ETV Bharat / entertainment

ଆଶା ପାରେଖଙ୍କ ଟାର୍ଗେଟରେ ବିବେକ ଅଗ୍ନିହୋତ୍ରୀ, ପଚାରିଲେ- ହିନ୍ଦୁ କାଶ୍ମୀରବାସୀଙ୍କୁ କେତେ ଟଙ୍କା ଦେଇଛ

author img

By ETV Bharat Odisha Team

Published : Oct 11, 2023, 2:09 PM IST

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଅଭିନେତ୍ରୀ ଆଶା ପାରେଖ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଅଧିକ ପଢ଼ନ୍ତୁ

ଆଶା ପାରେଖ ଏବଂ ବିବେକ ଅଗ୍ନିହୋତ୍ରୀ
ଆଶା ପାରେଖ ଏବଂ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ହିଟ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ସମାଲୋଚକଙ୍କ ସହିତ ଏହି ଚଳଚ୍ଚିତ୍ରକୁ ସାଧାରଣ ଲୋକଙ୍କ ମଧ୍ୟ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣା ଦେଖାଯାଇଛି । ଯାହା ଉପରେ ବର୍ତ୍ତମାନ ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ଆଶା ପାରେଖ ଏକ ବୟାନ ଦେଇଛନ୍ତି । ସେ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଫିଲ୍ମରୁ ମିଳିଥିବା ଟଙ୍କାରେ ବିବେକ ଜାମ୍ମୁ କାଶ୍ମୀରରେ ଜଳ ଓ ବିଦ୍ୟୁତ ବିନା ବାସ କରୁଥିବା ହିନ୍ଦୁମାନଙ୍କୁ କାହିଁକି ସାହାଯ୍ୟ କଲେ ନାହିଁ ବୋଲି ଆଶା ପାରେଖ ପ୍ରଶ୍ନ କରିଛନ୍ତି ।

ଏକ ସାକ୍ଷାତକାରରେ ଯେତେବେଳେ ଆଶା ପାରେଖଙ୍କୁ ପଚରାଯାଇଥିଲା ଯେ ସେ ବିବାଦୀୟ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀର’ ଦେଖିଛନ୍ତି କି ? ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା ​​। ଯାହାର ପ୍ରତିକ୍ରିୟାରେ ଆଶା ପାରେଖ ପଚାରିଛନ୍ତି, ଏହି ଚଳଚ୍ଚିତ୍ରରୁ ଲୋକମାନଙ୍କୁ କ’ଣ ମିଳିଲା ?

କାଶ୍ମୀର ଫାଇଲ୍ସ ଉପରେ ଆଶା ପାରେଖଙ୍କ ପ୍ରତିକ୍ରିୟା

ଆଶା ପାରେଖ ଫିଲ୍ମ ବିଷୟରେ କହିଛନ୍ତି - ମୁଁ ଫିଲ୍ମ ଦେଖି ନାହିଁ, ମୁଁ ଏହା ସହ ଜଡିତ ବିବାଦ ଉପରେ କିପରି କହିପାରିବି ? ଯଦି ଲୋକମାନଙ୍କୁ ପସନ୍ଦ ତେହେଲେ ଏହିପରି ଚଳଚ୍ଚିତ୍ର ଦେଖିବା ଉଚିତ୍ । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କଥାବାର୍ତ୍ତା କରି ଆଶା ପାରେଖ କହିଛନ୍ତି- ଲୋକମାନେ କାଶ୍ମୀର ଫାଇଲ ଦେଖିଛନ୍ତି । ମୁଁ ଟିକିଏ ବିବାଦୀୟ ବୟାନ ଦେବାକୁ ଚାହୁଁଛି ।

ଏହା ମଧ୍ୟ ପଢନ୍ତୁ: Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ଆଶା ପାରେଖଙ୍କ ବିବାଦୀୟ ବୟାନ

ଆଶା ପାରେଖ କହିଛନ୍ତି - ‘‘ଫିଲ୍ମର ନିର୍ମାତା ଏଥିରୁ 400 କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ଜାମ୍ମୁରେ ରହୁଥିବା ହିନ୍ଦୁ କାଶ୍ମୀରବାସୀଙ୍କ କଲ୍ୟାଣ ପାଇଁ ସେ କେତେ ଟଙ୍କା ଦେଇଛନ୍ତି ? ଯେଉଁମାନଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ କି ବିଦ୍ୟୁତ ନାହିଁ, ସେମାନଙ୍କୁ ସେ କେତେ ଟଙ୍କା ଦେଇଛନ୍ତି ? ସେମାନେ ଟଙ୍କା ରୋଜଗାର କଲେ, ବିତରକଙ୍କ ମଧ୍ୟରେ ସେୟାର ହେବ, ସେମାନଙ୍କ ମଧ୍ୟରେ ସେୟାର ହେବ ? ଠିକ୍ ଅଛି, ଯଦି ଆପଣ 400 କୋଟିରୁ 200 କୋଟି ରୋଜଗାର କରିଛନ୍ତି, ତେବେ ଆପଣ 50 କୋଟି ତ ଦେଇପାରିଥାନ୍ତେ ନା ।’’

ଫିଲ୍ମ କାଶ୍ମୀର ଫାଇଲ୍ସ, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲଭୀ ଯୋଶୀ, ପୁଣେ ଇସର, ଦର୍ଶନ କୁମାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି 20 କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା ଏବଂ ଏହା କେବଳ ଭାରତରେ 295 କୋଟି ଟଙ୍କା କଲେକ୍ସନ କରିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.