ETV Bharat / entertainment

Bhool Bhulaiyaa 2 Trailer Out: ଦମଦାର୍ ଭୂମିକାରେ କାର୍ତ୍ତିକ ଓ କିଆରା

author img

By

Published : Apr 26, 2022, 6:05 PM IST

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ହରର କମେଡି ଫିଲ୍ମ ଭୁଲ୍ ଭୁଲେୟା ୨ ର ଟ୍ରେଲର ରିଲିଜ୍ ହୋଇଛି । ଏହି କମେଡି ଫିଲ୍ମ ୨୦୨୨ ମଇ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

ଦମଦାର୍ ଭୂମିକାରେ ନଜର ଆସିଲେ କାର୍ତ୍ତିକ-କିଆରା

ହାଇଦ୍ରାବାଦ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭୁଲ୍ ଭୁଲେୟା-୨'ର ଟ୍ରେଲର ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରଟି ଦୀର୍ଘ ଦିନ ଧରି ଏହାର ଚରିତ୍ରମାନଙ୍କ ପାଇଁ ଚର୍ଚ୍ଚାରେ ରହିଆସିଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ, ତବୁ ଥିବାବେଳେ ସଞ୍ଜୟ ମିଶ୍ର ଏବଂ ରାଜପାଲ ଯାଦବଙ୍କ ଭଳି ଷ୍ଟାରଙ୍କୁ ଏକ ଚଳଚିତ୍ରରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି କମେଡି ଫିଲ୍ମ ଚଳିତ ବର୍ଷ ମଇ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

  • " class="align-text-top noRightClick twitterSection" data="">

ମଙ୍ଗଳବାର ଦିନ ହରର କମେଡି ଚଳଚ୍ଚିତ୍ର 'ଭୁଲ୍ ଭୁଲେୟା ୨' ର ଟ୍ରେଲର ମୁକ୍ତିଲାଭ କରିଛି । ଟ୍ରେଲରରେ ମଞ୍ଜୁଲିକାର ଭୟ ପୁଣି ଥରେ ନଜର ଆସୁଛି । ଆମିଜେ ତୋମାର ଧୂନ୍ ଶୁଣାଯାଉଛି କିନ୍ତୁ ଏଥର ଭୂତକୁ ବାହାର କରିବାକୁ ଅକ୍ଷୟ କୁମାର ନୁହଁନ୍ତି ବରଂ କାର୍ତ୍ତିକ ଆର୍ଯ୍ୟନ୍ ଆସିଛନ୍ତି । ଫିଲ୍ମର ଟ୍ରେଲର ପୂର୍ବରୁ ଅନେକ ପୋଷ୍ଟର ସାମ୍ନାକୁ ଆସିସାରିଛି, ଯାହାକୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି ।

ଟ୍ରେଲର ଭିଡିଓର ଆରମ୍ଭ ଅକ୍ଷୟଙ୍କ ଫିଲ୍ମର ଗୀତ 'ଆମି ଜେ ତୋମାର' ଗୀତରୁ ହୋଇଛି । ଏହା ପରେ କାର୍ତ୍ତିକ ଏବଂ କିଆରା ରୋମାନ୍ସରେ ବୁଡି ରହିଥିବାର ଦେଖାଯାଉଛି, ଯେତେବେଳେ ରୁହ ବାବାଙ୍କ ଭେଟ ମଞ୍ଜୁଲିକାଙ୍କ ସହ ହୁଏ । ଯାହା ପରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡା ହୁଏ । ଟ୍ରେଲର ଲଞ୍ଚ ହେବାର ଦୁଇ ଘଣ୍ଟା ପୂର୍ବରୁ ଏକ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଯେଉଁଥିରେ କାର୍ତ୍ତିକ, କିଆରା ଏବଂ ତବୁ ରହିଛନ୍ତି । ଏମାନଙ୍କ ବ୍ୟତୀତ ସଞ୍ଜୟ ମିଶ୍ର ଏବଂ ରାଜପାଲ ଯାଦବ ମଧ୍ୟ ପୋଷ୍ଟରରେ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.