ETV Bharat / entertainment

Aashiqui 3: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଶିକି-3ରେ ନଜର ଆସିବେ ଏକ୍ସ କପଲ କାର୍ତ୍ତିକ-ସାରା !

author img

By ETV Bharat Odisha Team

Published : Sep 4, 2023, 6:57 PM IST

ଆଶିକି-2 ପରେ ବର୍ତ୍ତମାନ ଆଶିକି-3 କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅନୁରାଗ ବସୁ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବାକୁ ଯାଉଥିବା ବେଳେ ଅଭିନେତ୍ରୀଙ୍କ ନାଁ ପ୍ରକାଶ କରାଯାଇନାହିଁ। ଏହାରି ମଧ୍ୟରେ ଖବର ଆସୁଛି ଯେ, ଫିଲ୍ମରେ କାର୍ତ୍ତିକଙ୍କ ସହ ସାରା ଅଲି ଖାନ ସ୍କ୍ରିନ ସେୟାର କରିବେ। ଅଧିକ ପଢନ୍ତୁ,

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଶିକି 3ରେ ନଜର ଆସିବେ ଏକ୍ସ କପଲ କାର୍ତ୍ତିକ-ସାରା!

ହାଇଦ୍ରାବାଦ: ରୋମାଣ୍ଟିକ ଫିଲ୍ମ ଆଶିକି ଏବଂ ଆଶିକି 2 ସଫଳତା ପରେ ନିର୍ଦ୍ଦେଶକ ଅନୁରାଗ ବସୁ ବର୍ତ୍ତମାନ ଆଶିକି 3 ସହ ପୁଣି ବଡ଼ ପରଦାକୁ ଫେରୁଛନ୍ତି । ଯେଉଁଥିରେ ବଲିଉଡ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । କିନ୍ତୁ ଫିଲ୍ମରେ କେଉଁ ଅଭିନେତ୍ରୀ ନଜର ଆସିବେ ସେନେଇ କିଛି ପ୍ରକାଶ କରାଯାଇନାହିଁ । ନିକଟରେ ଏହି ଫିଲ୍ମରେ କନ୍ନଡ଼ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଖବର ଆସୁଛି ଯେ, ଏହି ଫିଲ୍ମରେ ସାରା ଅଲି ଖାନଙ୍କୁ କାର୍ତ୍ତିକଙ୍କ ବିପକ୍ଷରେ ଦେଖିବାକୁ ମିଳିବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଆଶିକି 3ରେ କାର୍ତ୍ତିକଙ୍କ ସହ ପୁଣି ସ୍କ୍ରିନ ସେୟାର କରୁଥିବାର ନଜର ଆସିପାରନ୍ତି ସାରା ଅଲି ଖାନ । ଦର୍ଶକ କାର୍ତ୍ତିକ ଏବଂ ସାରାଙ୍କ ଯୋଡ଼ିକୁ ବେଶ ପସନ୍ଦ କରନ୍ତି । ପ୍ରକାଶ ଥାଉ କି, ଫିଲ୍ମ ଲଭ ଆଜ କଲରେ କାର୍ତ୍ତିକ ସାରାଙ୍କ ଅନସ୍କ୍ରିନ୍‌ ରୋମାନ୍ସ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏପରିକି ଉଭୟ ରିଅଲ୍ ଲାଇଫରେ ମଧ୍ୟ ଡେଟ କରୁଥିବା ଚର୍ଚ୍ଚା ହୋଇଥିଲା। ଏବଂ ପରେ ଉଭୟ ଅଲଗା ହୋଇଥିଲେ। ତେବେ ଅଲଗା ହେବା ପରେ ଉଭୟଙ୍କୁ ବଡ ପରଦାରେ ପୁଣି ଏକାଠି ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଲଭ୍ ଆଜ କଲ୍ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା। ଏବଂ ପରେ ଫିଲ୍ମ ବଡ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଉଭୟଙ୍କୁ ନିକଟରେ ଗଦର 2ର ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟ ହଗ୍ କରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ, ଉଭୟ ଅଲଗା ହେବା ପରେ ବି ଉଭୟ ଭଲ ବନ୍ଧୁ ଅଟନ୍ତି । ସୂଚନା ଥାଉ କି, ବର୍ତ୍ତମାନ କାର୍ତ୍ତିକଙ୍କ ନାଁ କ୍ରିତି ସାନନଙ୍କ ସହ ଯୋଡ଼ା ଯାଉଛି ।

ଏହା ମଧ୍ୟ ପଢନ୍ତୁ: ପୁରୁଣା ପ୍ରେମିକାକୁ ହଗ୍‌ କଲେ କାର୍ତ୍ତିକ ଆର୍ଯ୍ୟନ, ଭିଡିଓ ଭାଇରାଲ

ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ସାରାଙ୍କୁ ଅନୁରାଗ ବସୁଙ୍କ ଫିଲ୍ମ ମେଟ୍ରୋ ଇନ୍‌ ଦିନୋରେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରୁଥିବାର ଦେଖିବାକୁ ମିଳିବ । ସେପଟେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ କବୀର ଖାନ୍‌ଙ୍କ ଫିଲ୍ମ ଚନ୍ଦୁ ଚମ୍ପିଆନରେ ଦେଖିବାକୁ ମିଳିବ । ଏହା ପରେ ସେ ଆଶିକି 3ର ସୁଟିଂ ଆରମ୍ଭ କରିପାରନ୍ତି । ଏଥିସହ ସେ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.