ETV Bharat / entertainment

ଭାରତ ରଙ୍ଗ ମହୋତ୍ସବରେ ମଞ୍ଚସ୍ଥ ହେବ ୫ଟି କାଳଜୟୀ ନାଟକ - ସମରେଶ ରାଉତରାୟ ଅଭିନେତା

ଭୁବନେଶ୍ଵରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ରଙ୍ଗ ମହୋତ୍ସବ । ଏହି ମହୋତ୍ସବରେ ୫ଟି କାଳଜୟୀ ନାଟକ ମଞ୍ଚସ୍ଥ ହେବ । ଅଧିକ ପଢନ୍ତୁ

ଭାରତ ରଙ୍ଗ ମହୋତ୍ସବରେ ମଞ୍ଚସ୍ଥ ହେବ ୫ଟି କାଳଜୟୀ ନାଟକ

author img

By

Published : Jul 20, 2022, 10:54 PM IST

ଭୁବନେଶ୍ୱର: ଭୁବନେଶ୍ଵରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ରଙ୍ଗ ମହୋତ୍ସବ । ଏହି ମହୋତ୍ସବରେ ୫ଟି କାଳଜୟୀ ନାଟକ ମଞ୍ଚସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫେଷ୍ଟିଭାଲ କଣ୍ଡକ୍ଟର ସୁମନ ବୈଦ୍ୟ । ଦେଶର ୧୦ ଟି ଭାଷାର ପାଖାପାଖି ୮୦୦ କଳାକାର ଏହି ନାଟକରେ ସାମିଲ ହୋଇଛନ୍ତି । ୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ ଅବସରରେ ଓଡିଶାର ଭୁବନେଶ୍ୱର ସମେତ ଦେଶର ୫ଟି ରାଜ୍ୟ ର ବିଭିନ୍ନ ସହରମାନଙ୍କରେ ନାଟକ ପରିବେଷଣ କାର୍ଯ୍ୟକ୍ରମ କରାଯାଉଛି । ୧୬ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭୁବନେଶ୍ୱରର କିଟ୍ କ୍ୟାମ୍ପସ ୬ ଅଡିଟୋରିୟମ ପରିସରରେ ନାଟକ ପରିବେଷଣ ହେବ । ଏହା ପ୍ରତ୍ୟେକ ସଂଧ୍ୟା ୬.୩୦ରେ ନାଟକ ପରିବେଷଣ ହେବ ଓ ଏଥିପାଇଁ ପ୍ରବେଶ ନିଶୁଳ୍କ ରହିଛି । ଭୁବନେଶ୍ୱର ଠାରେ ୨୧ ଜୁଲାଇ ପ୍ରଥମ ସଂଧ୍ୟାରେ ମହାସଂଗ୍ରାମର ମହାନାୟକ (ବକ୍ସି ଜଗବନ୍ଧୁ) ଉଦଘାଟନ ହେବ ।

ଭୁବନେଶ୍ଵରରେ ଭାରତ ରଙ୍ଗ ମହୋତ୍ସବ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଲିଖିତ ଏହି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ବର୍ଷିୟାନ ମଂଚ ନିର୍ଦ୍ଦେଶକ ତଥା ଅଭିନେତା ଧୀର ମଲ୍ଲିକ । ଭୁବନେଶ୍ୱର ଶତାବ୍ଦୀର କଳାକାରମାନେ ଏଥିରେ ଅଭିନୟ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ୫ଟି ନାଟକ ପରିବେଷିିତ ହେବାକୁ ଥିବା ବେଳେ ପ୍ରଥମ ଦିନ ଓଡିଆ ନାଟକ, ଦ୍ୱିତୀୟ ଦିନ ଆସାମ ନାଟକ, ତୃତୀୟ ଦିନ ବେଙ୍ଗଲ, ଚତୁର୍ଥ ଦିନ ଆସାମ ଓ ପଞ୍ଚମ ଦିନ ପୁନର୍ବାର ଓଡିଆ କଳାକାରଙ୍କ ଅଜୟ କଳାକୃତି ପରିବେଷିତ ହେବ । ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକ ଯୋଗଦେଇ ସ୍ୱାଧିନତା ସମ୍ପର୍କିତ ନାଟକ ଦେଖିବାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ସୁମନ ବୈଦ୍ୟ । ଅନ୍ଯପଟେ ଅଭିନେତା ସମରେଶ ରାଉତରାୟ ଓ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ସ୍ୱାଧିନତାର ୭୨ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସାରା ଦେଶରେ ସଂସ୍କୃତି ମନ୍ତ୍ରଣାଳୟ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛି । ଚଳିତ ମହୋତ୍ସବରେ ସଂସ୍କୃତି ବିଭାଗ ସହ ଯୋଡି ହୋଇଛି ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ ଡ୍ରାମା)। ଉଭୟଙ୍କ ମିଳିତ ସହଯୋଗରେ ସାରା ଦେଶରେ ସ୍ୱତନ୍ତ୍ରତା ଉପରେ ଆଧାରିତ ୩୦ଟି ନାଟକ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ନାଟକ ମାଧ୍ୟମରେ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ କରୋନାରେ ପ୍ରଭାବିତ କଳାକାରଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଏକ ସୁଯୋଗ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.