ETV Bharat / entertainment

ବ୍ରେକଅପ୍ ପରେ ଭାଙ୍ଗିଲା ବିବାହ ସ୍ୱପ୍ନ, ଅଲଗା ହେଲେ ସାରା ଖାନ-ଶାନ୍ତନୁ ରାଜେ

author img

By ETV Bharat Odisha Team

Published : Dec 14, 2023, 11:52 AM IST

Updated : Dec 14, 2023, 12:11 PM IST

Sara Khan Breakup Post: ଲୋକପ୍ରିୟ ଟିଭି ଅଭିନେତ୍ରୀ ସାରା ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପ୍ରେମିକ ଶାନ୍ତନୁ ରାଜେଙ୍କ ସହ ବ୍ରେକଅପ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଲୋକପ୍ରିୟ ଟିଭି ଅଭିନେତ୍ରୀ ସାରା ଖାନ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ରାଜେଙ୍କୁ ଦୀର୍ଘ ଦିନ ହେଲା ଡେଟ୍ କରିଆସୁଥିଲେ । ଏବଂ ଉଭୟ ବିବାହ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସିଛି ଯେ, ଏହି ପ୍ରେମପକ୍ଷୀ ବର୍ତ୍ତମାନ ଅଲଗା ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାରା ନିଜେ ବ୍ରେକଅପ ନେଇ ଘୋଷଣା କରିଛନ୍ତି । ଉଭୟ ଆପୋଷ ସହମତିରେ ଏହି ନିଷ୍ପତି ନେଇଥିବା ଜଣାପଡିଛି ।

ସାରା ଖାନଙ୍କ ବ୍ରେକଅପ ପୋଷ୍ଟ
ସାରା ଖାନଙ୍କ ବ୍ରେକଅପ ପୋଷ୍ଟ

ସାରା ଖାନ ତାଙ୍କ ବ୍ରେକଅପ୍ ବିଷୟରେ ସୂଚନା ଦେଇ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସାରା ଲେଖିଛନ୍ତି, "ପାରସ୍ପରିକ ସମ୍ମତି ସହ ମୁଁ ଏବଂ ମୋର ସାଥୀ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନଠାରୁ ଆମେ ଦୁହେଁ ଏକାକୀ ନିଜ ଜୀବନରେ ଆଗକୁ ବଢ଼ିବୁ । କିନ୍ତୁ ତଥାପି ଆମ ମନରେ ପରସ୍ପର ପ୍ରତି ସମାନ ସମ୍ମାନ ଏବଂ ଆଦର ରହିଛି । ତେଣୁ ଦୟାକରି ଆମର ଗୋପନୀୟତା ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । ମୋ କଥା ବୁଝିଥିବାରୁ ଧନ୍ୟବାଦ ।" ତେବେ ଉଭୟଙ୍କ ବ୍ରେକଅପ୍‌ ଫଛର କାରଣ କଣ ସେନେଇ ଖୁଲାସା କରିନାହାନ୍ତି । ଏହି ଖବର ଏବେ ତାଙ୍କ ପ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସାରା ଖାନଙ୍କ ପ୍ରେମିକ ଶାନ୍ତନୁ ଜଣେ ପାଇଲଟ୍ । ଯାହାଙ୍କୁ ଅଭିନେତ୍ରୀ ଗତ ଚାରି ବର୍ଷ ଧରି ଡେଟ୍ କରୁଥିଲେ । ଖବର ଅନୁଯାୟୀ ଖୁବଶୀଘ୍ର ଉଭୟ ବିବାହ କରିବାକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ଏହି କପଲ ଅଲଗା ହୋଇଯାଇଛନ୍ତି । ଚଳିତ ବର୍ଷ ଏକ ସାକ୍ଷାତକାରରେ ସାରା କହିଥିଲେ ଯେ ସେ ଶୀଘ୍ର ଶାନ୍ତନୁଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ଶାନ୍ତନୁଙ୍କୁ ତାଙ୍କର ଶ୍ରେଷ୍ଠ ସାଥୀ ବୋଲି ମଧ୍ୟ କହିଥିଲେ।

ଏହା ମଧ୍ୟ ପଢନ୍ତୁ: ଅଲଗା ହେଲେ ପ୍ରେମପକ୍ଷୀ ଅସୀମ ରିଆଜ-ହିମାଂଶୀ ଖୁରାନା

ଶାନ୍ତନୁଙ୍କ ପୂର୍ବରୁ ସାରା ଖାନ ବିବାହ କରିଥିଲେ ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇଥିଲା । ଯେତେବେଳେ ସେ ବିଗ୍ ବସ୍ ସିଜନ୍ ୪ରେ ନଜର ଆସିଥିଲେ । ସେତେବେଳେ ସେ ବିଗ୍ ବସ୍ ଘରେ ଅଭିନେତା ଅଲି ମର୍ଚାଣ୍ଟଙ୍କ ପ୍ରେମରେ ପଡିଥିଲେ । ଏବଂ ଦୁହେଁ ମଧ୍ୟ ସେଠାରେ ବିବାହ କରିଥିଲେ। ହେଲେ ଏହି ସମ୍ପର୍କ ଅଧିକ ସମୟ ରହିଲା ନାହିଁ ଏବଂ ଶୋ’ରୁ ବାହାରିବା ପରେ ୨ ମାସ ମଧ୍ୟରେ ସେମାନେ ଛାଡପତ୍ର ଦେଇ ଅଲଗା ହୋଇଥିଲେ ।

Last Updated : Dec 14, 2023, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.