ହାଇଦ୍ରାବାଦ: ବଲିଉଡର 'ବାଦଶାହ' ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ରିଲିଜ୍କୁ ଲକ୍ଷ ଲକ୍ଷ ଫ୍ୟାନ୍ସ ଅପେକ୍ଷା କରିଛନ୍ତି, କିନ୍ତୁ ଏହାପୂର୍ବରୁ କିଙ୍ଗ ଖାନ୍ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଶାହରୁଖ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ଅଭିନୀତ ଫିଲ୍ମ 'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ଡିସେମ୍ବର 12ରେ ମୁକ୍ତିଲାଭ କରିଛି । ଶାହାରୁଖ ନିଜେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ଯେ ଫିଲ୍ମର ପ୍ରଥମ ଗୀତ ଡିସେମ୍ବର 12ରେ ମୁକ୍ତିଲାଭ କରିବ । ଏହି ଗୀତଟିକୁ ପ୍ରସିଦ୍ଧ ସଂଗୀତକାର ବିଶାଲ-ଶେଖରଙ୍କ ଯୋଡି ପ୍ରସ୍ତୁତ କରିଛନ୍ତି । ଏହି ଗୀତରେ ଶାହାରୁଖ-ଦୀପିକା ଧମାଲ କରିଛନ୍ତି ।
- " class="align-text-top noRightClick twitterSection" data="">
ଆଜି (ଡିସେମ୍ବର 12) ସକାଳ 11ଟା ସମୟରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଅଭିନୀତ ପଠାନର ପ୍ରଥମ ରୋମାଣ୍ଟିକ ଗୀତ 'ବେଶରମ୍ ରଙ୍ଗ' ମୁକ୍ତିଲାଭ କରିଛି । ଏହି ଗୀତରେ ଦୀପିକା ପାଦୁକୋନଙ୍କ ସିଜଲିଙ୍ଗ ଅବତାର ଦେଖିବାକୁ ମିଳିଛି । ଗୀତରେ ଦୀପିକା ହଟ ବିକିନି ଏବଂ ମୋନୋକିନି ପିନ୍ଧିଥିବାର ନଜର ଆସିଛନ୍ତି । ଏଥି ସହିତ ଶାହରୁଖ ଖାନଙ୍କୁ ମଧ୍ୟ ତାଙ୍କ କୁଲ୍ ଅନ୍ଦାଜରେ ଦେଖିବାକୁ ମିଳୁଛି । ଏହି ଗୀତକୁ ଶିଳ୍ପା ଏବଂ କୁମାର ଗାଇଛନ୍ତି । ସଙ୍ଗୀତରେ ସଜାଇଛନ୍ତି ବିଶାଲ-ଶେଖର । ଗୀତରେ ଦୀପିକା ଏବଂ ଶାହାରୁଖ ଖାନଙ୍କ ଯୋଡି ଜବରଦସ୍ତ ରହିଛି ।
କେବେ ମୁକ୍ତିଲାଭ କରିବ 'ପଠାନ୍' ?
ଚାରି ବର୍ଷ ପରେ ଶାହାରୁଖ ଖାନ ତାଙ୍କ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ । ଶାହାରୁଖଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜିରୋ' (2018)ରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ଏବଂ ଏହା ପରେ ଶାହରୁଖ ଏକ ବିରତି ନେଇଥିଲେ ।
ବର୍ତ୍ତମାନ ଶାହାରୁଖ ଖାନ ଫିଲ୍ମ 'ପଠାନ' ସହିତ ବଡ ପରଦାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଏହି ଚଳଚ୍ଚିତ୍ରଟି 25 ଜାନୁଆରୀ 2023ରେ ବିଶ୍ବବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ୟଶ ରାଜ ବ୍ୟାନରରେ ନିର୍ମିତ ଏବଂ ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ।