ETV Bharat / entertainment

HBD Naseeruddin Shah: ଚେହେରା ପାଇଁ ଗର୍ଲଫ୍ରେଣ୍ଡ କରିଥିଲେ ବ୍ରେକଅପ୍‌ - ନାସିରୁଦ୍ଦିନ ଶାହ ଜାତୀୟ ପୁରସ୍କାର

72 ବର୍ଷରେ ପାଦ ଦେଲେ ଅଭିନେତା ନାସିରୁଦ୍ଦିନ ଶାହ । ତାଙ୍କ ଜନ୍ମଦିନରେ ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆପଣଙ୍କୁ କହିବୁ କିଛି ଅଜଣା କଥା । ଅଧିକ ପଢନ୍ତୁ

ହିରୋ ପରି ଦେଖାଯାଉନଥିଲେ ନାସିରୁଦ୍ଦିନ, ପ୍ରଥମ ଫିଲ୍ମରେ ଏମିତି ମିଳିଥିଲା କାମ

author img

By

Published : Jul 20, 2022, 11:14 AM IST

ହାଇଦ୍ରାବାଦ: ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା 1950 ଜୁଲାଇ 20ରେ ଜନ୍ମଗ୍ରହଣ କରିଥିଲେ । ବଲିଉଡ ଅଭିନେତାଙ୍କ ମଧ୍ୟରୁ ନାସିରୁଦ୍ଦିନ ଶାହା ଅନ୍ୟତମ, ଯିଏକି ଭିନ୍ନ ଅଭିନୟ ପାଇଁ ଜଣାଶୁଣା । ସରଳ ଚେହେରା ଥିବା 72 ବର୍ଷୀୟ ନାସିରୁଦ୍ଦିନ ଶାହା ଚଳଚ୍ଚିତ୍ର ଜଗତରେ ସେହି ସ୍ଥାନ ହାସଲ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଅଟେ । ନାସିରୁଦ୍ଦିନ ଶାହା କେବଳ ବଲିଉଡରେ ଅଭିନୟ ପାଇଁ ନୁହେଁ ବରଂ କହିବା ଶୈଳୀ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା ।

ନାସିରୁଦ୍ଦିନ ଶାହା 1975 ମସିହାରେ ଫିଲ୍ମ 'ନିଶାନ୍ତ' (Nishant) ରୁ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଛୋଟ ଥିଲା, କିନ୍ତୁ ଏହି ଚରିତ୍ର ହିଁ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ପାଇଁ ରାସ୍ତା ଖୋଲିଦେଇଥିଲା ​​। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ସ୍ମିତା ପାଟିଲ, ଶବାନା ଆଜମୀ ଏବଂ ଅମରେଶ ପୁରୀ ପ୍ରମୁଖ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ର ପରେ ସେ 'ମନ୍ଥନ', 'ଭୂମିକା', 'ସ୍ପର୍ଶ' ଏବଂ 'ଜୁନୁନ୍' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ନାସିର ସାହାବ ତାଙ୍କ କ୍ୟାରିୟରରେ ଅନେକ ଆକର୍ଷଣୀୟ ଚରିତ୍ର ନିଭାଇଛନ୍ତି ।

ନାସିରୁଦ୍ଦିନ ହିରୋ ପରି ଦେଖାଯାଉନଥିଲେ !

ଚଳଚ୍ଚିତ୍ର କରିବା ପୂର୍ବରୁ ନାସିରୁଦ୍ଦିନ ଶାହାଙ୍କର ଜଣେ ଗର୍ଲଫ୍ରେଣ୍ଡ ଥିଲେ କିନ୍ତୁ ସେ ଏହା କହିକି ତାଙ୍କ ସହ ବ୍ରେକଅପ୍‌ କରିଥିଲେ କି, ସେ ହିରୋ ଭଳି ଦେଖାଯାଉନାହାନ୍ତି । ତେବେ ହିରୋ ଭଳି ଦେଖାଯାଉ ନଥିବାରୁ ତାଙ୍କୁ ଫିଲ୍ମ 'ନିଶାନ୍ତ'ରେ ଏକ ଚରିତ୍ର ମିଳିଥିଲା । ନାସିର ପରଦାରେ ଯେତିକି ଶାନଦାର ଚରିତ୍ର ନିଭାଇଛନ୍ତି, କିଛି ଏମିତି ହିଁ ରୋଚକ କାହାଣୀ ତାଙ୍କ ବ୍ୟକ୍ତିଗତ ଜୀବନ ଦେଖିବାକୁ ମିଳିଛି ।

ଏହି ଚଳଚ୍ଚିତ୍ର ପାଇଁ ମିଳିଛି ଜାତୀୟ ପୁରସ୍କାର

'ସ୍ପର୍ଶ' ଏବଂ 'ପାର' ଭଳି ଚଳଚ୍ଚିତ୍ର ପାଇଁ ନାସିରୁଦ୍ଦିନ ଶାହା ଜାତୀୟ ପୁରସ୍କାର ଲାଭ କରିଥିଲେ । କେବଳ ଏତିକି ନୁହେଁ ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ନାସିରୁଦ୍ଦିନ ଶାହାଙ୍କ ପତ୍ନୀଙ୍କ ନାମ ରତ୍ନା ପାଠକ । ସେମାନଙ୍କ ପିଲାମାନଙ୍କର ନାମ ହେଉଛି ହାବା ଶାହା, ଭିଭାନ୍ ଶାହା ଏବଂ ଇମାଦ୍ ଶାହା । ନାସିରୁଦ୍ଦିନ ଶାହା କେବଳ ଫିଲ୍ମ କରିନାହାଁନ୍ତି ବରଂ 'ମିର୍ଜା ଗାଲିବ' ଏବଂ 'ଭାରତ ଏକ ଖୋଜ' ଭଳି ସୋ ସହିତ ଅନେକ ଟିଭି ସୋ ମଧ୍ୟ କରିଛନ୍ତି ।

ନାସିରୁଦ୍ଦିନ ଶାହାଙ୍କ ଏଜୁକେସନ କ୍ୟାରିଅର

ନାସିରୁଦ୍ଦିନ ଶାହା ଉତ୍ତରପ୍ରଦେଶର ବାରାବାଙ୍କି ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ନାସିରୁଦ୍ଦିନ ଶାହା ଦିଲ୍ଲୀର ନ୍ୟାସନାଲ ସ୍କୁଲ ଡ୍ରାମା ଏବଂ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ତାଲିମ ନେବା ଆରମ୍ଭ କରିଥିଲେ । ଏହାପରେ ବଲିଉଡ ପାଇଁ ସାଜିଥିଲେ ଆଶୀର୍ବାଦ । ଆଉ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ।

ଆଜି 72 ବୟସରେ ପାଦ ଦେଇଛନ୍ତି ନାସିରୁଦ୍ଦିନ ଶାହ। ତାଙ୍କ ଜନ୍ମ ଦିନରେ ଇଟିଭି ଭାରତ ପରିବାର ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.