ETV Bharat / entertainment

Bholaa Box Office Collection: ଜାଣନ୍ତୁ, 8ମ ଦିନରେ ଅଜୟ ଦେବଗନଙ୍କ ଫିଲ୍ମ କେତେ ରୋଜଗାର କରିଛି ?

author img

By

Published : Apr 7, 2023, 5:57 PM IST

ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଫିଲ୍ମ ଭୋଲା ବକ୍ସ ଅଫିସରେ ଆଶାତୀତ ସଫଳତା ହାସଲ କରି ପାରିନି । ଏହି ଫିଲ୍ମ ଏତେଟା ପ୍ରତିଯୋଗିତାର ସମ୍ମୁଖୀନ ହୋଇନାହିଁ । ରିଲିଜ୍‌ର ଅଷ୍ଟମ ଦିନରେ ପ୍ରାୟ 3 କୋଟି ଟଙ୍କାର ବ୍ୟବସାୟ କରିଛି । ଅଧିକ ପଢନ୍ତୁ

ଫିଲ୍ମ ଭୋଲା  ଅଷ୍ଟମ ଦିନର ସଂଗ୍ରହ ପ୍ରାୟ 3 କୋଟି ଟଙ୍କା

ହାଇଦ୍ରାବାଦ: ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଫିଲ୍ମ 'ଭୋଲା' ରିଲିଜର 8ମ ଦିନରେ ପହଞ୍ଚିଛି । ଫିଲ୍ମ ରିଲିଜର ଅଷ୍ଟମ ଦିନର 3 କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମକୁ ଏତେଟା ପ୍ରତିଯୋଗିତା ମିଳିନଥିଲେ ସୁଦ୍ଧା ଆଶାତୀତ ବ୍ୟବସାୟ କରି ପାରିନି । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଆଶାଠାରୁ କମ୍ ରହିଛି । ଭୋଲା ପ୍ରଥମ ସପ୍ତାହରେ 56.8 କୋଟି ବ୍ୟବସାୟ କରିଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମଟି ବକ୍ସ ଅଫିସରେ 59.68 କୋଟି ଟଙ୍କା ଆୟ କରିଛି।

ଭୋଲା ସିନେମାହଲରେ ପ୍ରଥମ ଦିନରେ (ଗୁରୁବାର) 11.20 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମଟି ବ୍ୟବସାୟ କରି ପାରିନଥିଲେ ସୁଦ୍ଧା ପରେ ତୃତୀୟ ଏବଂ ଚତୁର୍ଥ ଦିନରେ ଭଲ ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନ (ଶୁକ୍ରବାର) ଦିନ 7.40 କୋଟି, ତୃତୀୟ ଦିିନ (ଶନିବାର ଦିନ) 12.20 କୋଟି ଏବଂ (ରବିବାର ଦିନ)13.48 କୋଟି ରୋଜଗାର କରିଥିଲା । ବର୍ତ୍ତମାନ ଏହି ଫିଲ୍ମଟି ବକ୍ସ ଅଫିସରେ 59.68 କୋଟି ଟଙ୍କା ଆୟ କରିଛି । ତେବେ ଦ୍ୱିତୀୟ ସପ୍ତାହ ଶେଷରେ ଭୋଲାର ଆୟ ଉପରେ ନଜର ରହିବ । କାରଣ ଏପ୍ରିଲ୍ 21ରେ ସଲମାନ ଖାନଙ୍କ 'କିସି କା ଭାଇ କି କି କି ଜାନ' ରିଲିଜ ହେବା ପୂର୍ବରୁ ଫିଲ୍ମଟି ଭଲ ଆୟ କରିପାରେ । ଏଣୁ ଫିଲ୍ମର ଆୟ ବଢିପାରେ ବୋଲି ଆଶା କରାଯାଉଛି ।

ସେପଟେ ଭୋଲା ରିଲିଜ ଦିନ ସାଉଥ ସିପରଷ୍ଟାର ନାନୀଙ୍କ ଅଭିନୀତ ଫିଲ୍ମ ଦଶରା ରିଲିଜ କରିଥିଲା । ଯାହା ଭୋଲାକୁ ପଛରେ ପକାଇ ବର୍ତ୍ତମାନ 100 କୋଟି କ୍ଲବରେ ସାମିଲ ହୋଇଛି । ପୃଥ୍ୱୀ ଏବଂ 'ତୁ ଝୁଟି ମେ ମକ୍କାର' (TJMM) ପରେ ଭୋଲା 2023ର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ । ସେହିପରି ବକ୍ସ ଅଫିସରେ ପଠାନ ମୋଟ 500 କୋଟିରୁ ଅଧିକ ଆୟ କରିଥିବା ବେଳେ ଟିଜେଏମ୍ଏମ୍ 130 କୋଟିରୁ ଅଧିକ ମୋଟ୍ ରୋଜଗାର କରିବାରେ ସଫଳ ହୋଇଛି ।

ଅଜୟ ଦେବଗନଙ୍କ ଦୃଶ୍ୟମ୍ 2 ଭଲ ପ୍ରଦର୍ଶନ କରି ଅଧିକ ଆୟ କରିବାରେ ସଫଳ ହୋଇଥିଲା। ଫିଲ୍ମଟି 2022ର ହିଟ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ଥିଲା । ଭୋଲା ପ୍ରଥମ ସପ୍ତାହରେ 104 କୋଟିରୁ ଅଧିକ ଟଙ୍କା ଅତିକ୍ରମ କରିଥିବା ଦୃଶ୍ୟମ-2 ଠାରୁ ବହୁ ପଛରେ ରହିଛି । ଦୃଶ୍ୟମ-୨ ଏବଂ ଭୋଲା ଉଭୟ ରିମେକ୍ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ବକ୍ସ ଅଫିସ୍ କଲେକ୍ସନ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.