ହାଇଦ୍ରାବାଦ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସୁପର ଫୋର ରାଉଣ୍ଡର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ 101ରେ ପରାସ୍ତ କରିଛି ଭାରତ (India won by 101 run against Afghanistan)। ଏହା ସହିତ ଏସିଆ କପରେ (Asia cup 2022) ଭାରତର ଅଭିଯାନ ଶେଷ ହୋଇଛି । ବିସ୍ଫୋରକ ବ୍ୟାଟିଂ କରିଥିବା ବିରାଟ କୋହଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହାପରେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ୱାମୀ କୋହଲିଙ୍କ ଶତକ ଉପରେ ପ୍ରେମ ବ୍ୟକ୍ତ କରିଛନ୍ତି।
- " class="align-text-top noRightClick twitterSection" data="
">
ଏହି ମ୍ୟାଚରେ କୋହଲି ଶତକ ଲାଗାଇବା ପରେ ଖୁସିରେ ରିଙ୍ଗକୁ ଚୁମ୍ବନ ଦେଇଥିଲେ । ଏନେଇ କୋହଲି କହିଛନ୍ତି, ''ମୁଁ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛି, ଅତ୍ୟଧିକ କୃତଜ୍ଞ । ଗତ ଅଢେଇ ବର୍ଷ ମୋତେ ବହୁତ କିଛି ଶିକ୍ଷା ଦେଇଛି । ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ନଭେମ୍ବରରେ ମୁଁ 34 ବର୍ଷ ବୟସରେ ପାଦ ଥାପିବି, ତେଣୁ ବର୍ତ୍ତମାନ ପୂର୍ବ ପରି ଉତ୍ସବ ପାଳନ କରିପାରିବି ନାହିଁ । ମୁଁ ଏହି ଫର୍ମାଟରେ ଶହେ ଆଶା କରୁଥିଲି । ମୁଁ ଦଳକୁ ଫେରିବା ପରେ ସମସ୍ତେ ମୋତେ ସ୍ୱାଗତ କରିଥିଲେ । ମୁଁ ରିଙ୍ଗକୁ ଚୁମ୍ବନ ଦେଲି । ଅନୁଷ୍କା ଶର୍ମା କଠିନ ସମୟରେ ମୋ ପାଖରେ ଠିଆ ହୋଇଥିଲେ । ଏହି ଶତକ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭମିକାଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ।''
ବିରାଟ ଆହୁରି କହିଛନ୍ତି, ମୁଁ ଖେଳଠାରୁ ଦୂରରେ ରହି ଅନେକ କିଛି ଶିଖିଲି । ଲୋକମାନେ ମୋ ଶତକ ବିଷୟରେ କହୁଥିଲେ । ମୁଁ ଛଅ ସପ୍ତାହ ବିରତି ନେଇଥିଲି । ମୁଁ ମାନସିକ ଏବଂ ଶାରୀରିକ ସ୍ତରରେ ଥକି ଯାଇଥିଲି । ମୁଁ ମୋ ଟିମ୍କୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ଚାହୁଁଥିଲି । ବର୍ତ୍ତମାନ ମୁଁ ମୋର ସବୁକିଛି ହାସଲ କରିପାରିଛି । ଏହା ମୋ ପାଇଁ ଏବଂ ଦଳ ପାଇଁ ମଧ୍ୟ ଭଲ ଅଟେ ।