ETV Bharat / entertainment

Avatar-2 Trailer: ଆସିଲା ଅବତାର 2 ଫିଲ୍ମର ଧମାକାଦାର ଟ୍ରେଲର, ଜାଣନ୍ତୁ କେବେ ହେବ ରିଲିଜ

author img

By

Published : May 10, 2022, 12:24 PM IST

ବହୁ ପ୍ରତୀକ୍ଷିତ ହଲିଉଡ୍‌ ଫିଲ୍ମ ‘ଅବତାର 2: ଦ ୱେ ଅଫ୍‌ ଓ୍ଵାଟର’ର ଟିଜର ସାମ୍ନାକୁ ଆସିଲା । ହଲିଉଡ୍‌ ନିର୍ଦ୍ଦେଶକ ଜେମ୍ସ କେମରୁନ୍‌ ସୋମବାର ଦିନ ଏହାର ଟ୍ରେଲର ଜାରି କରିଛନ୍ତି । ଅଧିକ ପଢନ୍ତୁ

ଅବତାର ୨ର ଧମାକାଦାର ଟ୍ରେଲର ଆଉଟ୍‌, ଏହି ଦିନ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: ବହୁ ପ୍ରତୀକ୍ଷିତ ହଲିଉଡ୍‌ ଫିଲ୍ମ ‘ଅବତାର 2’ର (Avatar 2 Trailer) ଟ୍ରେଲର ମୁକ୍ତିଲାଭ କରିଛି । ଦର୍ଶକମାନେ ଗତ ଦଶ ବର୍ଷ ଧରି ଫିଲ୍ମର ସିକ୍ବେଲକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି । କାରଣ 'Avatar: The Way of Water' ଟ୍ରେଲର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବ । ସୋମବାର ଦିନ ହଲିଉଡ୍‌ ନିର୍ଦ୍ଦେଶକ ଜେମ୍ସ କେମରୁନ୍‌ ଏହାର ଟ୍ରେଲର ଜାରି କରିଛନ୍ତି । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅବତାର ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ପାର୍ଟ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏହି ଫିଲ୍ମ ଡିସେମ୍ବର ୧୬ରେ ସବୁ ହଲ୍‌ରେ ରିଲିଜ୍‌ ହେବ । ଉଲ୍ଲେଖନୀୟ କଥା ହେଉଛି, ଫିଲ୍ମର ପ୍ରଥମ ଝଲକ ଏପ୍ରିଲ 27 ରେ ଲାସ୍ ଭେଗାସ୍‌ର ସିନେମାକନରେ ଦେଖିବାକୁ ମିଳିଥିଲା ​​।

  • " class="align-text-top noRightClick twitterSection" data="">

ଟ୍ରେଲରରେ ଅଛି କ’ଣ ?

ଯଦି ଆପଣ ଫିଲ୍ମର ପ୍ରଥମ ଭାଗ ଦେଖି ନାହାଁନ୍ତି ଏବଂ ଯଦି ଆପଣ ହଲିଉଡ ଚଳଚ୍ଚିତ୍ର ପ୍ରତି ସଉକ ଅଛି, ତେବେ ଆପଣ ଏହାକୁ ଦେଖିବା ଉଚିତ୍ । ଟ୍ରେଲରରେ ପେଣ୍ଡୋରାର ଆଶ୍ଚର୍ଯ୍ୟଜନକ ଦୁନିଆର ଝଲକ୍‌ ଦେଖିବାକୁ ମିଳିଛି । ଟ୍ରେଲରରେ ଏମିତି ଅନେକ ସଟ୍‌ ରହିଛି, ଯେଉଁଥିରେ ସମୁଦ୍ର ଓ ଏଥିରେ ରହୁଥିବା ପ୍ରାଣୀ ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲରରେ ସାମ୍‌ ବର୍ଥିଂଟନ୍‌ ଓ ଜୋ ସଲଦାନା ନିଜ ନିଜ ଭୂମିକାରେ ନଜର ଆସିଛନ୍ତି। ପୂରା ଟ୍ରେଲରରେ ସମୁଦ୍ରର ନୀଳ ଜଳ ରାଶି ଦେଖାଯାଇଛି । ‘ଅବତାର ୨’ ଏକ ଭିଜୁଆଲ୍ସ ଷ୍ଟନିଂ। ଏହି ଟ୍ରେଲରର କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଆମେ ଯୁଆଡ଼େ ବି ଯାଉ ଏହି ପରିବାର ହିଁ ଆମ ଦୁର୍ଗ । ଦେଖନ୍ତୁ ‘ଅବତାର: ଦ ୱେ ଅଫ୍‌ ଓ୍ଵାଟର’ର ବ୍ରାଣ୍ଡ୍‌ ନୂଆ ଟିଜର ଟ୍ରେଲର । ‘ଅବତାର 2’ର ଏହି ଟ୍ରେଲର ଭିଡିଓ ରିଲିଜ୍‌ ହେଉ ହେଉ ଇଣ୍ଟରନେଟ୍‌ରେ ବି ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମରେ ସାମ୍‌ ବର୍ଥିଂଟନ୍‌, ଜୋ ସଲଦାନା, ଷ୍ଟିଫନ୍‌ ଲ୍ୟାଙ୍ଗ୍‌, ମିଶେଲ ରୋଡ୍ରିଗ୍‌ଜ ଓ ସିଗୋରନୀ ବିବର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସମସ୍ତେ ସିକ୍ୱେଲରେ ପୁଣି ଫେରୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କେମରୁନ୍ । ଏଥର ପୁଣି 3D ରେ ଦେଖିବାକୁ ମିଳିବ । ଡାଇନାମିକ୍ ରେଞ୍ଜ୍, ହାଇ ଫ୍ରେମ୍ ରେଟ୍, ଉନ୍ନତ ରେଜୋଲୁସନ ଏବଂ ଭିଜୁଆଲ୍ ଇଫେକ୍ଟଗୁଡ଼ିକ ଫିଲ୍ମର ମଜାକୁ ଦ୍ୱିଗୁଣିତ କରିବାକୁ ଯାଉଛି । ଇଂରାଜୀ ବ୍ୟତୀତ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ଚଳିତ ବର୍ଷ ଶେଷରେ (ଡିସେମ୍ବର 16) ରିଲିଜ୍ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.