ETV Bharat / entertainment

Bigg Boss 16 Promo release: ଏଥର ଦମଦାର ଲୁକ୍‌ରେ ନଜର ଆସିବେ ସଲମାନ ଖାନ

author img

By

Published : Sep 12, 2022, 5:17 PM IST

Updated : Sep 13, 2022, 10:38 AM IST

ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଟିଭି ରିଆଲିଟି ସୋ ବିଗ୍ ବସ୍‌ର ସିଜନ 16ର ପ୍ରୋମୋ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ଦମଦାର ଲୁକ୍‌ରେ ନଜର ଆସିବେ ସଲମାନ ଖାନ
ଦମଦାର ଲୁକ୍‌ରେ ନଜର ଆସିବେ ସଲମାନ ଖାନ

ହାଇଦ୍ରାବାଦ: ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଟିଭି ରିଆଲିଟି ସୋ' ବିଗ୍ ବସ୍‌ର ସିଜନ 16ର ପ୍ରୋମୋ ମୁକ୍ତିଲାଭ କରିଛି । ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି କାରଣ ଖୁବ୍ ଶୀଘ୍ର ସୋ’ର ତାରିଖ ମଧ୍ୟ ଘୋଷଣା ହେବାକୁ ଯାଉଛି । ପ୍ରୋମୋରୁ ସୋ’ର ହୋଷ୍ଟ ସଲମାନ ଖାନଙ୍କ ଦମଦାର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି ।

ପ୍ରୋମୋ ବିଷୟରେ କହିବାକୁ ଗଲେ ସଲମାନ ଖାନ ଦମଦାର ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କର ଏହି ଲୁକ୍ ଦେଖି ପ୍ରଶଂସକମାନେ ଉତ୍ସାହିତ ହୋଇପଡିଛନ୍ତି । ପ୍ରୋମୋରେ ସଲମାନ କହୁଛନ୍ତି, '15 ବର୍ଷ ଧରି ବିଗ୍ ବସ୍ ସମସ୍ତଙ୍କ ଖେଳ ଦେଖିଛନ୍ତି, ଏଥର ବିଗ୍ ବସ୍‌ ନିଜର ଖେଳ ଦେଖାଇବ, ସକାଳ ହେବ କିନ୍ତୁ ଆକାଶରେ ଚନ୍ଦ୍ର ଦେଖାଯିବ । ଏହି ଧମାକାଦାର ସଂଳାପ ସହିତ ସଲମାନଙ୍କ ଲୁକ୍‌ ମଧ୍ୟ ଅତ୍ୟନ୍ତ ଚମତ୍କାର ରହିଛି । ତେବେ ଏଥରର ଥିମ୍ ଟିକେ ନିଆରା ରହିଛି ।

ଶେହନାଜ ଗିଲ-ସିଦ୍ଧାର୍ଥ ଶୁକ୍ଲାଙ୍କ ଯୋଡି

ପ୍ରୋମୋରେ ଶିଳ୍ପା ସିନ୍ଦେ, ଗୌହର ଖାନ, ଶେହନାଜ ଗିଲ ଠାରୁ ସିଦ୍ଧାର୍ଥ ଶୁକ୍ଲା ପର୍ଯ୍ୟନ୍ତ 15 ବର୍ଷ ବୟସ୍କ ପ୍ରତିଯୋଗୀଙ୍କ ଚେହେରା ନଜର ଆସୁଛି । ଏହି ପ୍ରୋମୋକୁ ସେୟାର କରି ଏହା ଲେଖାଯାଇଛି, '15 ବର୍ଷ ପରେ ବିଗ୍ ବସ୍ ନିଜେ ଖେଳ ଖେଳିବାର ସୁଯୋଗ ପାଇଛି' ।

ବିଗ୍ ବସ୍ 16 କେବେ ପ୍ରସାରିତ ହେବ ?

ବର୍ତ୍ତମାନ ସୁଦ୍ଧା, ବିଗ୍ ବସ୍ 16 କେତେ ଦିନ ଅନ୍‌ ଏୟାର ରହିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ପ୍ରଥମ ସପ୍ତାହରୁ ଏହି ସୋ ଆରମ୍ଭ ହୋଇପାରେ ।

ବିଗ୍ ବସ୍ 16 ପ୍ରତିଯୋଗୀ ତାଲିକା

ସୋ' ନିର୍ମାତାମାନେ ପ୍ରତିଯୋଗୀଙ୍କ ନିଶ୍ଚିତ ତାଲିକା ଦେଖାଇ ନାହାଁନ୍ତି । କିନ୍ତୁ ବିଶ୍ୱାସ କରାଯାଏ ଯେ ଏଥର ଉର୍ଫି ଜାଭେଦ୍, ଫୈସଲ ଶେଖ, ଶିବିନ ନାରଙ୍ଗ, ମୁନ୍ନାଭାର ଫାରୁଖୀ, ଭିଭିଆନ୍ ଡିସେନା, ବିଶାଲ ଏବଂ ପୁଣମ୍ ପାଣ୍ଡେଙ୍କ ନାମ ବିଗ୍ ବସ୍ 16 ପ୍ରତିଯୋଗୀ ଭାବରେ ଦେଖାଯାଉଛି ।

Last Updated : Sep 13, 2022, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.