ETV Bharat / entertainment

The Vaccine War: ସ୍ପେଶାଲ ସ୍କ୍ରିନିଂରେ ସାମିଲ ହେଲେ ସୁଧା ମୂର୍ତ୍ତୀ, କହିଲେ ଆମେ ଭାରତୀୟ ବୋଲି ଗର୍ବିତ - ସୁଧା ମୂର୍ତ୍ତୀ

ଖୁବଶୀଘ୍ର ରିଲିଜ ହେବେ ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମ 'ଦ ଭ୍ୟାକ୍ସିନ ୱାର'। ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏଥିରେ ଲେଖକ ତଥା ଇନଫୋସିସ୍ ଚେୟାରମ୍ୟାନ୍ ସୁଧା ମୂର୍ତ୍ତୀଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସମାରୋହରେ ସୁଧା ମୂର୍ତ୍ତି ଫିଲ୍ମର ପ୍ରଶଂସା କରିଛନ୍ତି। ଅଧିକ ପଢନ୍ତୁ,

The Vaccine War: ସ୍ପେଶାଲ ସ୍କ୍ରିନିଂରେ ସାମିଲ ହେଲେ ସୁଧା ମୂର୍ତ୍ତୀ, ଫିଲ୍ମ ସହ ନିର୍ଦ୍ଦେଶକଙ୍କ କଲେ ପ୍ରଶଂସା

author img

By ETV Bharat Odisha Team

Published : Sep 19, 2023, 2:20 PM IST

ହାଇଦ୍ରାବାଦ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ ୱାର' ହେଉଛି ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ । ଯାହାକି 2020 ଏବଂ 2021ରେ ପ୍ରଭାବିତ କୋରୋନା ଭାଇରସ୍ ଲଢ଼େଇ ପାଇଁ ପ୍ରସ୍ତୁତ କୋରୋନା ଟିକା ଉପରେ ଆଧାରିତ । ଏହି ଟିକା ତିଆରି କରିବାରେ ଭାରତର ଭୂମିକାକୁ ଫିଲ୍ମରେ ଦର୍ଶାଯାଇଛି । ତେବେ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ନିର୍ମାତା ଏକ ସ୍ପେଶାଲ୍‌ ସ୍କ୍ରିନିଂର ଆୟୋଜନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଲେଖକ ତଥା ଇନଫୋସିସ୍ ଚେୟାରମ୍ୟାନ୍ ସୁଧା ମୂର୍ତ୍ତୀ । ସେ ଏହି ଫିଲ୍ମ ଦେଖିବା ପରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ଗତକାଲି(ସେପ୍ଟେମ୍ବର 18)ରେ ଫିଲ୍ମର ନିର୍ମାତାମାନେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ । ଯେଉଁଥିରେ ଇନଫୋସିସ୍ ଅଧ୍ୟକ୍ଷ ତଥା ଲେଖକ ସୁଧା ମୂର୍ତ୍ତୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ତେବେ ଏହି ସମାରୋହରେ ସେ ଯୋଗ ଦେଇ ଫିଲ୍ମର ପ୍ରଶଂସା କରି କହିଛନ୍ତି, "ସାଧାରଣ ଲୋକମାନେ COVAXIN କ’ଣ ବୁଝିପାରିବେ ନାହିଁ । କିନ୍ତୁ ଏହି ଚଳଚ୍ଚିତ୍ରଟି ତାହାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ଏହା କେବଳ କାମ ନୁହେଁ । ଏହା ବୈଜ୍ଞାନିକମାନଙ୍କ ଦ୍ବାରା ହୋଇଥିବା ନିଃସ୍ୱାର୍ଥପର କାର୍ଯ୍ୟ । ସେମାନେ ଏଥିରେ ସର୍ବାଧିକ ସମୟ ଅତିବାହିତ କରିଛନ୍ତି । ତାଙ୍କରି ଅଦମ୍ୟ ସାହାସ ଏବଂ ପ୍ରଚେଷ୍ଟା ବଳରେ ଭାରତ ଏହି ମହାମୀରୀ ଲଢ଼ିବାକୁ ସକ୍ଷମ ହୋଇଥିଲା । ଏଣୁ ଆମେ ଗର୍ବିତ ମନେ କରିବା ଦରକାର ଯେ ଆମେ ହେଉଛୁ ଭାରତୀୟ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଜଣେ ମହିଳାଙ୍କ ପାଇଁ ସବୁକିଛି ପରିଚାଳନା କରିବା ବହୁତ କଷ୍ଟକର ହୋଇଥାଏ । ସେମାନଙ୍କୁ ଘର ସହ ନିଜ କ୍ୟାରିୟରରକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ମୁଁ ସବୁବେଳେ କହୁଛି ଯେ କୌଣସି ସଫଳ ମହିଳାଙ୍କ ପଛରେ ଜଣେ ବୁଝାମଣା ପୁରୁଷ ରହିଥାନ୍ତି । ଜଣେ ମହିଳା ଜୀବନରେ କିଛି ହାସଲ କରିବା ପାଇଁ ପରିବାରର ସମର୍ଥନ ରହିବା ଆବଶ୍ୟକ । ଯେକୌଣସି କ୍ଷେତ୍ରରେ କିଛି କରିବାକୁ ଆମ ପାଇଁ ସମ୍ଭବପର ହୋଇଥାଏ । ଆମକୁ କେବଳ ଏହାକୁ ଚିହ୍ନିବା ଆବଶ୍ୟକ । ଆମର ପ୍ରକୃତ ଧନ ହେଉଛି ଆମର ଆତ୍ମବିଶ୍ୱାସ । ଏଣୁ ନିଷ୍ଠାପର ଭାବେ କାମ କର।"

  • Was fortunate enough to watch the screening today in Bengaluru. Wonderful movie that talks about how Bharat has arrived and how its Narishakti is leading the charge from the front. Dhanyawad Vivek ji and #PallaviJoshi ji for making a movie on this very important subject. 🙏🙏 https://t.co/JloWFV5Nrs

    — Yogesh (@sharmay) September 18, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମର ଟ୍ରେଲର ରିଲିଜ, ଏମିତି ପ୍ରସ୍ତୁତ ହୋଇଥିଲା କୋରୋନା ଟିକା

ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ତାଙ୍କ ସହ ଆଲୋଚନାରେ ଜଡିତ ଥିବା ଏକ ଫଟୋ ସେୟାର କରି ସ୍କ୍ରିନିଂରେ ଉପସ୍ଥିତି ପାଇଁ ସୁଧା ମୂର୍ତ୍ତୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏବଂ କ୍ୟାପସନରେ୍ ଲେଖିଛନ୍ତି, "ସୁଧା ମୂର୍ତ୍ତି ଜି ଦ ଭ୍ୟାକ୍ସିନ ୱାରର ସ୍କ୍ରିନିଂରେ ଆପଣଙ୍କ ପ୍ରେରଣାଦାୟକ ଶବ୍ଦ ପାଇଁ ଧନ୍ୟବାଦ ।" ସୂଚନା ଥାଉ କି, ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ପଲ୍ଲବୀ ଯୋଶୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଦ ଭ୍ୟାକ୍ସିନ୍ ୱାରର ଟ୍ରେଲର 12 ସେପ୍ଟେମ୍ବରରେ ରିଲିଜ ହୋଇଥିବା ବେଳେ ଫିଲ୍ମ 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ, ନାନା ପାଟେକର, ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.