ETV Bharat / entertainment

Bholaa Box Office Collection: ଚାଲିଛି ଭୋଲାର ଯାଦୁ, ପଞ୍ଚମ ଦିନ ସୁଦ୍ଧା କଲାଣି ଏତିକି ଆୟ

author img

By

Published : Apr 4, 2023, 12:41 PM IST

ମାର୍ଚ୍ଚ 30 ରିଲିଜ୍ ଭୋଲା, ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ବକ୍ସ ଅଫିସରେ ନିଜର ରାଜତ୍ୱ ଜାରି ରଖିଛି । ଫିଲ୍ମ ରିଲିଜର 5ଦିନରେ ବକ୍ସ ଅଫିସ କଲେକ୍ସନ 50 କୋଟି ନିକଟତର । ଅଧିକ ପଢନ୍ତୁ,

5ଦିନରେ ଭୋଲା ବକ୍ସ ଅଫିସ କଲେକ୍ସନ 50କୋଟି ପାଖାପାଖି କଲାଣି

ହାଇଦ୍ରାବାଦ: ଅଭିନେତା-ନିର୍ଦ୍ଦେଶକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ଭୋଲା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଗତ ଗୁରୁବାର ରାମ ନବମୀ ଅବସରରେ ଫିଲ୍ମଟି ରିଲିଜ ହେବା ପରେ ବର୍ତ୍ତମାନ ସୁଦ୍ଧା 44.28 କୋଟି ଟଙ୍କା ରୋଜଗାର କରିବାରେ ସଫଳ କରିଛି । ଫିଲ୍ମଟି ସୋମବାର ଦିନ ମଧ୍ୟ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା । ସପ୍ତାହର ପ୍ରଥମ ସୋମବାରରେ ଭୋଲା 5 କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ 49 କୋଟି ଟଙ୍କା ହୋଇଥିଲା । ଆଜି ଫିଲ୍ମଟି 50 କୋଟି ପାର୍‌ କରିବା ନେଇ ଆଶା କରାଯାଇଛି ।

  • #Bholaa puts up a healthy score in its *extended* 4-day weekend… The spike on Sat and Sun added strength to its overall total… Thu 11.20 cr, Fri 7.40 cr, Sat 12.20 cr, Sun 13.48 cr. Total: ₹ 44.28 cr. #India biz.#Bholaa needs to maintain the momentum over weekdays… In fact,… pic.twitter.com/RQKL7quyrq

    — taran adarsh (@taran_adarsh) April 3, 2023 " class="align-text-top noRightClick twitterSection" data=" ">

ନିକଟରେ ରିଲିଜ କରିଥିବା ଫିଲ୍ମ ଭୋଲା ଭଲ ପ୍ରଦର୍ଶନ କରିବା ସହ ବକ୍ସ ଅଫିସରେ ଭଲ କଲେକ୍ସନ କରିବାରେ ମଧ୍ୟ ସଫଳ ହେଉଛି । ଫିଲ୍ମ ଭୋଲା ପ୍ରଥମ ଦିନ ଟିକେଟ୍ ବିକ୍ରି କରି 11.20 କୋଟି ଟଙ୍କା ରୋଜଗାର କରିଥିଲା । ତା’ପରେ ଶୁକ୍ରବାର ଦିନ 7.40 କୋଟି, ଶନିବାର ଦିନ 12.20 କୋଟି ଏବଂ ରବିବାର ଦିନ 13.48 କୋଟି ରୋଜଗାର କରିଥିଲା । ସେହିପରି ସୋମବାରରେ ଭୋଲା ଆଉ 5 କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ 49 କୋଟି ଟଙ୍କା ହୋଇଛି । ତେବେ ଆଜି ଫିଲ୍ମ 50 କୋଟି ଟଙ୍କା ଅତିକ୍ରମ କରିବ ବୋଲି ଜଣାପଡିଛି ।

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ, ଫିଲ୍ମ ଭୋଲା ସପ୍ତାହ ଶେଷରେ ଭଲ ପ୍ରଦର୍ଶନ କରିଛି । ଶନିବାର ଏବଂ ରବିବାର ଅଧିକ ରୋଜଗାର କରି କଲେକ୍ସନ ବୃଦ୍ଧି କରିବାରେ ସଫଳ ହୋଇଛି । ଗୁରୁବାର 11.20 କୋଟି, ଶୁକ୍ରବାର ଦିନ 7.40 କୋଟି, ଶନିବାର ଦିନ 12.20 କୋଟି ଏବଂ ରବିବାର ଦିନ 13.48 କୋଟି ରୋଜଗାର କରିଥିଲା । ସପ୍ତାହ ଶେଷରେ ମୋଟ 44.28 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ତେବେ ଏହି ସପ୍ତାହରେ ମଧ୍ୟ ଭୋଲା ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଥିବା ତରଣ ଆଦର୍ଶ କହିଛନ୍ତି । କାରଣ ଇଦ୍‌ରେ ସଲମାନ ଖାନଙ୍କ କିସି କା ଭାଇ କିସି କି ଜାନ ଫିଲ୍ମ ଆସିବା ପର୍ଯ୍ୟନ୍ତ କୌଣସି ବଡ଼ ଫିଲ୍ମ ରିଲିଜ୍ ହେବ ନାହିଁ । ଏଣୁ ଭୋଲା ଭଲ ରୋଜଗାର କରିପାରେ ବୋଲି ଆଶା କରାଯାଉଛି ।

ତରଣ ଆଦର୍ଶ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଲା ଏହି ସପ୍ତାହରେ ମଧ୍ୟ ଭଲ ପ୍ରଦର୍ଶନ ବଜାୟ ରଖିବା ଆବଶ୍ୟକ । ମହାବୀର ଜୟନ୍ତୀ ଏବଂ ଶୁକ୍ର [ଗୁଡଫ୍ରାଇଡେ] ଅର୍ଥାତ୍ ଏହି ଛୁଟିଦିନରେ ଫିଲ୍ମ ଏହାର ଫାଇଦା ଉଠାଇପାରେ ବୋଲି କୁହାଯାଉଛି । ଏଥିସହ ଫିଲ୍ମ ଇଦ୍‌ରେ ସଲମାନ ଖାନଙ୍କ କିସି କା ଭାଇ କିସି କି ଜାନ ଫିଲ୍ମ ଆସିବା ପର୍ଯ୍ୟନ୍ତ ଭଲ ବ୍ୟବସାୟ କରିପାରେ ବୋଲି କହିଛନ୍ତି ।

ସୂଚନା ଥାଉ କି, 'ଭୋଲା' ହେଉଛି ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ । ଏଥିସହ ଏହି ଫିଲ୍ମଟି ଅଜୟ ଦେବଗନ୍ ଫିଲ୍ମ, ଟି-ସିରିଜ୍ ଫିଲ୍ମ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଡ୍ରିମ୍ ୱାରିଅର୍ ପିକ୍ଚର୍ସ ଦ୍ବାରା ନିର୍ମିତ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କ ସହ ଅଭିନେତ୍ରୀ ତବୁ, ଦୀପକ ଡୋବ୍ରିଆଲ, ସଞ୍ଜୟ ମିଶ୍ର, ଗଜରାଜ ରାଓ ଏବଂ ଭିନୀତ କୁମାର ମଧ୍ୟ ଅଭିନୟ କରିଛନ୍ତି । ତେଣୁ ଏହି ଚଳଚ୍ଚିତ୍ରଟି ଦୋଷୀଙ୍କର କାହାଣୀକୁ ନେଇ ଗତିଶୀଳ । ଯିଏକି ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ନିଷ୍ପତ୍ତି ନିଏ ଓ ଫିଲ୍ମଟି ବହୁ ରୋଚକ ମୋଡରେ ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.