ETV Bharat / entertainment

Maidaan Teaser Out: ସିଲଭର ସ୍କ୍ରିନରେ ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ'ର ଟିଜର ରିଲିଜ

ଅଜୟ ଦେବଗନ ଏବଂ ପ୍ରିୟମଣିଙ୍କ ଅଭିନୀତ ଫିଲ୍ମ 'ମୈଦାନ'ର ଟିଜର ରିଲିଜ ହୋଇଛି । ଚଳିତ ବର୍ଷ ଜୁନ୍ 23ରେ ସିନେମାହଲରେ ରିଲିଜ କରିବ ଏହି ଫିଲ୍ମ । ଅଧିକ ପଢନ୍ତୁ

ରିଲିଜ ହେଲା ଅଜୟ ଦେବଗାନଙ୍କ ଫିଲ୍ମ 'ମୈଦାନ'ର ଟିଜର

author img

By

Published : Mar 30, 2023, 6:17 PM IST

ମୁମ୍ବାଇ: ଆଜି ରିଲିଜ ହୋଇଛି ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ମୈଦାନର ଟିଜର । ସୋସିଆଲ ମିଡିଆରେ ଫିଲ୍ମର ନିର୍ଦ୍ଦେଶକ ଅମିତ ଶର୍ମା ଏବଂ ଅଜୟ ଦେବଗନ୍ ଏହି ଫିଲ୍ମର ଟିଜରକୁ ରିଲିଜ କରିଛନ୍ତି । ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ତେବେ ଟିଜର ରିଲିଜ ହୋବା ମାତ୍ରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ଅମିତ ଶର୍ମା ଏବଂ ଅଜୟ ଦେବଗନ୍ ଫିଲ୍ମ ମୈଦାନର ଟିଜରକୁ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନ୍ ସେ ଲେଖିଛନ୍ତି, 'ମୈଦାନକୁ ଏଗାର ଓହ୍ଲାଇବୁ କିନ୍ତୁ ଏକ୍‌ ଦେଖାଯିବୁ । ଏକ ସତ୍ୟ ଘଟଣା ଉପରେ ଏହି ଫିଲ୍ମ ଆଧାରିତ । ଏହାର ଟିଜର ବର୍ତ୍ତମାନ ରିଲିଜ୍ ହୋଇଛି । ତେବେ ଅଜୟ ଷ୍ଟାରର ଏହି ଫିଲ୍ମ ଚଳିତ ବର୍ଷ ଜୁନ୍ 23ରେ ରିଲିଜ ହେବାକୁ ଯାଉଛି ।

ତେବେ ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ । ଟିଜର ବିଷୟରେ କହିବାକୁ ଗଲେ ଏହା 1.30 ମିନିଟର ଅଟେ । ପ୍ରାୟ ଦୁଇ ବର୍ଷ ଧରି ପାଇପଲାଇନରେ ଚାଲିଆସୁଥିବା ଫିଲ୍ମ 'ମୈଦାନ'ର ଟିଜରରେ 1952ରୁ 1962 ପର୍ଯ୍ୟନ୍ତ ହୋଇଥିବା ଫୁଟବଲ୍ ମ୍ୟାଚର ଝଲକ ଦେଖାଯାଇଛି । ଟିଜର ବିଷୟରେ କହିବାକୁ ଗଲେ, ସମର ଅଲିମ୍ପିକ୍ସ 1952 ସମୟରେ ଫିନଲ୍ୟାଣ୍ଡର ହେଲସିଙ୍କି ଷ୍ଟାଡିୟମରେ ମ୍ୟାଚ୍‌ରେ ଦର୍ଶକଙ୍କୁ ସ୍ୱାଗତ କରୁଥିବା କମେଣ୍ଟରଙ୍କରୁ ଟିଜର ଆରମ୍ଭ ହୋଇଛି । ଏଥିରେ ଯୁଗୋସ୍ଲାଭିଆର ଅଭିଜ୍ଞ ଦଳ ବିପକ୍ଷରେ ଭାରତୀୟ ଦଳ ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ତେବେ କୁହାଯାଉଛି କି ସେହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଭାରତୀୟ ଫୁଟବଲ ଟିମ୍‌ ଦୁଇଥର ଅଲିମ୍ପିକ୍ସ ପାଇଁ କ୍ବାଲିଫାଏ ହୋଇଥିଲା ।

ସୂଚନା ଥାଉ କି, ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତକ ନିର୍ଦ୍ଦେଶନା ଦେଇଛନ୍ତି । ଯଦିଓ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଛି, ଏବେ କୁହାଯାଉଛି ଯେ ଫିଲ୍ମ ଚଳିତ ବର୍ଷ ଜୁନ୍ 23ରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.