'ସ୍ବତନ୍ତ ବୀର ସାବକର' ରଣଦୀପଙ୍କୁ ଦେଖିବାକୁ ମିଳିବ । ଲିନ ମଧ୍ୟ ଜଣେ ମଣିପୁର ଅଭିନେତ୍ରୀ । ରଗୁନ, ମେରିକମ ଏବଂ ଜାନେ ଜାନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.