ହାଇଦ୍ରାବାଦ: ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ଭୋଲାର ସଫଳତା ଏବଂ ଆୟ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ଏହାରି ମଧ୍ୟରେ ଦର୍ଶକଙ୍କୁ ଆକର୍ଷିତ କରି ବକ୍ସ ଅଫିସରେ ରବିବାର ଫିଲ୍ମର ଆୟ 70 କୋଟି ଅତିକ୍ରମ କରିଛି । ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଫିଲ୍ମ ଏହି ଫିଲ୍ମ ମାର୍ଚ୍ଚ 30ରେ ରିଲିଜ ହୋଇଥିଲା । ରିଲିଜ ହେବାର ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ ସପ୍ତାହରେ 44 କୋଟି ଟଙ୍କା ଆୟ କରିଥିଲା । ତେବେ ଫିଲ୍ମଟି ଏବେ 70 କୋଟି ଅତିକ୍ରମ କରିବା ଦେଖି ପୁଣି ଫିଲ୍ମର ସଫଳତାକୁ ନେଇ ଏକ ଆଶାତିତ ସଫଳତା ଆଣିବ ବୋଲି ମନେ ହେଉଛି ।
ମାର୍ଚ୍ଚ 30ରେ ଭୋଲାର ପ୍ରିମିୟରରେ ଉଭୟ ଦର୍ଶକ ଏବଂ ସମାଲୋଚକ ଭଲ ପ୍ରତିକ୍ରିୟା ଦେଇଥିଲା । 2023ର ବହୁ ପ୍ରତୀକ୍ଷିତ ରିଲିଜ୍ ମଧ୍ୟରୁ ଏହି ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା । ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିବା ସହ 44 କୋଟି ଟଙ୍କା ଆୟ କରିଥିଲା । ସେହିପରି ଦ୍ବିତୀୟ ସପ୍ତାହ ଶେଷରେ ଭୋଲା 70 କୋଟି ଟଙ୍କାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । 11 ଏପ୍ରିଲ 9 ଦିନରେ ଫିଲ୍ମଟି 2.25 କୋଟି ଟଙ୍କା ବ୍ୟବସାୟ କରିଛି । ଫଳସ୍ବରୂପ, ଏହାର ମୋଟ ବକ୍ସ ଅଫିସ୍ କଲେକ୍ସନ ବର୍ତ୍ତମାନ 75.20 କୋଟି ଟଙ୍କା ରହିଛି ।
ସୂଚନା ଥାଉ କି, ମି ଅର ହମ୍, ଶିବ, ଏବଂ ମୈଦୈଙ୍କ ପରେ ଭୋଲାରେ ଅଜୟ ଦେବଗନଙ୍କର ଚତୁର୍ଥ ଫିଲ୍ମର ନିର୍ଦ୍ଦେଶକ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଲୋକେଶ କାନାଗରାଜଙ୍କ କୈଥୀଙ୍କ ରିମେକ୍ ଅଟେ । ଏଥିସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କ ସହ ଅଭିନେତ୍ରୀ ତବୁ, ଦୀପକ ଡୋବ୍ରିଆଲ, ସଞ୍ଜୟ ମିଶ୍ର, ଗଜରାଜ ରାଓ ଏବଂ ଭିନୀତ କୁମାର ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମଟି ଦୋଷୀଙ୍କର କାହାଣୀକୁ ନେଇ ଗତିଶୀଳ ।
ଯିଏକି ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ନିଷ୍ପତ୍ତି ନିଏ ଓ ଫିଲ୍ମଟି ବହୁ ରୋଚକ ମୋଡରେ ଶେଷ ହୋଇଛି । ସେପଟେ ଇଦ୍ରେ ସଲମାନ ଖାନଙ୍କ କିସି କା ଭାଇ କିସି କି ଜାନ ଫିଲ୍ମ ଆସିବା ପର୍ଯ୍ୟନ୍ତ କୌଣସି ବଡ଼ ଫିଲ୍ମ ରିଲିଜ୍ ହେବ ନାହିଁ । ଏଣୁ ଫିଲ୍ମଟି ଏବେ 70 କୋଟି ଅତିକ୍ରମ କରିଥିବା ବେଳେ ଆଗକୁ ମଧ୍ୟ ଆହୁରି ଅଧିକ ରୋଜଗାର କରିପାରେ ବୋଲି ଆଶା କରାଯାଉଛି ।