ETV Bharat / entertainment

ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'

author img

By ETV Bharat Odisha Team

Published : Dec 13, 2023, 3:35 PM IST

Animal Jamal Kudu Song Out: ବବି ଦେଓଲ ଏବଂ ରଣବୀର କପୁର ଅଭିନୀତ 'ଆନିମଲ' ପରଦାରେ ଧମାକା କରିବା ପରେ ବର୍ତ୍ତମାନ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ । ଏହାରି ମଧ୍ୟରେ ବବି ଦେଓଲଙ୍କ ଏଣ୍ଟ୍ରି ଗୀତ 'ଜମାଲ କୁଡୁ'ର ଭିଡିଓ ଭର୍ସନ ରିଲିଜ ହୋଇଛି । ଲୋକଙ୍କ ଡିମାଣ୍ଡ ଅନୁଯାୟୀ ଏହି ଗୀତର ଭିଡିଓ ଭର୍ସନ ଆଜି ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'
ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'

ହାଇଦ୍ରାବାଦ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ବବି ଦେଓଲ ଏବଂ ରଣବୀର କପୁର ଅଭିନୀତ ଫିଲ୍ମ 'ଆନିମଲ' । ଏହି ଫିଲ୍ମ ବର୍ତ୍ତମାନ ଭାରତରେ ୪୫୦ କୋଟିରୁ ଅଧିକ ଆୟ କରିଥିବା ବେଳେ ୭୩୭.୫ କୋଟି ଆୟ କରିଛି । ପରଦାରେ ଧମାକା କରିବା ପରେ ଏବେ ଓଟିଟିରେ ରିଲିଜ ହେବ । ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ' । ସେପଟେ ଫିଲ୍ମର ବବି ଦେଓଲଙ୍କ ଲୋକପ୍ରିୟ ଗୀତ 'ଜମାଲ କୁଡୁ' ଗୀତର ଭିଡିଓ ଭର୍ସନ ଆଜି ରିଲିଜ ହୋଇଛି । ଲୋକଙ୍କ ଡିମାଣ୍ଡ ଅନୁସାରେ ନିର୍ମାତା ଏହି ଗୀତର ଭିଡିଓ ରିଲିଜ କରିଛନ୍ତି ।

  • " class="align-text-top noRightClick twitterSection" data="">

ସନ୍ଦୀପ ରେଡ୍ଡି ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ କପୁର, ବବି ଦେଓଲ, ରଣବୀର କପୁର, ରଶ୍ମିକା ମନ୍ଦାନା, ତ୍ରିପ୍ତୀ ଡିମ୍ରିଙ୍କ ସମେତ ଅନେକ ତାରକା ଅଭିନୟ କରିଛନ୍ତି । ଫିଲ୍ମ ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମକୁ 'ଏ' ସାର୍ଟିଫିକେଟ ଦେବା ସହ ଅନେକ ସିନକୁ ହଟାଇ ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ତେବେ ଏହି ଫିଲ୍ମ ଖୁବଶୀଘ୍ର ଓଟିଟିରେ ରିଲିଜ ହେବାକୁ ଥିବା ବେଳେ ଏଥିରେ ସମସ୍ତ ହଟାଇଥିବା ସିନ ମଧ୍ୟ ଦେଖାଯିବ ବୋଲି କୁହାଯାଉଛି । ଏହି ଫିଲ୍ମ ନେଟଫ୍ଲିକ୍ସରେ ଜାନୁଆରୀ ୧୪ କିମ୍ବା ୧୫ରେ ରିଲିଜ ହେବ ବୋଲି କୁହାଯାଉଛି ।

ବବି ଦେଓଲ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଆନିମଲରେ ବବିଙ୍କ ଏଣ୍ଟ୍ରି ଏକ ଗୀତ 'ଜମାଲ କୁଡୁ'ରେ ହୋଇଥିଲା । ଯାହା ବର୍ତ୍ତମାନ ଲୋକେ ବେଶ ପସନ୍ଦ କରିବା ସହ ଏହା ଟ୍ରେଣ୍ଡ କରୁଛି । ଲୋକେ ନିର୍ମାତାଙ୍କୁ ଏହି ଗୀତର ଭିଡିଓ ରିଲିଜ କରିବାକୁ କହିଥିଲେ । ତେବେ ପ୍ଲବିକ ଡିମାଣ୍ଡ ଅନୁସାରେ ନିର୍ମାତା ଏହି ଗୀତର ଭିଡିଓ ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଏହି ଗୀତ ରିଲିଜ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ଏହା ମଧ୍ୟ ପଢନ୍ତୁ: 'ଆନିମଲ' ସଫଳତା ଦେଖି ଭାବବିହ୍ବଳ ହେଲେ ବବି, କହିଲେ ଲାଗୁଛି ଯେମିତି ସ୍ବପ୍ନ ଦେଖୁଛି

'ଜମାଲ କୁଡୁ'ର ଅର୍ଥ କ’ଣ ?

'ଆନିମଲ'ରେ ବବି ଦେଓଲଙ୍କ ଗୀତ 'ଜମାଲ କୁଡୁ'ର ଅର୍ଥ 'ଓଃ ! କଳା ଆଖିର ସୌନ୍ଦର୍ଯ୍ୟ ଭରା ସୁନ୍ଦରୀ, ତୁମ ନିଷ୍ଠୁରତା ସହ ମୋର ହୃଦୟ ଭାଙ୍ଗ ନାହିଁ । ତୁମେ ମୋତେ ଏକ ନୂତନ ଯାତ୍ରା କରିବାକୁ ଛାଡି ଦେଇଛ ଏବଂ ମୁଁ ମଜ୍ନୁ ପରି ପାଗଳ ହୋଇଯାଇଛି । ମୋର ହୃଦୟ ସହ ଖେଳ ନାହିଁ । ସୂଚନା ଥାଉ କି, ମୂଳ ଗୀତ 'ଜମାଲ ଜମାଲୁ କୁଡୁ' ଇରାନର ଖତରେ ମଣ୍ଡଳୀ ରଚନା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ପ୍ରଥମେ ୧୯୫୦ ମସିହାରେ ଖରାଜେମି ବାଳିକା ଉଚ୍ଚ ବିଦ୍ୟାଳୟର ସଂଗୀତ ଗୋଷ୍ଠୀ ଦ୍ୱାରା ଗାନ କରାଯାଇଥିଲା । ଏହି ଗୀତଟି ଇରାନର ଜଣେ ପ୍ରସିଦ୍ଧ କବିଙ୍କ କବିତା ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି । ଏହି ଗୀତର ପୁରୁଣା ସଂସ୍କରଣ ମଧ୍ୟ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.